Advertisment

ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାବିସ ସରକାର, ସିନ୍ଦେ-ପାୱାର ଡେପୁଟି

ତୃତୀୟ ଥର ପାଇଁ ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାବିସ ସରକାର। ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହଙ୍କ ଉପସ୍ଥିତିରେ ନେଲେ ଶପଥ।

ଅଦ୍ୟତନ ହୋଇଛି
Fadnavis, Shinde, Ajit

Fadnavis, Shinde, Ajit

Advertisment

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ। ତୃତୀୟ ଥର ପାଇଁ ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାବିସ ସରକାର। ଫଡନାବିସଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନସିପି ମୁଖ୍ୟ ଅଜିତ ପାୱାର ଓ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ। ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ସିପି ରାଧାକୃଷ୍ଣ। ତେବେ ଏମାନଙ୍କ ବ୍ୟତୀତ ଆଉ କେହି ମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି।  

Advertisment

ମୁମ୍ବାଇସ୍ଥିତ ଆଜାଦ ମୈଦାନରେ ଶପଥ ଗ୍ରହଣ ପାଇଁ ଭବ୍ୟ ଆୟୋଜନ ହୋଇଥିଲା। ସନ୍ଧ୍ୟା ସାଢ଼େ ୫ଟାରେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ। ତାଙ୍କ ପରେ ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଏଥିରେ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ସାମିଲ ହୋଇଥିଲେ। 

ଏହି କାର୍ଯ୍ୟକ୍ରମରେ ରାଜନୀତି ସମେତ କ୍ରୀଡ଼ା, ଫିଲ୍ମ ଓ ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଶପଥ ଗ୍ରହଣ ପୂର୍ବରୁ ସେଠାରେ ସଚିନ ତେନ୍ଦୁଲକରଙ୍କ ସମେତ ଅମ୍ବାନୀ ପରିବାର ସଦସ୍ୟ, ସଲମାନ ଖାନ, ଶାହରୁଖ ଖାନ, ରଣବୀର ସିଂହଙ୍କ ପରି ବହୁ ଅଭିନେତା ଓ ଅଭିନେତ୍ରୀ ପହଞ୍ଚିଥିଲେ।

Advertisment
Bjp Devendra Fadnavis Shiv Sena Maharashtra Politics Eknath Sinde NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe