Advertisment

ଫଡ଼ନାବିସ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଶପଥଗ୍ରହଣ

ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭାରତୀୟ ଜନତା ପାର୍ଟିର ଦେବେନ୍ଦ୍ର ଫଡ଼ନାବିସ। ଆଜି ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାର୍ଟିର ନେତାମାନେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ ଶିବସେବାର ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାୱାର।

author-image
Debendra Prusty
ଅଦ୍ୟତନ ହୋଇଛି
Nirmala Seetharaman Congratulating Devendra Fadnavis

Nirmala Seetharaman Congratulating Devendra Fadnavis

ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭାରତୀୟ ଜନତା ପାର୍ଟିର ଦେବେନ୍ଦ୍ର ଫଡ଼ନାବିସ। ଆଜି ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାର୍ଟିର ନେତାମାନେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ ଶିବସେବାର ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାୱାର। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମୁମ୍ବାଇର ଆଜାଦ ମଇଦାନରେ ଅପରାହ୍ନ ୫ ଘଣ୍ଟା ସମୟରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଶପଥଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ ବୋଲି ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାବନକୁଳ ଘୋଷଣା କରିଛନ୍ତି।

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାର ୧୧ ଦିନ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଏ ନେଇ ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଦଳକୁ ଅନେକ କସରତ କରିବାକୁ ପଡ଼ିଛି। ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଦେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଅଡ଼ି ବସିବାରୁ ନୂଆ ସରକାର ଗଠନ ବିଳମ୍ବିତ ହୋଇଥିଲେ। ଶେଷରେ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବାକୁ ସିନ୍ଦେ ରାଜି ହେବା ପରେ ଆଜି ମହାରାଷ୍ଟ୍ର ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଦେବେନ୍ଦ୍ର ଫଡ଼ନାବିସ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି। ସେ ଆଜି ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବେ।

ଆଜି ବିଜେପି ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦେବେନ୍ଦ୍ର ଫଡ଼ନାବିସଙ୍କୁ ବିଧାୟକ ଦଳ ନେତା ଭାବେ ସର୍ବସମ୍ମତିରେ ନିର୍ବାଚିତ କରାଯାଇଥିଲା। ଏହା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଥିଲେ ଓ ଦେବେନ୍ଦ୍ର ଫଡ଼ନାବିସଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ରାଜ୍ୟର ୨୮୮ ଆସନରୁ ବିଜେପି ଏକାକି ୧୩୨ ଆସନରେ ବିଜୟୀ ହୋଇଛି। ଏହାର ସହଯୋଗୀ ଦଳ ଭାବେ ସିନ୍ଦେଙ୍କ ଶିବେସନା ୫୭ ଓ ଅଜିତ ପାୱାରଙ୍କ ଏନସିପି ୪୧ ଆସନ ହାସଲ କରିଛନ୍ତି। ଏହି ମେଣ୍ଟ ବିଧାନସଭାରେ ମୋଟ ୨୩୦ ଆସନ ହାସଲ କରିଛି।

Bjp Maharashtra Govt Devendra Fadnavis Maharashtra Sivsena Ajit Pawar NCP