Advertisment

ଡେରା କରସେବା ମୁଖ୍ୟଙ୍କୁ ଗୁଳି କରି ହତ୍ୟା

ଗୁଳିମାଡ଼ ପରେ ବାବା ତରସେମ ସିଂହଙ୍କୁ ତୁରନ୍ତ ଖାତିମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

author-image
Hemant Lenka
Dera

Dera

ଉତ୍ତରାଖଣ୍ଡରେ ଥିବା ନାନକମାତା ସାହିବ ଗୁରୁଦ୍ୱାରର ଡେରା କରସେବା ମୁଖ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଧର୍ମପୀଠ ପରିସରରେ ହିଁ ଦୁଇ ଜଣ ବାଇକଧାରୀ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଛନ୍ତି।

Advertisment

ଗୁଳିମାଡ଼ ପରେ ବାବା ତରସେମ ସିଂହଙ୍କୁ ତୁରନ୍ତ ଖାତିମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଉଧମ ସିଂହ ନଗରର ଏସଏସପି ମଞ୍ଜୁ ନାଥ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଆମ ପାଖରେ ଦୁଇ ଅପରାଧୀଙ୍କ ସିସିଟିଭି ଫୁଟେଜ ରହିଛି। ଦୁଇ ହତ୍ୟାକାରୀ ଶିଖ୍‌ ସଂପ୍ରଦାୟର। ଘଟଣା ପରେ ସେମାନେ ଫେରାର ହୋଇଛନ୍ତି। ଉଭୟଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।”

Advertisment

ଉଧମ ସିଂହ ନଗର ଜିଲ୍ଲାର ରୁଦ୍ରପୁର-ତାନକପୁର ରାସ୍ତାରେ ଶିଖ ଧର୍ମପୀଠ ନାନକମାତା ସାହିବ ଗୁରୁଦ୍ୱାର ରହିଛି। ଏହି ଧର୍ମପୀଠ ଭିତରେ ହିଁ ବାବା ତରସେମ ସିଂହଙ୍କୁ ଗୁଳି କରାଯାଇଛି। ସିସିଟିଭି ଭିଡିଓରୁ ଦେଖିବାକୁ ମିଳୁଛି ଯେ ଦୁଇ ହତ୍ୟାକାରୀ ଆଜି ସକାଳ ୬.୧୫ରେ ଗୋଟିଏ ବାଇକ ଧରି ଗୁରୁଦ୍ୱାର ଭିତରେ ପ୍ରବେଶ କରିଥିଲେ।

ଏହାପରେ ସେମାନେ ବାବା ସିଂହଙ୍କ ଉପରକୁ ବାଇକର ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ରାଇଫଳରୁ ଗୁଳିମାଡ଼ କରିଥିଲା। ଶ୍ରୀ ସିଂହ ଚେୟାରରେ ବସିଥିବା ବେଳେ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ମାଡ଼ କରାଯାଇଛି। ଗୋଟିଏ ଗୁଳି ସାମ୍ନାରୁ ଓ ଆଉ ଗୋଟିଏ ଗୁଳି ପଛରୁ ମାଡ଼ କରାଯାଇଛି।

ଗୁଳିମାଡ଼ ପରେ ଶ୍ରୀ ସିଂହ ଚେୟାରରୁ ତଳକୁ ପଡ଼ି ଯାଇଥିଲେ। ଗୁଳିମାଡ଼ର ଶବ୍ଦ ଶୁଣି ତାଙ୍କୁ ଅନୁଗାମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଘଟଣା ପରେ ଫେରାର ହୋଇଯାଇଥିବା ୨ ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ୍‌ ୮ଟି ଟିମ ଗଠନଜ କରିଛି। ସେହିପରି ଉତ୍ତରାଖଣ୍ଡ ଡିଜିପି ପୂରା ଘଟଣାର ଏସଆଇଟି ତଦନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି।

Uttarakhand