Advertisment

କର୍ଣ୍ଣାଟକାରେ କାୟା ମେଲାଉଛି ଡେଙ୍ଗୁ, ଦିନକରେ ୧୫୯ ପଜିଟିଭ ଚିହ୍ନଟ

ଗତକାଲି ସମଗ୍ର କର୍ଣ୍ଣାଟକାରେ ୧୫୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଙ୍ଗାଲୁରରେ କେବଳ ୮୦ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Demgue

Demgue

କର୍ଣ୍ଣାଟକାର ରାଜଧାନରେ ବାଙ୍ଗାଲୁରରେ କାୟା ମେଲାଉଛି ଡେଙ୍ଗୁ। ଗତକାଲି ସମଗ୍ର କର୍ଣ୍ଣାଟକାରେ ୧୫୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଙ୍ଗାଲୁରରେ କେବଳ ୮୦ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସମଗ୍ର ରାଜ୍ୟରେ ବି ଡେଙ୍ଗା ଆକ୍ରାନ୍ତଙ୍କ ସଂଖ୍ୟା ଆଖି ପିଛୁଳାକେ ବଢ଼ିବାରେ ଲାଗିଛି। ଏଥିସହ ଏଥିରେ ଆକ୍ରାନ୍ତ ହୋଇ ୬ ଜଣ ଆଖି ବୁଜି ସାରିଲେଣି ।

Advertisment

ଚଳିତ ବର୍ଷ କର୍ଣ୍ଣାଟକାରେ ଏଯାବତ ୭ ହଜାର ଡେଙ୍ଗୁ କେସ୍‌ ସାମନାକୁ ଆସିଲାଣି। ୬ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୭୦୦୬ ଜଣ ଭାଇରସରେ ସଂକ୍ରମିତ ହୋଇଥିଲେ। ବାଙ୍ଗାଲୁରରେ ଉକ୍ତ ଦିନ ସୁଦ୍ଧା ୧୯୦୮ ପଜିଟିଭ ମାମଲା ସାମନାକୁ ଆସି ସାରିଛି।

କେବଳ ବାଙ୍ଗାଲୁରରେ ନୁହେଁ, କର୍ଣ୍ଣାଟକାର ଅନ୍ୟ ଜିଲ୍ଲାମାନଙ୍କରେ ବି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଥିଯୋଗୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ଟେନସନ ବଢ଼ି ଯାଇଥିବା ବେଳେ ଲକ୍ଷଣ ଦେଖୁ ଦେଖୁ ତତ୍କାଳ ପରୀକ୍ଷା କରିବାକୁ କୁହାଯାଇଛି। ଏଥିସହ ଡେଙ୍ଗୁ ପିଜିଟିଭ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଡେଙ୍ଗୁରେ ଆକ୍ରାନ୍ତ ହେଲେ ଏହାର ଲକ୍ଷଣ ସ୍ୱରୂପ ଜଣଙ୍କୁ ଖୁବ୍‌ ଜୋରରେ ଜ୍ୱର ଆସିବା ସହ ମୁଣ୍ଡ ବିନ୍ଧା, ମାଂସପେଶୀ ଓ ଆଣ୍ଠୁ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ ନ ହେଲେ ଏଥିଯୋଗୁ ରୋଗୀଙ୍କ ଜୀବନ ବି ଯାଇପାରେ। ତେଣୁ ଡେଙ୍ଗୁ ଚିହ୍ନଟ ହେଲେ କାଳବିଳମ୍ବ ନ କରି ଏହାର ଚିକିତ୍ସା ଆରମ୍ଭ କରିବାକୁ କୁହାଯାଇଛି।

Karnataka Dengue Dengue Treatment