Advertisment

ଅଶ୍ଳୀଳ ଭିଡିଓ ମାମଲା: ଦେଶ ଛାଡ଼ି ପଳାଇଲେ ଦେବଗୌଡାଙ୍କ ନାତି!

କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନର ଠିକ୍ ଦୁଇ ଦିନ ପୂର୍ବରୁ ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଶ୍ଳୀଳ ଭିଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା। ଏହି ମାମଲାରେ ମହିଳା କମିଶନର ଅଧ୍ୟକ୍ଷ କର୍ଣ୍ଣାଟକ ସରକାରଙ୍କୁ ଚିଠି ଲେଖି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Prajwal Revanna

Prajwal Revanna

ଦେଶ ଛାଡ଼ି ପଳାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡାଙ୍କ ନାତି ତଥା ଜନତା ଦଳ (ସେକ୍ୟୁଲାର) ସାଂସଦ ପ୍ରଜ୍ୱଳ ରେଭାନ୍ନା। ତାଙ୍କ ଅଶ୍ଳୀଳ ଭିଡିଓ କ୍ଲିପ୍ ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ଏସଆଇଟି ଗଠନ କରିବାକୁ ନିଷ୍ପତ୍ତି ନିର୍ଦ୍ଦେଶ ଦେବାର ଦିନକ ପରେ ସେ ଦେଶ ଛାଡି ପଳାୟନ କରିଛନ୍ତି। ସେ ଆଜି ସକାଳୁ ବେଙ୍ଗାଲୁରୁରୁ ଜର୍ମାନୀର ଫ୍ରାଙ୍କଫର୍ଟ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି।

Advertisment

କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନର ଠିକ୍ ଦୁଇ ଦିନ ପୂର୍ବରୁ ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଶ୍ଳୀଳ ଭିଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା। ଏହି ମାମଲାରେ ମହିଳା କମିଶନର ଅଧ୍ୟକ୍ଷ କର୍ଣ୍ଣାଟକ ସରକାରଙ୍କୁ ଚିଠି ଲେଖି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ସରକାର ଏକ ଏସଆଇଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଏସଆଇଟି ଗଠନ ନିଷ୍ପତ୍ତି ପରେ ହିଁ ଏହି ଜେଡିଏସ୍‌ ସାଂସଦ ଜଣକ ଭାରତ ଛାଡି ଜର୍ମାନୀ ପଳାଇଥିବା କୁହାଯାଉଛି।

ଭିଡିଓ ଭାଇରାଲ ହେବା ପରେ ହସନ ଜିଲ୍ଲାରେ ପ୍ରଜ୍ଜ୍ୱଳ ରେଭାନ୍ନା ମହିଳାମାନଙ୍କ ସହ ଯୌଡ ଉତ୍ପୀହନ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଶନିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ମାମଲାର ଯାଞ୍ଚ ପାଇଁ ସ୍ୱତନ୍ତ୍ର ଏସ୍‌ଆଇଟି ଟିମ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ସେପଟେ ଏହି ଭିଡିଓକୁ ନେଇ ଜେଡିଏସ୍‌ ସାଂସଦ ତାଙ୍କୁ ବଦ୍‌ନାମ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି। ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଫେକ୍। ଜାଣିଶୁଣି ଏହି ଭିଡିଓକୁ ପ୍ରସାରିତ କରାଯାଇଛି। ହସନ ଲୋକସଭା ଆସନରେ ଭୋଟରଙ୍କୁ ତାଙ୍କୁ ଭୋଟ୍‌ ନ ଦେବା ପାଇଁ ଉସ୍‌କାଇବା ଲାଗି ଏଭଳି କରାଯାଇଥିବା ସେ କହିଛନ୍ତି। 

କହିରଖୁ ଯେ, ପ୍ରଜ୍ଜ୍ୱଳ ରେଭାନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତୀ ଓ କର୍ଣ୍ଣାଟକ ସରକାରର ପୂର୍ବତନ ମନ୍ତ୍ରୀ ଏଚ୍‌ଡି ରେଭାନ୍ନାଙ୍କ ପୁଅ। ସେ ହସନ ଆସନରୁ ସାଂସଦ ଅଛନ୍ତି। ଚଳିତ ଥର ତାଙ୍କୁ ଦଳ ପୁଣିଥରେ ହସନ ଲୋକସଭା ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି।

Karnataka Deve Gowda's Grandson Prajwal Revanna JD(S) MP Obscene Videos Case