Advertisment

ଗଙ୍ଗାରେ ବୁଡ଼ି ଯାଉଥିଲେ ଅଧିକାରୀ, ବଞ୍ଚାଇବାକୁ ମାଗିଲେ ୧୦ ହଜାର

ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

Deputy Director of Health Department Drowned

Deputy Director of Health Department Drowned

Advertisment

ଆଗ ଟଙ୍କା ତା' ପରେ ଜୀବନ ରକ୍ଷା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଜିଲ୍ଲାର ବଙ୍ଗରମାଉ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗର ଉପନିର୍ଦ୍ଦେଶକ ଗଙ୍ଗା ନଦୀରେ ସ୍ନାନ କରିବାକୁ ଯାଇ ବୁଡ଼ି ଯାଇଛନ୍ତି। ସାଙ୍ଗମାନଙ୍କ ସହିତ ସେ ଶନିବାର ଗଙ୍ଗା ନଦୀରେ ସ୍ନାନ କରିବାକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ତାଙ୍ଗ ଗୋଡ ଖସି ଯିବାରୁ ସେ ବୁଡ଼ି ଯାଇଛନ୍ତି।

Advertisment

ବୁଡ଼ିଯିବା ସମୟରେ ସେଠାରେ ଉପସ୍ଥିତ ସ୍ଥାନୀୟ ବୁଡାଳି ତାଙ୍କୁ ବଞ୍ଚାଇବା ପାଇଁ ୧୦ ଜହାର ଟଙ୍କା ମାଗିଥିଲେ। ତେବେ ଟଙ୍କା ଟ୍ରାନ୍ସଫର ହେବା ବେଳକୁ ଉପନିର୍ଦ୍ଦେଶକ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ବର୍ତ୍ତମାନ କାନପୁର ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛି। ତେବେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

ବନାରସ ସ୍ୱାସ୍ଥ୍ୟ ବିଭାଗର ଡେପୁଟି ନିର୍ଦ୍ଦେଶକ ପଦରେ କାର୍ଯ୍ୟରତ ଆଦିତ୍ୟବର୍ଦ୍ଧନ ସିଂହ ଓରଫ ଗୌରବ। ସେ ଉନ୍ନାଉ ଜିଲ୍ଲାର ବାଙ୍ଗରମଉ ଅଞ୍ଚଳ କବୀରପୁର ଗାଁର ବାସିନ୍ଦା। ତାଙ୍କ ପରିବାର ଲକ୍ଷ୍ନୌରେ ରୁହନ୍ତି। ଶନିବାର ଦିନ ଗୌରବ ନିଜର ଦୁଇ ସାଙ୍ଗମାନଙ୍କ ସହ ଲକ୍ଷ୍ନୌର ନାନାମାଉ ଅଞ୍ଚଳରେ ଥିବା ଗଙ୍ଗା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏତିକି ବେଳେ ହଠାତ୍‌ ତାଙ୍କ ଗୋଡ ଖସି ଯାଇଥିଲା। ଫଳରେ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ।

Advertisment

ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ତାଙ୍କ ସାଙ୍ଗମାନେ ତାଙ୍କୁ ପଞ୍ଚାଇବା ପାଇଁ ପାଟି କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ସ୍ଥାନୀୟ ବୁଡାଲି ସ୍ୱାସ୍ଥ୍ୟ ଉପ-ନିର୍ଦ୍ଦେଶକଙ୍କୁ ବଞ୍ଚାଇବା ପାଇଁ ୧୦,୦୦୦ ଟଙ୍କା ମାଗିଥିଲେ। ଏହାପରେ ସୁନୀଲ କଶ୍ୟପ ନାମକ ଜଣେ ବ୍ୟକ୍ତିଙ୍କୁ ଆକାଉଣ୍ଟ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। କିନ୍ତୁ ଏସବୁ ଭିତରେ ବେଶ୍‌ ବିଳମ୍ବ ହୋଇଯାଇଥିଲା। ଆଉ ଗଭୀର ପାଣି ଭିତରେ ଗୌରବ କୁଆଡେ ନିଖୋଜ ହୋଇଯାଇଥିଲେ।

ସ୍ୱାସ୍ଥ ଅଧିକାରୀ ବୁଡ଼ିବା ଖବର ମିଳିବା ପରେ କାନପୁର ପ୍ରଶାସନ ମୋଟର ଚାଳିତ ଡଙ୍ଗା ଏବଂ ସ୍ଥାନୀୟ ଡାଇଭର ବା ବୁଡ଼ାଳିଙ୍କ ସାହାଯ୍ୟରେ ତାଙ୍କୁ ଖୋଜାଖୋଜି ଚଳାଇଛି। ତେବେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ।

Uttar Pradesh Drowning Deputy Director Of Health Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe