Advertisment

ବିମାନରେ ପରିସ୍ରା କରିବା ଘଟଣା: ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଜୋରିମାନା, ପାଇଲଟଙ୍କ ଲାଇସେନ୍ସ ସସପେଣ୍ଡ

ଏୟାର ଇଣ୍ଡିଆର ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନ ପୂରା ଘଟଣା ଘଟିଥିଲା। ଏହାର ବିଜନେସ କ୍ଲାସରେ ଯାତ୍ରା କରୁଥିବା ଶଙ୍କର ମିଶ୍ରା ନାମକ ଜଣେ ବ୍ୟକ୍ତି ମଦ ନିଶାରେ ଆଉ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ।

author-image
Hemant Lenka
Flight

Flight

ବିମାନରେ ଯାତ୍ରୀଙ୍କ ପରସ୍ରା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ। ଆଜି ସଂସ୍ଥା ପକ୍ଷରୁ ଏୟାର ଇଣ୍ଡିଆ ବିମାନ ସେବର ପ୍ରଦାନକାରୀ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ସେହିପରି ଘଟଣା ଦିନ ବିମାନ ଚଳାଉଥିବା ପାଇଲଟଙ୍କ ଲାଇସେନ୍ସକୁ ୩ ମାସ ପାଇଁ ସସପେଣ୍ଡ କରାଯାଇଛି।

Advertisment

ଏୟାର ଇଣ୍ଡିଆର ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନ ପୂରା ଘଟଣା ଘଟିଥିଲା। ଏହାର ବିଜନେସ କ୍ଲାସରେ ଯାତ୍ରା କରୁଥିବା ଶଙ୍କର ମିଶ୍ରା ନାମକ ଜଣେ ବ୍ୟକ୍ତି ମଦ ନିଶାରେ ଆଉ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏହି ଘଟଣା ନଭେମ୍ବର ୨୬ରେ ଘଟିଥିବା ବେଳେ ଚଳିତ ମାସ ୪ ତାରିଖରେ ସାମ୍ନାକୁ ଆସିଥିଲା। ତେବେ ବିବାଦ ବଢ଼ିବାରୁ ଶଙ୍କର ମିଶ୍ରାଙ୍କୁ ପୁଲିସ୍‌ ଗିରଫ କରିଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ଡିଜିସିଏ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଘଟଣା ଦିନ ମିଶ୍ରା ମଦ ନିଶାରେ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ତେବେ ବିମାନ ଲ୍ୟାଣ୍ଡ ହେବା ପରେ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଅଭିଯୁକ୍ତଙ୍କୁ ଅନାଶୟରେ ଚାଲି ଯିବାକୁ ଅନୁମତି ଦେଇଥିଲେ। ବୃଦ୍ଧା ଜଣଙ୍କ ଘଟଣାର ପ୍ରାୟ ଦେଢ଼ ମାସକ ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଇ-ମେଲ କରିବା ପରେ ହଇଚଇ ସୃଷ୍ଟି ହୋଇଥିଲା।

Advertisment

ମଝି ଆକାଶରେ ବିମାନ ଥିବା ବେଳେ ଘଟଣା ଥିଲା। କିନ୍ତୁ ଏହାର ପାଇଲଟ ଏ ସମ୍ପର୍କରେ ଗ୍ରାଉଣ୍ଡରେ ଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ଦେଇ ନଥିଲେ। କ୍ରୁ ସଦସ୍ୟମାନେ ମଧ୍ୟ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଡିଜିସିଏକୁ ମଧ୍ୟ ଏୟାରଲାଇନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା। ତେବେ ଜାନୁଆରୀ ୪ରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ଏହାପରେ ଡିଜିସିଏ ଘଟଣାକୁ ଗୁରୁତ୍ୱର ସହ ନେଇ ବିମାନ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ରିପୋର୍ଟ ମିଳିବା ପରେ ଆଜି ଡିଜିସିଏ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏୟାର ଇଣ୍ଡିଆ ଓ ବିମାନର ପାଇଲଟଙ୍କ ବ୍ୟତୀତ କାର୍ଯ୍ୟରେ ଅବହେଳା ପାଇଁ ଏୟାର ଇଣ୍ଡିଆର ଡାଇରେକ୍ଟର ଇନ ଫ୍ଲାଇଟ ସର୍ଭିସେସ ଉପରେ ମଧ୍ୟ ୩ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି।

ଏହାପୂର୍ବରୁ ଏୟାର ଇଣ୍ଡିଆ ଘଟଣାର ତଦନ୍ତ କରି ଅଭିଯୁକ୍ତ ମିଶ୍ରାଙ୍କ ଉପରେ ୩୦ ଦିନିଆ ବ୍ୟାନ ଲଗାଇଥିଲା।

Air India