Doctor Arrest
ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଇଥାଏ। ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀ ଏଥିରୁ ଉପଶମ ପାଇବାକୁ ଡାକ୍ତର ନିକଟକୁ ହିଁ ଯାଇଥାଏ। ମାତ୍ର ରୋଗୀର ଅସୁବିଧାର ସୁଯୋଗ ନେଇ ତା ଇଜ୍ଜତ ସହ ଖେଳିବା, ଦୁଷ୍କର୍ମ କରୁଥିବା ଡାକ୍ତର କୌଣସି ଜହ୍ଲାଦଠୁ କମ୍ ନୁହଁ।
ଏପରି ଏକ ଘଟଣା ରାଜସ୍ଥାନର ଜାଲୋର ଜିଲ୍ଲାର ଭିନମାଲ ସହରରେ ଘଟିଛି। ଚିକିତ୍ସା ନାଁରେ ଜଣେ ମହିଳାଙ୍କୁ ପ୍ରାୟ ୭ ଥର ଦୁଷ୍କର୍ମ କରୁଥିବା ଅଭିଯୋଗରେ ପୁଲିସ୍ ଜଣେ ଦାନ୍ତ ଡାକ୍ତରଙ୍କୁ ବାନ୍ଧିଛି। ଗିରଫ ଡାକ୍ତରଜଣକ ସୁରେଶ ସୁନ୍ଦେଶା ବୋଲି ଜଣାଯାଇଛି।
ଭିନମାଲ ସହରରେ ସୁରେଶ ସୁନ୍ଦେଶା ଏକ କ୍ଲିନିକ୍ କରି ସେଠାରେ ରୋଗୀ ଦେଖନ୍ତି। ମହିଳାଜଣଙ୍କର ଦାନ୍ତରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ଡାକ୍ତର ସୁରେଶଙ୍କ ନିକଟକୁ ଯାଇଥିଲେ। ମହିଳାଙ୍କୁ ଆନାସ୍ଥିସିଆ ଦେବା ନାଁରେ ଡାକ୍ତରଜଣକ ତାଙ୍କୁ ବେହୋସ ହେବାର ଇଞ୍ଜେକସନ ଦେଇଥିଲେ। ଏହାପରେ ମହିଳାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଉଠାଇ ରଖିଥିଲେ।
ପରେ ଏହାକୁ ଭାଇରାଲ କରିବାର ଧମକ ଦେଇ ସେ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବାକୁ ଲାଗିଲେ। ଏପରିକି ଡାକ୍ତରଜଣକ ମହିଳାଙ୍କ ସ୍ୱାମୀ ନ ଥିବା ବେଳେ ତାଙ୍କ ଘରକୁ ଚାଲି ଯାଉଥିବା ବେଳେ ଚିକିତ୍ସା ନାଁରେ ନିଜ କ୍ଳିନିକ୍କୁ ଡାକି ଦୁଷ୍କର୍ମ କରୁଥିଲେ।
ଏଥିରେ ଅତିଷ୍ଠ ହୋଇ ମହିଳାଜଣକ ଥାନାରେ ଅଭିଯୋଗ କଲେ। ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ଡାକ୍ତରଙ୍କୁ ବାନ୍ଧି କୋର୍ଟଚାଲାଣ କରିଛି। ଏଥିସହ ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us