Advertisment

ତିରୁପତି ପ୍ରସାଦରୁ ବାହାରିଲା ପୋକ!

ପ୍ରସାଦରେ ପୋକ ଥିବା ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହି ଟିଟିଡି ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛି।

Inscet in Prasad

Inscet in Prasad

Advertisment

ତିରୁପତି ତିରୁମାଲା ମନ୍ଦିରର ପ୍ରସାଦକୁ ନେଇ ଥମୁନି ବିବାଦ। ଏଠାରେ ଲଡ଼ୁରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବି ମିଶା ଯାଉଥିବା ନେଇ ବିବାଦ ଥମି ନଥିବା ବେଳେ ଏବେ ଏହାର ପ୍ରସାଦରୁ ବାହାରିଛି ପୋକ। ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଭକ୍ତ। ତେବେ ଏହି ଅଭିଯୋଗକୁ ତିରୁମାଲା ତିରୁପତି ଦେବସ୍ଥାନମ ଖଣ୍ଡନ କରିଛି।

Advertisment

ପ୍ରକୃତରେ ଏହି ଘଟଣା ହେଉଛି ଅକ୍ଟୋବର ୨ ତାରିଖ ତଥା ବୁଧବାରର। ଚନ୍ଦୁ ନାମକ ଜଣେ ଭକ୍ତ ଓ୍ୱରଙ୍ଗଲାରୁ ତିରୁମାମଲା ମନ୍ଦିରକୁ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ମନ୍ଦିର ଭିତରେ ଲଣ୍ଡା ହେବା ପରେ ପ୍ରସାଦ ସେବନ କରିବାକୁ ଯାଇଥିଲେ। ତେବେ ପ୍ରସାଦ ଖାଇବା ବେଳେ ସେଥିରେ ଏକ ପୋକ ଚାଲୁଥିବା ଦେଖିବାକୁ ପାଇଥିଲେ।

ଏନେଇ ସେ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ କହିଥିଲି। କିନ୍ତୁ ସେମାନଙ୍କ ଯାହା ପ୍ରତିକ୍ରିୟା ରଖିଥିଲେ ତାହା ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା ବୋଲି ଭକ୍ତଜଣକ କହିଛନ୍ତି। ସେମାନେ କହିଥିଲେ ଯେ, ବେଳେବେଳେ ଏଭଳି ଘଟେ।

Advertisment

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଭକ୍ତ ଜଣଙ୍କ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଏଥିସହ ଏଥିରୁ ଟିଟିଡି କର୍ତ୍ତୃପକ୍ଷଙ୍କ ଘୋର ଅବହେଳା ପଦାରେ ପଡିଛି। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଏହି ପୂରା ଘଟଣାର ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ପ୍ରସାଦ ସେବନ ପାଇଁ ବ୍ୟବହୃତ କଦଳୀ ପତ୍ରରୁ ଏହି ପୋକ ଆସିଥାଇପାରେ ବୋଲି ମନ୍ଦିର ଅଧିକାରୀମାନେ କହିଛନ୍ତି।

ତେବେ ଏହି ଅବହେଳା ଗ୍ରହଣୀୟ ନୁହେଁ। ଯଦି ପିଲାମାନେ କିମ୍ବା ଅନ୍ୟମାନେ ଏହି ଦୂଷିତ ଖାଦ୍ୟ ଖାଇ ଅସୁବିଧାରେ ପଡ଼ନ୍ତି ଏଥିପାଇଁ କିଏ ଦାୟୀ ରହିବେ ବୋଲି ଭକ୍ତ ଜଣକ ପ୍ରଶ୍ନ କରିଛନ୍ତି।ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର କର୍ମଚାରୀମାନେ ସେମାନଙ୍କୁ ଅପମାନିତ ଓ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ବୋଲି ଭକ୍ତ ଚନ୍ଦୁ ଅଭିଯୋଗ କରିଛନ୍ତି।

ସେପଟେ ପ୍ରସାଦରେ ପୋକ ଥିବା ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହି ଟିଟିଡି ଦୃଢ଼ ଭାବେ ଏହାକୁ ଖଣ୍ଡନ କରିଛି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ପାଇଁ ଫ୍ରେସ୍‌ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ। ପ୍ରସାଦରେ ପୋକ୍‌ ପଡ଼ିବା ଅସମ୍ଭବ ନୁହେଁ ବୋଲି ତିରୁମାଲା ତିରୁପତି ଦେବସ୍ଥାନମ କହିଛି।

Tirupati Temple TTD Tirupati Laddu Row Insects Found In Tirupati Prasad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe