Advertisment

ଉଦ୍ଧବଙ୍କୁ ଫଡନାଭିସଙ୍କ ସିଧା ପ୍ରଶ୍ନ: ଏବେ କୁଆଡ଼େ ଗଲା ଆପଣଙ୍କ ବିଚାରଧାରା?

ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଜେପି ଆଜି ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ଦଳ ଭାବେ ରହିଥିବା ଉଦ୍ଧବ ଠାକେରଙ୍କୁ ସମାଲୋନାର କରିଛି।

BJP

BJP

Advertisment

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଜି ଶିବସେନା(ୟୁବିଟି)ର ମୁଖ୍ୟ ତଥା ବିଜେପିର ପୂର୍ବତନ ସହଯୋଗୀ ଉଦ୍ଧବକ ଠାକରରେଙ୍କୁ ଟାର୍ଗେଟ କରିଛନ୍ତି। କର୍ଣ୍ଣାଟକାରେ କଂଗ୍ରେସ ସରକାର ପିଲାଙ୍କ ସ୍କୁଲ ସିଲାବସ୍‌ରୁ ସବରକର ଓ ହେଡଗେୱାରଙ୍କ ଉପରେ ଥିବା ବିଷୟବସ୍ତକୁ ହଟାଇ ଦେବାରୁ ବିଜେପି ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ।

Advertisment

ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଜେପି ଆଜି ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ଦଳ ଭାବେ ରହିଥିବା ଉଦ୍ଧବ ଠାକେରଙ୍କୁ ସମାଲୋନାର କରିଛି।

ଦୁଇ ମାସ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ହିନ୍ଦୁବାଦୀ ନେତା ସବରକର ପ୍ରସଙ୍ଗ ଉଠାଇଥିଲେ। ଏହି ସମୟରେ ଉଦ୍ଧବ ଠାକରେ ଏହାକୁ ବିରୋଧ କରିବା ସହ ତାଙ୍କ ଦଳ ସବରକରଙ୍କୁ ଭଗବାନ ଓ ନିଜର ଆଦର୍ଶ ରୂପେ ମାନିଥାଏ ବୋଲି କହିଥିଲେ। ଏଥିସହ ସବରକରଙ୍କ କୌଣସି ଅପମାନକୁ ଶିବସେନା ସହ୍ୟ କରିପାରିବ ନାହିଁ। ଏପରି ବୟାନ ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି କରିପାରେ ବୋଲି ଉଦ୍ଧବ ଠାକରେ ଚେତାବନୀ ଦେଇଥିଲେ।

Advertisment

ଆଜି ଫଡନାଭିସ ଅଭିଯୋଗ କରିଛନ୍ତି ଯେ ଉଦ୍ଧବ ଠାକରେ କେବଳ କ୍ଷମତା ପାଇଁ ନିଜ ବିଚାରଧାରା ସହ ବୁଝାମଣା କରିଛନ୍ତି। ସେ କହିଛନ୍ତି, “ମୁଁ ଏଠାରେ ଏତିକି କହିବାକୁ ଚାହେଁ ଯେ ଆପଣ ଜଣଙ୍କ ନାଁ ବହିରୁ ହଟାଇ ଦେଇପାରିବେ। ହେଲେ ହୃଦୟରୁ ନାଁ କେବେ ଲିଭାଇ ପାରିବେ ନାହିଁ। ଦେଶର ସ୍ୱାଧୀନତା ପାଇଁ ସଂଘର୍ଷ କରିଥିବା ଲୋକଙ୍କ ନାଁ ଆପଣ କେବେ ହେଲେ ଲିଭାଇବାକୁ ସକ୍ଷମ ହେବେନି। 

ଯେଉଁମାନେ କଂଗ୍ରେସ ସହ କାନ୍ଧରେ କାନ୍ଧ ମିଶାଇ ମହା ବିକାଶ ଅଘାଡ଼ିରେ ରହିଛନ୍ତି, ସେମାନଙ୍କ ପ୍ରତିକ୍ରିୟା ଏବେ କ’ଣ ରହିବ? କ୍ଷମତା ପାଇଁ କେବଳ ସଂଖ୍ୟାଲଘୁ ତୁଷ୍ଟୀକରଣକୁ ଆପଣ ସମର୍ଥନ କରିବେ? ବୀର ସବରକର ଜୀଙ୍କ ଅପମାନକୁ ଆପଣ ଗ୍ରହଣ କରିବେ?

ମୁଁ ଏଠାରେ ଉଦ୍ଧବ ଠାକରେ ଜୀଙ୍କୁ ପ୍ରଶ୍ନ କରିବାକୁ ଚାହେଁ। ମୋତେ ଏବେ ଆପଣ ନିର୍ଦ୍ଦିଷ୍ଟ ଭାବେ କୁହନ୍ତୁ ଯେ ଏହା ଉପରେ ଆପଣଙ୍କର ପ୍ରତିକ୍ରିୟା କ’ଣ? ଆପଣ ଯାହାଙ୍କ ପାଖରେ ରହିଛନ୍ତି, ଯଦି ସେମାନେ ସ୍ୱାଧୀନତା ସଂଗ୍ରାମୀ ସବରକରଙ୍କ ନାଁକୁ ଲିଭାଇ ଦେବେ, ଧର୍ମ ପରିବର୍ତ୍ତନକୁ ପୂର୍ଣ୍ଣ ସମର୍ଥନ ଦେବେ, ତା’ହେଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ? କ’ଣ କ୍ଷମତା ପାଇଁ ଆପଣ ବିଚାରଧାରା ସହ ବୁଝାମଣା କରିଛନ୍ତି?”

କଂଗ୍ରେସ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଦେଇଥିବା ପ୍ରତିଶ୍ରୁତିକୁ ଏବେ ପୂରଣ କରିବା ଆରମ୍ଭ କରିଛି। ବିଜେପି ରାଜ୍ୟରେ ଥିବା ବେଳେ ଇତିହାସ ବୁକରେ ଅନେକ ପରିବର୍ତ୍ତନ କରିଥିଲା। ଏହାକୁ କଂଗ୍ରେସ କ୍ଷମତାକୁ ଆସିଲେ ହଟାଇବ ଓ ପରବର୍ତ୍ତନ ହେବା ପୂର୍ବରୁ ରହିଥିବା ବିଷୟବସ୍ତୁକୁ ପୁଣି ପିଲା ପଢ଼ିବେ ବୋଲି କହିଥିଲା। ଏବେ ସିଦ୍ଦରମୈୟାଙ୍କ ନେତୃତ୍ୱାଧୀନ କ୍ୟାବିନେଟ ଇତିହାସ ବହିରେ ହୋଇଥିବା ପରିବର୍ତ୍ତନଗୁଡ଼ିକୁ ହଟାଇବାକୁ ଅନୁମତି ଦେଇଛି।

Congress Karnataka Uddhav Thackeray Devendra Fadnavis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe