Advertisment

ମନ୍ଦିରରେ ଲାଗିବ ଭେଣ୍ଡିଂ ମେସିନ; କ୍ୟୁଆର କୋଡ ସ୍କାନ କଲେ ବାହାରିବ ପ୍ରସାଦ

ଆଉ ପ୍ରସାଦ ପାଇଁ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବନି। ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ ପ୍ୟାକେଟ୍ । କେବଳ କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କଲେ ବାହାରିବ ଲଡୁ ପ୍ୟାକେଟ।

mahakaleshwar-temple

mahakaleshwar-temple

Advertisment

ଆଉ ପ୍ରସାଦ ପାଇଁ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବନି। ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ ପ୍ୟାକେଟ୍ । କେବଳ କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କଲେ ବାହାରିବ ଲଡୁ ପ୍ୟାକେଟ। ଏପରି ବ୍ୟବସ୍ଥା ମଧ୍ୟପ୍ରଦେଶର ଉଜ୍ଜେୟନସ୍ଥିତ ମହାକାଳେଶ୍ୱର ମନ୍ଦିରରେ ହେବାକୁ ଯାଉଛି।

Advertisment

ମନ୍ଦିରର ପ୍ରବନ୍ଧ ସମିତି ଅଧ୍ୟକ୍ଷ ତଥା ଜିଲ୍ଲା କଲେକ୍ଟର ନୀରଜ କୁମାର ସିଂହଙ୍କ କହିବା ମୁତାବିକ, ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି।

ଶ୍ରଦ୍ଧାଳୁମାନେ କେବଳ କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କଲେ ବାହାରିବ ଲଡୁ ପ୍ୟାକେଟ । ଉକ୍ତ ମେଶିନରେ ଶହେ ଗ୍ରାମ , ୨୦୦ ଗ୍ରାମ ଓ ୫ଶ୦ ଗ୍ରାମର ଲଡୁ ପ୍ୟାକେଟ ଉପଲବ୍ଧ ରହିଛି।  ଏଥିନିମନ୍ତେ ମନ୍ଦିର ସମିତି ପକ୍ଷରୁ କୋଏମ୍ବଟୁରର 5G ଟେକନୋଲୋଜି ନାମକ କମ୍ପାନୀକୁ ଅଟୋମେଟିକ ଭେଣ୍ଡି ମେଶିନର ଅର୍ଡର ଦିଆଯାଇଛି। ଖୁବ୍‌ ଶୀଘ୍ର ମନ୍ଦିରରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସେ କହିଛନ୍ତି। 

Advertisment

ଏହା ପୂର୍ବରୁ ମହାକାଳେଶ୍ୱର ମନ୍ଦିରକୁ ୨୦୨୧ ମସିହାରେ ଲଡୁ ପ୍ରସ୍ତୁତ କ୍ଷେତ୍ରରେ ପରିଷ୍କାର ପରିଚ୍ଛନତା ନିମନ୍ତେ ୫ ଷ୍ଟାର ରେଟିଂ ମିଳିଥିଲା। ଏପରି ରେଟିଂ ପାଇବାରେ ଏହା ସମ୍ଭବତଃ ଦେଶର ପ୍ରଥମ ଧାର୍ମିକ ଅନୁଷ୍ଠାନ । ଏଥିନିମନ୍ତେ ଭାରତ ସରକାରଙ୍କ FSSAI ଦ୍ୱାର ଏହି ମନ୍ଦିରକୁ ସେଫ୍‌ ‘ଭୋଗ ପ୍ଲେସ୍‌’ ପ୍ରମାଣପତ୍ର ପ୍ରଦାନ କରିଛି।

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe