Advertisment

CoWINରୁ ତଥ୍ୟ ଲିକ୍‌: ଏଫଆଇଆର କଲେ ଟିଏମସି ସାଂସଦ

ଡେରେକ ଏହି ପ୍ରସଙ୍ଗରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସରକାର ଜାଣିଶୁଣି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସହ ଖେଳ ଖେଳିଛନ୍ତି ବୋଲି ସେ କହିଛନ୍ତି।

author-image
Hemant Lenka
TMC

TMC

କରୋନା ଟିକା ପାଇଁ ତିଆରି ହୋଇଥିବା କୋ-ୱିନ୍‌ ଆପ୍‌ରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେବା ଘଟଣାରେ ଟିଏମସିର ରାଜ୍ୟସଭା ସାଂସଦ ଡେରେକ ଓବ୍ରାଏନ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି। କୋ-ୱିନ ଆପ୍‌ରୁ କୋଟି କୋଟି ଲୋକଙ୍କ ତଥ୍ୟ ଲିକ୍‌ ହେବା ଗୋଟିଏ ଅଦ୍ଭୂତ ଘଟଣା। ଏହାର ଅକଳ୍ପନୀୟ ପ୍ରଭାବ ଆଗାମୀ ଦିନରେ ପଡ଼ିବ ବୋଲି ସେ କହିଛନ୍ତି।

Advertisment

କୋଲକାତାର ଲାଲବଜାର ସାଇବର ପୁଲିସ୍‌ ଷ୍ଟେସନରେ ଡେରେକ ଏଫଆଇଆର ଦାଖଲ କରି କହିଛନ୍ତି ଯେ “ଏହି ତଥ୍ୟ ଲିକ୍‌ ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି। ଉଚ୍ଚପଦସ୍ଥ ଅଧିକାରୀ, ସରକାରୀ ସଂସ୍ଥା ଓ ଅନ୍ୟ ଅଜଣା ବ୍ୟକ୍ତି ଘଟଣା ସହ ଜଡ଼ିତ। ସେମାନେ ଜାଣିଶୁଣି ତଥ୍ୟକୁ ଲିକ୍‌ କରି ଘରୋଇ ସଂସ୍ଥା ବା ସଂଗଠନ ହାତରେ ଦେଶବାସୀଙ୍କ ବ୍ୟକ୍ତିଗତ ଜିନିଷକୁ ଟେକି ଦେଇଛନ୍ତି।

ଟେଲିଗ୍ରାମରେ ତଥ୍ୟ ଲିକ୍‌ ଖବର କେବଳ ଗୋଟିଏ ସଙ୍କେତ। ଏହା ପଛରେ ଅନେକ ଲୋକ ରହିଛନ୍ତି। ତେଣୁ ତଥ୍ୟ କାହାକୁ ଓ କେମିତି ଦିଆଯାଇଛି, ତା’ର ତଦନ୍ତ ହେବା ଦରକାର। ଉଭୟ ଭାରତ ଓ ବିଦେଶରେ ଥିବା ସଂସ୍ଥାକୁ ତଥ୍ୟ ଦେଇ ସାଂଘାତିକ ଖେଳ ଖେଳାଯାଉଛି। ବର୍ତ୍ତମାନ କୋ-ୱିନରେ ପଞ୍ଜୀକରଣ କରିଥିବା ସବୁ ଭାରତୀୟଙ୍କ ତଥ୍ୟ ତୃତୀୟ ପକ୍ଷଙ୍କୁ ହାତକୁ ଯାଇଛି। ଆମେ ସମସ୍ତେ ଏହାକୁ ନେଇ ଗୋଟିଏ ଅଦ୍ଭୂତ ସ୍ଥିତିର ସମମ୍ମୁଖୀନ ହେଉଛି। ଏହାର ପ୍ରଭାବ ସାଂଘାତିକ ହେବ।”

Advertisment

ଡେରେକ ଏହି ପ୍ରସଙ୍ଗରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସରକାର ଜାଣିଶୁଣି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସହ ଖେଳ ଖେଳିଛନ୍ତି ବୋଲି ସେ କହିଛନ୍ତି।

କିଛି ଦିନ ତଳେ ଗୋଟିଏ ରିପୋର୍ଟରେ ଦାବି କରାଯାଇଥିଲା ଯେ କୋ-ୱିନରେ ପଞ୍ଜୀକରଣ କରିଥିବା ଅନେକ ରାଜନେତା, ପ୍ରଶାସନିକ ଅଧିକାର ଓ ସାଧାରଣ ଲୋକଙ୍କ ଅତ୍ୟନ୍ତ ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହୋଇଛି। ଟେଲିଗ୍ରାମରେ ଗୋଟିଏ ବଟ ଆକାଉଣ୍ଟ ବା ଅଟୋ ଜେନେରେଟେଡ ଆକାଉଣ୍ଟରୁ ଏହାର ଶେୟାର କରାଯାଇଥିଲା।

ସାଉଥ ଏସିଆ ଇଣ୍ଡେକ୍ସ ପକ୍ଷରୁ ଟ୍ୱିଟ କରି କୁହଯାଇଥିଲା ଯେ ଭାରତରେ ବଡ଼ଧରଣର ସୁରକ୍ଷା ତ୍ରୁଟି। ଅନଲାଇନରେ ଲିକ୍‌ ହୋଇଛି କରୋନା ଟିକା ନେଇଥିବା ସବୁ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ। ଆଧରା କାର୍ଡ, ଭୋଟର କାର୍ଡ, ପାସପୋର୍ଟ ନମ୍ବର ଓ ମୋବାଇଲ ନମ୍ବର ଲିକ ହୋଇଛି।

ଟିକା ନେଇଥିବା ଲୋକମାନଙ୍କ ପରିବାର ସଦସ୍ୟଙ୍କ ତଥ୍ୟ ମଧ୍ୟ ସାର୍ବଜନୀନ ହୋଇଛି। କୋଭିଡ ୧୯ ଟିକାକୁ ଟ୍ରାକିଂ ପାଇଁ ତିଆରି ହୋଇଥିବା କୋ-ୱିନରୁ ଏହା ଲିକ ହୋଇଛି। କୋ ୱିନ ଆପରେ ବିଦେଶ ଯାଇଥିବା କିମ୍ବା ସେଠାରୁ ଆସୁଥିବା ଲୋକମାନେ ତଥ୍ୟ ଅପଡେଟ କରୁଥିଲେ।

ତେଣୁ ସେଗୁଡ଼ିକ ମଧ୍ୟ ଲିକ ହୋଇଛି। କୋୱିନରୁ ତଥ୍ୟ ଲିକ୍‌ ହୋଇଥିବାରୁ ଆରବିଆଇ ମଧ୍ୟ ବ୍ୟାଗଗୁଡ଼ିକ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଆଲର୍ଟ ଜାରି କରିଥିବା ଏହି ସଂସ୍ଥା ଟ୍ୱିଟ କରିଛି। ତେବେ ଏହାକୁ ଭାରତ ସରକାର ଖଣ୍ଡନ କରିଛନ୍ତି।

TMC CoWIN