ତହବୁର ରାଣା: ପାକ୍‌ ଆର୍ମି ପୋଷାକ ପ୍ରତି ପ୍ରେମ ଓ ଆଇଏସଆଇ ସହ ବୈଠକ

କଡ଼ା ସୁରକ୍ଷା ବଳୟ ଓ ୨୪ ଘଣ୍ଟିଆ ସର୍ଭେଲାନ୍ସ ମଧ୍ୟରେ ରାଣାକୁ ଘନଘନ ଜେରା କରାଯାଉଛି।

Ranja

ରାଣା ଓ ସାଜିଦ (ଫାଇଲ ଫଟୋ)

Hemant Lenka
  • Published: Saturday, 12 April 2025
  • Updated: 12 April 2025, 03:03 PM IST

Sports

Latest News

ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ତ ତହବୁର ରାଣାକୁ ଆମେରିକା ପ୍ରତ୍ୟର୍ପିତ କରିବା ପରେ ତା’କୁ ଏନଆଇଏ ନିଜ ମୁଖ୍ୟାଳୟ ମଧ୍ୟରେ ରଖି ଶୁକ୍ରବାର ଠାରୁ ଜେରା ଆରମ୍ଭ କରିଛି। କଡ଼ା ସୁରକ୍ଷା ବଳୟ ଓ ୨୪ ଘଣ୍ଟିଆ ସର୍ଭେଲାନ୍ସ ମଧ୍ୟରେ ରାଣାକୁ ଘନଘନ ଜେରା କରାଯାଉଛି। ଶୁକ୍ରବାର ଦିନ ତମାମ ରାଣାକୁ ଜେରା କରାଯାଇଥିଲେ ହେଁ ସେ ତଦନ୍ତରେ ଆଦୌ ସହଯୋଗ କରି ନାହିଁ। ସେହିପରି ସେ ଖୁବ କମ ତଥ୍ୟ ଏନଆଇଏକୁ ଦେଇଛି।

ଜେରା ବେଳ କ’ଣ କହିଛି ରାଣା?

ଜେରା ସମୟରେ ଏନଆଇଏ ଜାଣିବାକୁ ପାଇଛି ଯେ ରାଣା ହେଉଛି ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଚିଚାୱତନି ଗାଁର ଲୋକ। ତା’ ବାପା ଜଣେ ସ୍କୁଲ ପ୍ରିନ୍ସିପାଲ ଭାବେ କାମ କରୁଥିଲେ। ରାଣାର ଦୁଇ ଜଣ ଭାଇ ରହିଛନ୍ତି। ଜଣେ ପାକିସ୍ତାନ ଆର୍ମିରେ ମନସ୍ତତ୍ତ୍ୱବିତ ଭାବେ କାମ କରୁଥିବା ବେଳେ ଆଉ ଜଣେ ହେଉଛନ୍ତି ସାମ୍ବାଦିକ। ରାଣା ଆର୍ମି ସ୍କୁଲରେ ପଢ଼ିବା ବେଳେ ଡାଭିଡ ହେଡଲୀ ସହ ପରିଚିତ ହୋଇଥିଲା। ହେଡଲୀ ହେଉଛି ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଷଡ଼ଯନ୍ତ୍ରକାରୀ। ଏବେ ସେ ଆମେରିକା ଜେଲରେ ବନ୍ଦୀ ହୋଇ ରହିଛି।

Also Read

୧୯୯୭ରେ ରାଣା ପାକିସ୍ତାନ ଛାଡ଼ି ପତ୍ନୀ ସହ କାନାଡା ଚାଲି ଯାଇଥିଲା। ରାଣାର ପତ୍ନୀ ସମରାଜ ରାଣା ଅଖତର ଜଣେ ଫିଜିକସିଆନ ଭାବେ କାମ କରୁଥିଲେ। କାନେଡାରେ ପହଞ୍ଚିବା ପରେ ରାଣା ଇମିଗ୍ରେସନ କନସଲଟାନ୍ସୀ ଆରମ୍ଭ କରିଥିଲା। ଏହାପରେ ନିଜ ବ୍ୟବସାୟକୁ ସେ ସଂପ୍ରସାରଣ କରି ହଲାଲ ମାଂସ ଚାଲାଣ କରିଥିଲା। ହେଡଲୀ କିଛି ମାସ ପରେ ତା’ ସହ ଯୋଗ ଦେଇଥିଲା। ଉଭୟ ମିଳିତ ଭାବେ ଇମିଗ୍ରେସନ ବ୍ୟବସାୟକୁ ସାମ୍ନାରେ ରଖି ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କରିଥିଲେ। ହେଡଲୀ ଜଣେ କନସଲଟାଣ୍ଟ ଭାବେ କାମ କରୁଥିବା ସମସ୍ତଙ୍କୁ ପରିଚୟ ଦେଇଥିଲା।

ମେଡିକାଲ ଡିଗ୍ରୀ ହାସଲ କରିବା ପରେ ରାଣା ପାକିସ୍ତାନୀ ଆର୍ମିର ମେଡିକାଲ କ୍ରପ୍ସରେ ଯୋଗ ଦେଇଥିଲା। ସେ ସେବା ନିବୃତ୍ତ ହେବା ପରେ ମଧ୍ୟ ପ୍ରାୟତଃ ପାକିସ୍ତାନୀ ସେନା ପୋଷାକ ପିନ୍ଧୁଥିଲା। ଆଇଏସଆଇ ଓ ଲସ୍କରର ସଦସ୍ୟମାନଙ୍କୁ ଭେଟିବା ବେଳେ ସେ ସବୁବେଳେ ସେନା ପୋଷାକ ପରିଧାନ କରୁଥିଲେ। ସେନା ପୋଷାକରେ ସେ ଆତଙ୍କବାଦୀଙ୍କ କ୍ୟାମ୍ପକୁ ବି ଯାଉଥିଲା। ପାକିସ୍ତାନ ସେନା ପୋଷାକକୁ ସେ ଭଲ ପାଉଥିଲା।

ସାଜିତ ମିର ସହ ଲିଙ୍କ୍‌

ରାଣାର ନିୟମିତ ଭାବେ ସାଜିଦ ମିର ସହ ଯୋଗାଯୋଗ କରୁଥିଲା। ସାଜିତ ମିରକୁ ଜାତିସଂଘ ଆତଙ୍କବାଦୀ ଭାବେ ଘୋଷଣା କରିଛି। ସେହିପରି ଭାରତର ମୋଷ୍ଟୱେଣ୍ଟେଡଙ୍କ ମଧ୍ୟରେ ମିର ରହିଛି। ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମଲାରେ ମଧ୍ୟ ମିର ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ତା’ ନିର୍ଦ୍ଦେଶରେ ଆତଙ୍କବାଦୀମାନେ ମୁମ୍ବାଇର ଛାବାଦ ହାଉସରେ ଆକ୍ରମଣ କରିଥିଲେ। ଏଠାରେ ଆତଙ୍କବାଦୀମାନେ ୬ ଜଣ ପଣବନ୍ଦୀଙ୍କୁ ହତ୍ୟା କରିଥିଲେ।

ମିର ସମ୍ପର୍କରେ ସୂଚନା ହାସଲ ପାଇଁ ଆମେରିକା ୫ ମିଲିୟନ ଡଲାରର ପୁରସ୍କାର ଘୋଷଣା କରିଛି। ୨୦୨୨ରେ ମିର କେମିତି ମୁମ୍ବାଇ ଆକ୍ରମଣରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା, ତା’ର ସୂଚନା ଭାରତ ପକ୍ଷରୁ ମିଳିତ ଜାତିସଂଘକୁ ଦିଆଯାଇଥିଲା। ସୂତ୍ର ଅନୁସାରେ, ରାଣାର ଲିଙ୍କ କେବଳ ଲସ୍କର ସହିତ ନଥିଲା। ବରଂ ସେ ହରକତ ଉଲ ଜିହାଦ ଇସଲାମି ଭଳି ଆତଙ୍କବାଦୀ ସଂଗଠନ ପାଇଁ ବି କାମ କରିଛି। ସେ ନିୟମିତ ସଂଗଠନ କ୍ୟାମ୍ପକୁ ଯାଉଥିଲା। ବେଳେବେଳେ ତା’ ସହ ଆଇଏସଆଇ ଅଫିସର ଓ ପାକିସ୍ତାନୀ ମିଲିଟାରୀର ଅଧିକାରୀମାନେ ମଧ୍ୟ ଆତଙ୍କୀ କ୍ୟାମ୍ପକୁ ଯାଆନ୍ତି।

ରାଣାର ଆଇଏସଆଇ ଲିଙ୍କ୍‌

ଏନଆଇଏର ସୂତ୍ର ଅନୁସାରେ ପ୍ରାୟତଃ ପାକିସ୍ତାନ ସେନା ପୋଷାକରେ ରହୁଥିବା ରାଣା ଆଇଏସଆଇ ଅଫିସର ମେଜର ଇକବାଲକୁ ଦେଖା କରିଥିଲା। ମେଜର ଇକବାଲ ମୁମ୍ବାଇ ଆକ୍ରମଣ ପାଇଁ ପାଣ୍ଠି ଯୋଗାଡ଼ କରିବା ସହ ଡାଭିଡ ହେଡଲୀକୁ ଟାର୍ଗେଟ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲା। ୨୦୧୦ ମସିହାରେ ଆମେରିକା ହାସଲ କରିଥିବା ତଥ୍ୟରେ ମେଜର ଇକବାଲ ଜଣେ ଆଇଏସଆଇ ଅଫିସର ଭାବେ କାମ କରୁଥିଲା। ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ୨୦୧୦ରେ ଦୋଷ ସ୍ୱୀକାର କରିଥିବା ହେଡଲୀ କହିଥିଲା ଯେ ମେଜର ଇକବାଲ ତା’ର ପ୍ରାଥମିକ ଆଇଏଆଇ ହ୍ୟାଣ୍ଡେଲର ରହିଥିଲା। ମେଜର ଇକବାଲ ହିଁ ତାକୁ ନିଯୁକ୍ତି, ତାଲିମ ଓ ନିର୍ଦ୍ଦେଶ ଦେଇଥିଲା। ୨୦୧୧ରେ ହେଡଲୀ ବଡ଼ ଖୁଲାସା କରିବା ସହ ଚୌଧୁରୀ ଖାନ ଓରଫ ମେଜର ଇକବାଲ ସହ ତା’ର ୨୦ ଇ-ମେଲ ନେଣଦେଣ ହୋଇଥିଲା ବୋଲି ସାର୍ବଜନୀନ କରିଥିଲା।

ତଦନ୍ତର ନେତୃତ୍ୱ କିଏ ନେଉଛନ୍ତି?

ଏନଆଇଏର ସିଜିଓ କମ୍ପ୍ଲେକ୍ସ ବିଲଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ସିସିଟିଭି ଖଚିତ ଚ୍ୟାମ୍ବର ମଧ୍ୟରେ ରାଣାକୁ ଜେରା କରାଯାଉଛି। ଏହି ସେଲ୍‌ଟିର ଆକାର ୧୪/୧୪ ଫୁଟ। ଏଠାରେ ୨୪ ଘଣ୍ଟିଆ ସର୍ଭେଲାନ୍ସ ବ୍ୟବସ୍ଥା କରାଯାଇଛି। ଏହା ମଧ୍ୟକୁ କେବଳ ୧୨ ଜଣ ଅଧିକାରୀଙ୍କୁ ଯିବାକୁ ଅନୁମତି ରହିଛି। ଖାଇବା, ମେଡିସିନ ଓ ଅନ୍ୟ ସମସ୍ତ ଅତିଆବଶ୍ୟକ ଜିନିଷର ବ୍ୟବସ୍ଥା ସେଲ ମଧ୍ୟରେ ରହିଛି। ସେଲ ମଧ୍ୟରେ ଗୋଟିଏ ବେଡ ଓ ଟଏଲେଟ ବ୍ୟବସ୍ଥା ମଧ୍ୟ ଏନଆଇଏ ପକ୍ଷରୁ କରାଯାଇଛି।

କ୍ୟାମେରା ସାମ୍ନାରେ ରାଣାକୁ ଜେରା କରାଯାଉଛି। ଏହାର ତଥ୍ୟକୁ ଡାଏରୀରେ ମଧ୍ୟ ଲେଖାଯାଉଛି। ୨ ବରିଷ୍ଠ ଏନଆଇଏ ଅଧିକାରୀ ଡିଆଇଜି ଜୟା ରୟ ଓ ଆଇଜି ଆଶିଷ ବାତ୍ରା ତଦନ୍ତର ନେତୃତ୍ୱ ନେଉଛନ୍ତି। ଉଭୟଙ୍କ ଟିମରେ ମୋଟ ୧୨ ଜଣ ଅଧିକାରୀ ରହିଛନ୍ତି। ଡିଆଇଜି ରୟ ହେଉଛନ୍ତି ୨୦୧୧ ବ୍ୟାଚ୍‌ର ଝାରଖଣ୍ଡ କ୍ୟାଡର ଆଇଏଏସ୍‌ ଅଫିସର। ସାଇବର କ୍ରାଇମର ତଦନ୍ତ କରିବାରେ ତାଙ୍କର ଅଭିଜ୍ଞତା ରହିଛି।

୨୦୧୯ରୁ ସେ ଏନଆଇଏ ସହ ରହିଛନ୍ତି। ତାଙ୍କ ନେତୃତ୍ୱରେ ରାଣା ଆମେରିକାରୁ ପ୍ରତ୍ୟର୍ପିତ ହୋଇଥିଲା। ତାଙ୍କୁ ତଦନ୍ତରେ ୧୯୯୭ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡର ଆଇଏଏ ଆଶିଷ ବାତ୍ରା ସହଯୋଗ କରୁଛନ୍ତି। ସେ ଏନଆଇଏର ଆଇଜି ଭାବେ କାମ କରୁଛନ୍ତି। ଉଭୟ ଆମେରିକା ଯାଇ ରାଣାକୁ ଭାରତ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story