Advertisment

DGP: ରାସଲୀଳା ଭିଡିଓ ଭାଇରାଲ ପରେ ନିଲମ୍ବନ ହେଲେ ଡିଜିପି ପାହ୍ୟା ଆଇପିଏସ୍‌

ସରକାରୀ ଅଫିସ ଭିତରେ ନିଜ ପଦର ଦୁର୍ବ୍ୟବହାର କରି ଆଇପିଏସି ରାମଚନ୍ଦ୍ର ରାଓ ମହିଳାମାନଙ୍କ ସହ ରୋମାନ୍ସ କରିବା ବେଳର ଭିଡିଓ ଭାଇରାଲ ହେବା ପରେ ବେଶ ବିବାଦ ଦେଖିବାକୁ ମିଳିଥିଲା।

DGP

ରାମଚନ୍ଦ୍ର ରାଓ

Advertisment

ଅଫିସ ଭିତରେ ଓ ପୁଲିସ୍‌ ପୋଷାକରେ ବିଭିନ୍ନ ମହିଳାଙ୍କ ସହ ରାସଲୀଳା କରିବା ବେଳର ଭିଡିଓ ଭାଇରାଲ ହେବା ପରେ ଅଡ଼ୁଆରେ ପଡ଼ିଛନ୍ତି ଡିଜିପି ପାହ୍ୟାର ଆଇପିଏସ ଅଫିସର ରାମଚନ୍ଦ୍ର ରାଓ। ଭିଡିଓ ଭାଇରାଲ ହେବା ପରେ କର୍ଣ୍ଣାଟକା(Karnataka) ସରକାର ରାମଚନ୍ଦ୍ର ରାଓଙ୍କୁ ନିଲମ୍ବନ କରିଛନ୍ତି। 

Advertisment

ସରକାରୀ ଅଫିସ ଭିତରେ ନିଜ ପଦର ଦୁର୍ବ୍ୟବହାର କରି ଆଇପିଏସି(DGP) ରାମଚନ୍ଦ୍ର ରାଓ ମହିଳାମାନଙ୍କ ସହ ରୋମାନ୍ସ କରିବା ବେଳର ଭିଡିଓ ଭାଇରାଲ ହେବା ପରେ ବେଶ ବିବାଦ ଦେଖିବାକୁ ମିଳିଥିଲା। ଯଦିଓ ଏହି ଭିଡିଓକୁ ବିକୃତ କରି ଉପସ୍ଥାପନ କରାଯାଇଥିବା ରାମଚନ୍ଦ୍ର ରାଓ କହିଥିଲେ, ତଥାପି ସରକାର ଏହାକୁ ଗୁରୁତ୍ୱର ଭାବେ ନେଇଥିଲେ।

ବିବାଦ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପାଖରେ ପହଞ୍ଚିବା ମାତ୍ରେ ସେ ବିଭାଗୀୟ ଅଧିକାରୀଙ୍କ ଠାରୁ ବିସ୍ତୃତ ସୂଚନା ହାସଲ କରିଥିଲା। ଏହାର ଦିନକ ପରେ ଅର୍ଥାତ ଆଜି ସରକାର ବରିଷ୍ଠ ପୁଲିସ୍‌ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

Advertisment

ରାଓ ହେଉଛନ୍ତି କନ୍ନଡ ଅଭିନେତ୍ରୀ ତଥା ସୁନା ଚୋରା ଚାଲାଣ ମାମଲାରେ ଗିରଫ ରାଣ୍ୟା ରାଓଙ୍କ ବାପା। କର୍ଣ୍ଣାଟକାର ସିଭିଲ ରାଇଟ୍ସ ଏନଫୋର୍ସମେଣ୍ଟର ଡିଜିପି ଭାବେ କାର୍ଯ୍ୟ କରୁଥିଲେ ଶ୍ରୀ ରାଓ। ଭିଡିଓ ଭାଇରାଲ ହେବା ପରେ ରାଓ ନିଜର ପକ୍ଷ ରଖିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ।

ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓର ଦେଖିବାକୁ ମିଳୁଛି ଯେ ଅଫିସ ସମୟରେ ପୁଲିସ୍‌ ପୋଷାକରେ ଥିବା ଡିଜିପି ରାଙ୍କ ଆଇପିଏସ ଅଫିସର ରାମଚନ୍ଦ୍ର ରାଓ ଏକାଧିକ ମହିଳାଙ୍କୁ ନିଜ ଆସନ ପାଖକୁ ଡାକି କିସ ଓ ହଗ୍‌ କରୁଛନ୍ତି। କିଛି ଶଟରେ ସେ ବ୍ଲେଜରେ ମଧ୍ୟ ରହିଛନ୍ତି। ଡିଜିପି ଅଫିସ ଭିତରୁ ହିଁ ଏସବୁ ଦୃଶ୍ୟକୁ ଗୁପ୍ତ ଭାବେ ରେକର୍ଡ କରାଯାଇଛି।

ଡ୍ୟୁଟି ସମୟରେ ଜଣେ ବରିଷ୍ଠ ଅଧିକାରୀଙ୍କ ଏପରି ଆଚରଣ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ମହିଳାମାନେ ବିଭିନ୍ନ ସମୟରେ ଓ ବିଭିନ୍ନ ପୋଷାକ ପରିଧାନ କରି ଡିଜିପିଙ୍କୁ ଭେଟିବାକୁ ତାଙ୍କ ଚ୍ୟାମ୍ବରକୁ ଆସିଥିଲେ। ଅଫିସ ଭିତରେ ଶ୍ରୀ ରାଓ ସେମାନଙ୍କୁ ନିଜ ଆସନ ପାଖକୁ ଡାକି ରୋମାନ୍ସ କରୁଥିବା ଭିଡିଓରେ ଦେଖାଯାଉଛି।

ଏହି ଘଟଣା ନେଇ ମହିଳମାନେ କୌଣସି ଅଭିଯୋଗ କିମ୍ବା ଆପତ୍ତି କରି ନାହାନ୍ତି, କିନ୍ତୁ ଗୋଟିଏ ସରକାରୀ ଅଫିସ ଓ ଡ୍ୟୁଟି ସମୟରେ ଏପରି ଆଚରରଣ ପୁଲିସ୍‌ ବିଭାଗକୁ ବିବାଦରେ ଛିଡ଼ା କରିଛି। ଏହା ସଂସ୍ଥାନର ନିୟମ ଓ ପ୍ରଫେସନାଲ ଆଚରଣର ବିରୋଧାଚରଣ କରୁଥିବା ଅନେକ ମତ ରଖିଛନ୍ତି।

Karnataka DGP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe