Spot
ବିଚ୍ ବଜାରରେ ଘଟିଛି ଅସଦାଚରଣ ଘଟଣା। ସାଇକେଲ ଯୋଗେ ଘରକୁ ଫେରୁଥିବା ଦୁଇ ସ୍କୁଲ ଛାତ୍ରୀଙ୍କ ପିଛା କରି ନାକେଦମ କଲେ ୪ ବାଇକ୍ ଚାଳକ । ଏପରିକି ସେମାନଙ୍କ ସହ ଟଣାଓଟରା ଆରମ୍ଭ କରି ଦେଇଥିଲେ। ଜୀବନ ବିକଳରେ ଛାତ୍ରୀଦ୍ୱୟ ‘ବାପା ବଞ୍ଚାଅ’ କହି ପ୍ରାଣମୂର୍ଚ୍ଛା ଭାବେ ଦୌଡ଼ିବାକୁ ଲାଗିଲେ। ଏହା ମଧ୍ୟରେ ସ୍ଥାନୀୟ ଲୋକେ ପହଞ୍ଚିଯିବାରୁ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ଏପରି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ଦେବରିୟାରେ ଘଟିଛି।
ଦେବରିୟାର ଏକ ସ୍କୁଲର ଦୁଇ ଛାତ୍ରୀ ପରୀକ୍ଷା ଦେଇ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ସେମାନଙ୍କ ପିଛା କରିବା ସହ ନାନା ଅଶ୍ଳୀଳ କମେଣ୍ଟ କରିଥିଲେ ୪ ଯୁବକ । ସେମାନେ ବାଇକ୍ରେ ପିଛା କରୁଥିବାରୁ ଛାତ୍ରୀଦ୍ୱୟ ଭୟଭୀତ ହୋଇ ‘ବାପା ବଞ୍ଚାଅ’ ବୋଲି କହିବା ସହ ସାଇକେଲରୁ ପଡ଼ି ଯାଇଥିଲେ। ଏହାପରେ ବି ଯୁବକମାନେ ସେମାନଙ୍କୁ ହଇରାଣ କରିବା ବନ୍ଦ କରି ନ ଥିଲ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଟାଣି ନେବାକୁ ଚେଷ୍ଟା କରୁଥିଲେ।
ଏହାଦେଖି ଅନ୍ୟ ଜଣେ ଛାତ୍ରୀ ଜୋରରେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଫଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।
ଖବର ପାଇ ପରିବାର ଲୋକେ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଛାତ୍ରୀଦ୍ୱୟ ଭୟଭୀତ ହୋଇ ଯାଇଥିବା ବେଳେ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପରିବାର ଲୋକ । ଏହି ମାମଲାର ତଦନ୍ତ ପାଇଁ ୫ଟି ଟିମ୍ ଗଠିତ ହୋଇଛି।
ଅଭିଯୁକ୍ତଙ୍କ ଚିହ୍ନଟ କରାଯାଇ ନ ଥିବା ବେଳେ ସିସିଟିଭି ଆଧାରରେ ପୁଲିସ୍ ସେମାନଙ୍କ ସନ୍ଧାନ ଚଳାଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
