Advertisment

କୁକୁର ଭୟରେ ୩ ମହଲାରୁ ଡେଇଁ ପଡ଼ିଲେ ଡେଲିଭରି ବୟ

ଡେଲିଭରି ବୟଜଣକ ଏକ ମାଟ୍ରେସ୍‌ ଡେଲିଭରି କରିବାକୁ ଏକ ଆପାର୍ଟମେଣ୍ଟକୁ ଯାଇଥିଲେ। ଉକ୍ତ ସମୟରେ ସେ ଯେଉଁ ବ୍ୟକ୍ତିଙ୍କୁ ଡେଲିଭରି ଦେବାକୁ ଯାଇଥିଲେ, ତାଙ୍କର ଡୋବରମ୍ୟାନ ଦ୍ୱାରା ଆକ୍ରମଣର ଶିକାର ହେଲେ।

ଅଦ୍ୟତନ ହୋଇଛି
Dog Attack

Dog Attack

Advertisment

ଏକ ପୋଷା କୁକୁରର ଅତର୍କିତ ଆକ୍ରମଣ ଭୟରେ ୩ ମହଲାରୁ ତଳକୁ ଡେଇଁ ପଡ଼ିଲେ ଡେଲିଭରି ବୟ । ଏବେ ସମ୍ପୃକ୍ତ ଡେଲିଭରି ବୟ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ଏପରି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦର ପଞ୍ଚବଟୀ କଲୋନୀରେ ଘଟିଛି।

Advertisment

ଡେଲିଭରି ବୟଜଣକ ଏକ ମାଟ୍ରେସ୍‌ ଡେଲିଭରି କରିବାକୁ ଏକ ଆପାର୍ଟମେଣ୍ଟକୁ ଯାଇଥିଲେ। ଉକ୍ତ ସମୟରେ ସେ ଯେଉଁ ବ୍ୟକ୍ତିଙ୍କୁ ଡେଲିଭରି ଦେବାକୁ ଯାଇଥିଲେ, ତାଙ୍କର ଡୋବରମ୍ୟାନ ଦ୍ୱାରା ଆକ୍ରମଣର ଶିକାର ହେଲେ।

କୁକୁରଟି ଘରେ ଖୋଲାରେ ବୁଲୁଥିବା ବେଳେ କବାଟ ଖୋଲା ହେବାରୁ ବାହାରେ ଛିଡ଼ା ହୋଇଥିବା ଡେଲିଭରି ବୟଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଏଥିରେ ଭୟଭୀତ ହୋଇ ପଡ଼ିଥିବା ଡେଲିଭରି ବୟଜଣକ ଜୀବନ ବିକଳରେ ତିନି ମହଲାର ଝରକା କାନ୍ଥରେ ଛିଡ଼ା ହୋଇ ଯାଇଥିଲେ। ଏହାଦେଖି କୁକୁରଟି ତାଙ୍କ ଆଡ଼କୁ ଗୋଡ଼ାଇ ଆସିବାରୁ ସେ ତଳକୁ ଡେଇଁ ପଡ଼ିଥିଲେ।

Advertisment

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସମ୍ପୃକ୍ତ କୁକୁର ମାଲିକ ବହନ କରିବାକୁ ଦାବି ହୋଇଛି। ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଛି।

Dog Attack Telengana Delivery Boy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe