Advertisment

ଫଡନାବିସଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ: ନୂଆ ନାମକୁ ନେଇ ଚର୍ଚ୍ଚା, ପୁରଣାଙ୍କ ହୋଇପାରେ ଛୁଟି

ଏପର୍ଯ୍ୟନ୍ତ ନୀତୀଶ ରାଣେ, ପଙ୍କଜା ମୁଣ୍ଡେ ଏବଂ ଗିରିଶ ମହାଜନଙ୍କ ପରି ବିଧାୟକଙ୍କୁ ବିଜେପି ପକ୍ଷରୁ ଫୋନ୍ କଲ ଆସିଛି। ଶିବସେନା ଏବଂ ଏନସିପିର ବିଧାୟକମାନଙ୍କୁ ମଧ୍ୟ ମନ୍ତ୍ରୀ ହେବାକୁ ଡକା ଯାଇଛି।

Maharashtra Cabionet Expansion

Maharashtra Cabionet Expansion

Advertisment

ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ମହାୟୁତି ସରକାର। ଦେବେନ୍ଦ୍ର ଫଡନାବିସ୍‌ ପୁଣିଥରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଆଜି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କ କ୍ୟାବିନେଟ୍ ବିସ୍ତାର ହେବାକୁ ଯାଉଛି। ଏହାପୂର୍ବରୁ କ୍ୟାବିନେଟରେ ସାମିଲ ହେବାକୁ ଥିବା ସେହି ବିଧାୟକମାନଙ୍କୁ ଡାକିବାର ପ୍ରକ୍ରିୟା ଚାଲିଛି।

Advertisment

ମହାରାଷ୍ଟ୍ର ସରକାରରେ ୩୦ରୁ ୩୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି। ମହାରାଷ୍ଟ୍ର କ୍ୟାବିନେଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୪୩ଜଣ ସଦସ୍ୟ ରହିବେ। ବିଜେପିରୁ ୨୦ରୁ ୨୨ଟି ମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ଶିବସେନା ସିନ୍ଦେ ଗୋଷ୍ଠୀକୁ ୧୧-୧୨, ଏନ୍‌ସିପି ଅଜିତ ଗୋଷ୍ଠୀକୁ ୯-୧୦ ମନ୍ତ୍ରୀ ପଦ ମିଳିପାରେ।

ଏପର୍ଯ୍ୟନ୍ତ ନୀତୀଶ ରାଣେ, ପଙ୍କଜା ମୁଣ୍ଡେ ଏବଂ ଗିରିଶ ମହାଜନଙ୍କ ପରି ବିଧାୟକଙ୍କୁ ବିଜେପି ପକ୍ଷରୁ ଫୋନ୍ କଲ ଆସିଛି। ଶିବସେନା ଏବଂ ଏନସିପିର ବିଧାୟକମାନଙ୍କୁ ମଧ୍ୟ ମନ୍ତ୍ରୀ ହେବାକୁ ଡକା ଯାଇଛି। କଲ୍ ଆସିଥିବା ବିଧାୟକମାନେ ବର୍ତ୍ତମାନ ନିଶ୍ଚିତ ହୋଇଛନ୍ତି ଯେ ସେମାନେ ଫଡନାବିସ୍ କ୍ୟାବିନେଟର ଅଂଶ ହେବେ। ଏହାରି ଭିତରେ ଅନେକ ନୂଆ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ସେହିପରୁ ପୁରୁଣା ମନ୍ତ୍ରୀଙ୍କ ଛୁଟି ହେବା ନେଇ ଅଶଙ୍କା ରହିଛି।

Advertisment

ଆଜି ଅପରାହ୍ନ ୪ ଟାରେ ଫଡନାବିସ୍ କ୍ୟାବିନେଟର ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ନାଗପୁରରେ ମଞ୍ଚ ପ୍ରସ୍ତୁତ ହୋଇସାରିଛି ଏବଂ ବାକି ପ୍ରସ୍ତୁତି ଚାଲିଛି। ବିଜେପି, ଶିବସେନା ଏବଂ ଏନସିପି କୋଟାରୁ ୩୫ ଜଣ ବିଧାୟକ ମନ୍ତ୍ରୀ ହେବା ସମ୍ଭାବନା ରହିଛି। ଏହା ବ୍ୟତୀତ ମହାରାଷ୍ଟ୍ର ବିସିସିଆଇ କୋଷାଧ୍ୟକ୍ଷ ଆଶିଷ ଶେଲାର ମଧ୍ୟ କ୍ୟାବିନେଟରେ ସାମିଲ ହେବେ।

ବିଜେପି କୋଟାରୁ ୨୦ ଜଣ ବିଧାକ ମନ୍ତ୍ରୀ ହେବେ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ନୀତେଶ ରାଣା, ପଙ୍କଜା ମୁଣ୍ଡେ, ଗିରୀଶ ମହାଜନ, ଶିବେନ୍ଦ୍ର ରାଜେ, ଦେବେନ୍ଦ୍ର ଭୁୟାର୍‌, ମେଘନା ବର୍ଡିକର, ଜୟକୁମାର ରାଓ୍ୱଲ ଓ ମଙ୍ଗଳପ୍ରଭାତ ଲୋଧାଙ୍କୁ ଫୋନ୍‌ କଲ୍‌ ଆସି ସାରିଲାଣି।

ସୂଚନାଥାଉକି, ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ମୋଟ ୨୮୮ଟି ଆସନ ମଧ୍ୟରୁ ୨୩୦ଟି ଆସନ ହାତେଇଥିଲା। ସେଥିମଧ୍ୟରୁ ବିଜେପି ଏକାକୀ ୧୩୨ଟି ଆସନ ପାଇଥିବାବେଳେ ଶିବସେନା ୫୭, ଏନ୍‌ସିପି ୪୧ଟି ଆସନ ପାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଚାଲିଥିଲା। ବେଶ୍‌ କିଛି ଦିନ ପରେ ସସ୍‌ପେନ୍ସ ଉପରେ ବ୍ରେକ୍‌ ଲାଗିଥିଲା। ଏହାପରେ ଦେବେନ୍ଦ୍ର ଫଡ଼ନବିସ୍‌ ମୁଖ୍ୟମନ୍ତ୍ରୀ ଓ ଏକନାଥ ସିନ୍ଦେ, ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Maharashtra Govt Devendra Fadnavis Fadnavis Cabinet Expansion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe