Advertisment

ବାରଣ ପରେ ବି ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଘୋଷଣା, ୪ ଛାତ୍ର ଗିରଫ

ଆଜି ସନ୍ଧ୍ୟା ୬ଟାରେ ଜାମିଆର ଛାତ୍ରମାନେ କ୍ୟାମ୍ପସ ଭିତରେ ଗେଟ୍‌ ନମ୍ବର-୮ରେ ବିବିସିର ଡକ୍ୟୁମେଣ୍ଟାରୀ 'ଇଣ୍ଡିଆ: ଦ ମୋଦି କ୍ୱେଶ୍ଚିନ' ସ୍କ୍ରିନିଂ କରିବାକୁ ଘୋଷଣା କରିଥିଲେ। କିନ୍ତୁ ବିଶ୍ୱବିଦ୍ୟାଳୟ ଏହାକୁ ଅନୁମତି ଦେଇନଥିଲା।

Jamia University

Jamia University

Advertisment

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଜାରି ରହିଛି ବିବାଦ। ବାରଣ ସତ୍ତ୍ୱେ ବି ଜେଏନ୍‌ୟୁ ପରେ ଏବେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଘୋଷଣା ହୋଇଛି। ଏହାକୁ ନେଇ ୪ ଜାମିଆ ଛାତ୍ରଙ୍କୁ ଗିରଫ କିରିଛି ପୁଲିସ।

Advertisment

ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିବାକୁ ଘୋଷଣା କରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ପୁଲିସ ଏମାନଙ୍କୁ ଗିରଫ କରିଛି। ଚିଫ୍‌ ପ୍ରାକ୍ଟରଙ୍କ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶ୍ୱବିଦ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ସୂଚନା ମୁତାବକ, ଆଜି ସନ୍ଧ୍ୟା ୬ଟାରେ ଜାମିଆର ଛାତ୍ରମାନେ କ୍ୟାମ୍ପସ ଭିତରେ ଗେଟ୍‌ ନମ୍ବର-୮ରେ ବିବିସିର ଡକ୍ୟୁମେଣ୍ଟାରୀ 'ଇଣ୍ଡିଆ: ଦ ମୋଦି କ୍ୱେଶ୍ଚିନ' ସ୍କ୍ରିନିଂ କରିବାକୁ ଘୋଷଣା କରିଥିଲେ। କିନ୍ତୁ ବିଶ୍ୱବିଦ୍ୟାଳୟ ଏହାକୁ ଅନୁମତି ଦେଇନଥିଲା। ଏନେଇ ୟୁନିର୍ଭସିଟି ତରଫରୁ ଛାତ୍ରଙ୍କୁ ନୋଟିସ୍‌ ମଧ୍ୟ ଜାରି ହୋଇଥିଲା।

Advertisment

ତେବେ ବାରଣ ପରେ ମଧ୍ୟ କ୍ୟାମ୍ପସର ଗେଟ୍‌ ନମ୍ବର-୮ରେ ଥିବା ଏମ୍‌ସିଆର୍‌ସି ଲନ୍‌ରେ ବିବିସିର ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଆୟୋଜନ କରାଯାଇଥିଲା। ଏହାପରେ ଛାତ୍ରମାନଙ୍କୁ ଗିରଫ କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଗେଟ୍‌ରେ ବୈଠକ ତଥା ସଭା ପାଇଁ ମଧ୍ୟ ଅନୁମତି ଦିଆଯାଇ ନାହିଁ। ଏଥିସହ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଲାଗି ଆୟୋଜନ କରିବାକୁ ପ୍ରସ୍ତୁତି ହେଉଥିବା ଆୟୋଜକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

୨୦୦୨ ଗୁଜରାଟ ଦଙ୍ଗା ବେଳେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଉପରେ ଏହି ଡକ୍ୟୁମେଣ୍ଟାରୀ ଆଧାରିତ। ଏହି ଡକ୍ୟୁମେଣ୍ଟାରୀକୁ ବ୍ୟାନ୍‌ କରିବା ସହ ବିଭିନ୍ନ ସୋଶାଲ ମିଡିଆରୁ ଏହାକୁ ହଟାଇବାକୁ କେନ୍ଦ୍ର ସରକାର ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe