Advertisment

ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାବିସ

ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଜୟ ରୂପାନୀ।

Devendra Fadnavis

Devendra Fadnavis

Advertisment

ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ। ମୁମ୍ବାଇ ଆଜାଦ ମୈଦାନରେ ସନ୍ଧ୍ୟାରେ ହେବ ଶପଥ ଗ୍ରହଣ ସମାରୋହ। ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଜୟ ରୂପାନୀ।

Advertisment

ଚର୍ଚ୍ଚା ହେଉଛି, ଶିବ ସେନା ନେତା ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇପାରନ୍ତି। ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ। ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଫଡନାବିସ।

ମୁମ୍ବାଇରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଓ ବିଜୟ ରୂପାନୀଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ସେଠାରେ ସର୍ବସମ୍ମତରେ ଫଡନାବିସ ନେତା ନିର୍ବାଚିତ ହୋଇଛନ୍ତି। ଏଥିସହ ୧୨ ଦିନ ଧରି ଚାଲିଥିବା ସିଏମ୍ ସସପେନ୍ସ ଉପରୁ ପରଦା ହଟିଛି।

Advertisment

ଆଉ ଏପଟେ ଗତକାଲି ଅପରାହ୍ନରେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିଥିଲେ ମହାୟୁତି ମେଣ୍ଟ ନେତା। ଦେବେନ୍ଦ୍ର ଫଡନାବିସ, ଏକନାଥ ସିନ୍ଦେ, ଅଜିତ ପାୱାର ପ୍ରମୁଖ ରାଜ୍ୟପାଳଙ୍କୁ ମିଳିତ ଭାବେ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଛନ୍ତି।

Mumbai Debendra Fadnavis Fadnavis's Oath Ceremony
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe