Advertisment

ଭାରତକୁ ଖୁବଶୀଘ୍ର ମିଳିବ ଡେଙ୍ଗୁ ଟିକା, ଆରମ୍ଭ ହେବ ଫେଜ-୩ ଟ୍ରାଏଲ

ଦୀର୍ଘ ଦଶନ୍ଧି ହେଲାଣି ଡେଙ୍ଗୁ ରୋଗରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି। ଅନେକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଭାରତରେ ପ୍ରତିବର୍ଷ ପ୍ରାୟ ୩ ଲକ୍ଷ ଲୋକ ଡେଙ୍ଗୁ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି।

author-image
Hemant Lenka
Dengu

Dengu

ଖୁବଶୀଘ୍ର ଡେଙ୍ଗୁ ବିରୋଧୀ ଟିକା ଭାରତକୁ ମିଳିବ। କାରଣ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ ୨ ପର୍ଯ୍ୟାୟ ପରୀକ୍ଷଣ ବେଳେ ଏହା ସ‍ଫଳତା ହାସଲ କରିଥିଲା। ତେଣୁ Panacea Biotech ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରିବାକୁ ଯାଉଥିବା ସୂଚନା ମିଳିଛି। ଏହି ଟିକାକୁ Panacea Biotech ଓ ଆଇସିଏମଆର ମିଳିତ ଭାବେ ବିକଶିତ କରିଛନ୍ତି।

Advertisment

ଦୀର୍ଘ ଦଶନ୍ଧି ହେଲାଣି ଡେଙ୍ଗୁ ରୋଗରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି। ଅନେକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଭାରତରେ ପ୍ରତିବର୍ଷ ପ୍ରାୟ ୩ ଲକ୍ଷ ଲୋକ ଡେଙ୍ଗୁ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି। ହେଲେ ଖୁବଶୀଘ୍ର ସାଧାରଣ ଲୋକମାନେ ଡେଙ୍ଗୁ ଟିକା ପାଇପାରିବେ।

Panacea Biotech ସେପ୍ଟେମ୍ବର କିମ୍ବା ଅଗଷ୍ଟରେ ଏହି ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିବ। ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟ ପରୀକ୍ଷଣ ଲାଭ ଦେଇଥିବାରୁ ତୃତୀୟ ଫେଜ ଟ୍ରାଏଲ ଆରମ୍ଭ ହେବ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି। 

Advertisment

ଏହି ପର୍ଯ୍ୟାୟ ଟ୍ରାଏଲଟି ଦେଶର ୨୦ଟି ସ୍ଥାନରେ କରାଯିବ। ଏଥିରେ ୧୧ ହଜାର ଲୋକଙ୍କୁ ସାମିଲ କରାଯିବ। ପରୀକ୍ଷଣ ବେଳେ ଲୋକଙ୍କୁ ପ୍ଲେସେବୋ କିମ୍ବା ଟିକା ଦିଆଯିବ। ହେଲେ କିଏ ପ୍ଲେସେବୋ ନେଇଛନ୍ତି ଓ କିଏ ଟିକା, ସେସମ୍ପର୍କରେ ପରୀକ୍ଷଣ ସାମିଲ ହେଉଥିବା ଲୋକ କିମ୍ବା ଇନଭେଷ୍ଟିଗେଟର କିଛି ବି ଜାଣିବେ ନାହିଁ।

ଏବେ ସୁଦ୍ଧା ସଂପୂର୍ଣ୍ଣ ଭାବେ ଟ୍ରାଏଲ ଆରମ୍ଭ ହୋଇନାହିଁ। ସବୁ କିଛି ପ୍ରସ୍ତୁତ କରିବା ପାଇଁ କମ୍ପାନୀକୁ ୩ ମାସ ସମୟ ଲାଗିବ। ତେଣୁ ଏହା ପରେ ପରୀକ୍ଷଣ ଆରମ୍ଭ ହେବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। 

India Vaccine Mosquitoes