Advertisment

DGP: ଅଫିସ ଭିତରେ ଡିଜିପିଙ୍କ ରାସଲୀଳା! ଭାଇରାଲ ହେଉଛି ଫଟୋ ଓ ଭିଡିଓ

ଡିଜିପି ରାଙ୍କ ଆଇପିଏସ ଅଫିସର ରାମଚନ୍ଦ୍ର ରାଓ ହେଉଛନ୍ତି ସୁନା ଚୋରାଚାଲାଣ ଘଟଣାରେ ଗିରଫ ହୋଇଥିବା ରାଣ୍ୟା ରାଓଙ୍କ ବାପା। ଝିଅ ଯୋଗୁ ପୂର୍ବରୁ ବି ବାବଦକୁ ଆସିଥିଲେ ରାମଚନ୍ଦ୍ର ରାଓ।

author-image
Hemant Lenka
DGP

ଡିଜିପି ଡକ୍ଟର ରାମଚନ୍ଦ୍ର ରାଓ

ବିବାଦରେ କର୍ଣ୍ଣାଟକାର ଜଣେ ଡିଜିପି(DGP) ରାଙ୍କ ଆଇପିଏସ ଅଫିସର। ନିଜ ଅଫିସିଆଲ ଚ୍ୟାମ୍ବର ଭିତରେ ଡିଜିପି ରାଙ୍କ ଆଇପିଏସ ଅଫିସର ଡକ୍ଟର ରାମଚନ୍ଦ୍ର ରାଓ କରୁଛନ୍ତି ରାସଲୀଳା। ତାଙ୍କୁ ଦେଖା କରିବାକୁ ଆସୁଥିବା ମହିଳାମାନଙ୍କ ମଧ୍ୟରୁ ସେ କାହାକୁ ଚୁମ୍ବନ ତ ଆଉ କାହାକୁ କରୁଛନ୍ତି ଆଲିଙ୍ଗନ। ସେହିପରି କାହାର ହାତ ଧରି ରୋମାନ୍ସ କରିବାକୁ ମଧ୍ୟ ପଛାଉ ନାହାନ୍ତି। ମହିଳାମାନେ ମଧ୍ୟ ଡିଜିପିଙ୍କୁ ଖୁସି କରିବାକୁ ପଛ ଘୁଞ୍ଚା ମଧ୍ୟ ଦେଉ ନାହାନ୍ତି। 

Advertisment

ଏପରି କିଛି ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ କର୍ଣ୍ଣାଟକାରେ ଝଡ଼ ସୃଷ୍ଟି ହୋଇଛି। ଡିଜିପି ରାଙ୍କ ଆଇପିଏସ ଅଫିସର ରାମଚନ୍ଦ୍ର ରାଓ ହେଉଛନ୍ତି ସୁନା ଚୋରାଚାଲାଣ ଘଟଣାରେ ଗିରଫ ହୋଇଥିବା ରାଣ୍ୟା ରାଓଙ୍କ ବାପା। ଝିଅ ଯୋଗୁ ପୂର୍ବରୁ ବି ବାବଦକୁ ଆସିଥିଲେ ରାମଚନ୍ଦ୍ର ରାଓ। ଏବେ ସେ ଅଫିସିଆଲ ଚ୍ୟାମ୍ବର ଭିତରେ ନିଜ ପଦରୁ ଫାଇଦା ଉଠାଇ ମହିଳାଙ୍କ ସହ ରୋମାନ୍ସ କରୁଥିବା ଅଭିଯୋଗ ହୋଇଛି। 

ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓର ଦେଖିବାକୁ ମିଳୁଛି ଯେ ଅଫିସ ସମୟରେ ପୁଲିସ୍‌ ପୋଷାକରେ ଥିବା ଡିଜିପି ରାଙ୍କ ଆଇପିଏସ ଅଫିସର ରାମଚନ୍ଦ୍ର ରାଓ ଏକାଧିକ ମହିଳାଙ୍କୁ ନିଜ ଆସନ ପାଖକୁ ଡାକି କିସ ଓ ହଗ୍‌ କରୁଛନ୍ତି। କିଛି ଶଟରେ ସେ ବ୍ଲେଜରେ ମଧ୍ୟ ରହିଛନ୍ତି। ଡିଜିପି ଅଫିସ ଭିତରୁ ହିଁ ଏସବୁ ଦୃଶ୍ୟକୁ ଗୁପ୍ତ ଭାବେ ରେକର୍ଡ କରାଯାଇଛି। ଡ୍ୟୁଟି ସମୟରେ ଜଣେ ବରିଷ୍ଠ ଅଧିକାରୀଙ୍କ ଏପରି ଆଚରଣ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Advertisment

ଉପଲବ୍ଧ ଥିବା ସୂଚନା ଅନୁସାରେ, ମହିଳାମାନେ ବିଭିନ୍ନ ସମୟରେ ଓ ବିଭିନ୍ନ ପୋଷାକ ପରିଧାନ କରି ଡିଜିପିଙ୍କୁ ଭେଟିବାକୁ ତାଙ୍କ ଚ୍ୟାମ୍ବରକୁ ଆସିଥିଲେ। ଅଫିସ ଭିତରେ ଶ୍ରୀ ରାଓ ସେମାନଙ୍କୁ ନିଜ ଆସନ ପାଖକୁ ଡାକି ରୋମାନ୍ସ କରୁଥିବା ଭିଡିଓରେ ଦେଖାଯାଉଛି। 


ଯଦିଓ ଏହି ଘଟଣା ନେଇ ମହିଳମାନେ କୌଣସି ଅଭିଯୋଗ କିମ୍ବା ଆପତ୍ତି କେହି ବି କରି ନାହାନ୍ତି, କିନ୍ତୁ ଗୋଟିଏ ସରକାରୀ ଅଫିସ ଓ ଡ୍ୟୁଟି ସମୟରେ ଏପରି ଆଚରରଣ ପୁଲିସ୍‌ ବିଭାଗକୁ ବିବାଦରେ ଛିଡ଼ା କରିଛି। ଏହା ସଂସ୍ଥାନର ନିୟମ ଓ ପ୍ରଫେସନାଲ ଆଚରଣର ବିରୋଧାଚରଣ କରୁଥିବା ଅନେକ ମତ ରଖିଛନ୍ତି।

ବିବାଦ ତୀବ୍ର ହେବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଫୁଟେଜ ଦେଖି ବେଶ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ହେବା କେମିତି ପୁଲିସ୍‌ ପ୍ରତିଷ୍ଠାନ ମଧ୍ୟରେ ଏପରି ଘଟଣା ଘଟିଲା, ତା’ର ବିସ୍ତୃତ ସୂଚନା ମାଗିଛନ୍ତି। ଘଟଣାରେ କେତେ ସତ୍ୟତା ରହିଛି, ତା’କୁ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ।

ବିକୃତ ଭିଡିଓ ଓ ଫଟୋ କହିଲେ ରାମଚନ୍ଦ୍ର ରାଓ 

ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲେ ହେଁ ସମସ୍ତ ପ୍ରକାରର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡକ୍ଟର ରାମଚନ୍ଦ୍ର ରାଓ। କେହି ଏପରି ଫଟୋ ଓ ଭିଡିଓକୁ ବିକୃତ କରି ପୋଷ୍ଟ କରିଥିବା ସେ ସଫେଇ ଦେଇଛନ୍ତି। ତାଙ୍କ କହିବା କଥା ଯେ ତାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି। ଭାଇରାଲ ହେଉଥିବା ଭିଡିଓକୁ ବିକୃତ କରି ପ୍ରଦର୍ଶନ କରାଯାଇଛି। ଏହି ପ୍ରସଙ୍ଗରେ ସେ ତାଙ୍କ ଓକିଲଙ୍କ ସହ କଥା ହେବା ପରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। 

Karnataka DGP