Advertisment

କଲବଲ କରୁଛି କୁହୁଡ଼ି, ୧୧୦ରୁ ଅଧିକ ବିମାନ ଓ ୨୫ ଟ୍ରେନ୍‌ ପ୍ରଭାବିତ

ଘନ କୁହୁଡି ଯୋଗୁ ଯାତାୟତ ପ୍ରଭାବିତ ହୋଇଛି। ଗାଡ଼ି ମଟର ଚଳାଚଳରେ ବାଧା ଉପୁଜିଛି।

author-image
Madhupriya Mistry
Thick Fog in Delhi

Thick Fog in Delhi

ସମଗ୍ର ଉତ୍ତର ଭାରତରେ ଜାରି ରହିଛି ଥଣ୍ଡାର ଥାର୍ଡ ଡିଗ୍ରୀ। ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଲୋକଙ୍କୁ କଲବଲ କରୁଛି। ଦିଲ୍ଲୀ ସମେତ ପୂରା ଏନ୍‌ସିଆର୍‌ରେ କୁହୁଡ଼ିର ମୋଟା ଚାଦାର ଢ଼ାଙ୍କି ରହିଛି। ଘନ କୁହୁଡ଼ି ଓ ଧୂଆଁ ଯୋଗୁ ରାସ୍ତା ଘାଟ କୁଆଡେ ବି ସ୍ପଷ୍ଟ ଭାବେ ଦେଖାଯାଉନି। ଦିଲ୍ଲୀର ବିଭିନ୍ନ ରାସ୍ତାରେ ଜିରୋ ଭିଜିଭିଲିଟି ସୃଷ୍ଟି ହୋଇଛି। ଏଥିଯୋଗୁ ଦୁର୍ଘଟଣା ଭୟ ମଧ୍ୟ ରହିଛି।

Advertisment

ଘନ କୁହୁଡି ଯୋଗୁ ଯାତାୟତ ପ୍ରଭାବିତ ହୋଇଛି। ଗାଡ଼ି ମଟର ଚଳାଚଳରେ ବାଧା ଉପୁଜିଛି। ସେହିପରି ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି। ଗୋଟିଏ ପଟେ ଶୀତ ଯୋଗୁ ତାପମାତ୍ରା ହ୍ରାସ ପାଉଥିବା ବେଳେ ଅନ୍ୟପଟେ ଜିରୋ ଭିଜିବିଲିଟି ଯୋଗୁ ବିମାନ ଏବଂ ଟ୍ରେନ ଚଳାଚଳ ମଧ୍ୟ ବିଳମ୍ବ ହେଉଛି।

ବୁଧବାର ସକାଳେ ଘନ କୁହୁଡ଼ି ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ୧୧୦ରୁ ଅଧିକ ବିମାନ ପ୍ରଭାବିତ ହୋଇଛି। ଏଥି ସହିତ ଉତ୍ତର ରେଲଓ୍ୱେ କହିଛି ଯେ, ଦିଲ୍ଲୀ ଅଭିମୁଖେ ଯାଉଥିବା ୨୫ଟି ଟ୍ରେନ ବିଳମ୍ବରେ ଚାଲୁଛି। ଏଥିଯୋଗୁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେପଟେ ଶୀତଲହର ଜାରି ରହିଥିବାରୁ ଜାତୀୟ ରାଜଧାନୀରେ ଅତ୍ୟଧିକ ଘନ କୁହୁଡିକୁ ନେଇ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ ଜାରି କରିଛି।

Advertisment

ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ସୋମବାର ଦିନ ମଧ୍ୟ ସହରରେ ଘନ କୁହୁଡ଼ି ଜାରି ରହିଥିଲା। ​​ ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। କେବଳ ଦିଲ୍ଲୀ-ଏନସିଆର୍‌ରେ ନୁହେଁ ପଞ୍ଜାବ ଏବଂ ହରିୟାଣାରେ ଶୀତଜାରି ରହିଥିବାରୁ ମଙ୍ଗଳବାର ସକାଳେ ଉଭୟ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।

Daense Fog Cold Wave Delhi Weather Update