Advertisment

ୟୁଟ୍ୟୁବର ଧ୍ରୁବ ରାଠୀଙ୍କ କଟାକ୍ଷ ପୋଷ୍ଟ, ସ୍ୱାତୀ ମାଲିୱାଲଙ୍କ ନାଁ ନ ନେଇ କହିଲେ...

ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ଶଚିବ ବୈଭବ କୁମାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ କଟାକ୍ଷପୂର୍ଣ୍ଣ ପୋଷ୍ଟ କରିଛନ୍ତି ୟୁଟ୍ୟୁବର ତଥା ବ୍ଲଗର ଧ୍ରୁବ ରାଠୀ।

author-image
Debibandita Barick
ଅଦ୍ୟତନ ହୋଇଛି
Swati Maliwal & Dhruv Rathee

Swati Maliwal & Dhruv Rathee

ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ଶଚିବ ବୈଭବ କୁମାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ କଟାକ୍ଷପୂର୍ଣ୍ଣ ପୋଷ୍ଟ କରିଛନ୍ତି ୟୁଟ୍ୟୁବର ତଥା ବ୍ଲଗର ଧ୍ରୁବ ରାଠୀ। ଧ୍ରୁବ ରାଠୀ ଏହି ପ୍ରସଙ୍ଗ ଉପରେ ଏକ ଭିଡିଓ ପୋଷ୍ଟ କରିବା ପରେ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗ କରିଥିଲେ ମାଲିୱାଲ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଠୀ।  

Advertisment

ସୋଶାଲ ମିଡିଆ ଏକ୍ସ ପୋଷ୍ଟରେ ରାଠୀ ନାଁ ନ ନେଇ କହିଛନ୍ତି, "ଅପରାଧୀମାନେ ନିଜକୁ ପୀଡିତ ବୋଲି ଦର୍ଶାଉଛନ୍ତି।"

ରାଠୀ ପୋଷ୍ଟରେ ଲେଖିଛନ୍ତି, "ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ହେଉଛି, ନିୟମତ ଭାବେ ହତ୍ୟା ଧମକ ଆସୁଛି, ଅପମାନିତ କରାଯାଉଛି, ମୋତେ ବଦନାମ କରିବା ପାଇଁ ଅଭିଯାନ ଚାଲିଛି...। ବିଡମ୍ବନାର ବିଷୟ ଯେ ଅପରାଧୀମାନେ ଏପରି କହି ନିଜକୁ ପୀଡିତ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। ଏସବୁ ପଛରେ କେଉଁମାନେ ଅଛନ୍ତି ତାହା ସମସ୍ତେ ଜାଣନ୍ତି। ସେମାନେ ମୋତେ ଚୁପ୍ କରାଇଦେବାକୁ ଚାହାଁନ୍ତି।"

Advertisment

ସେ ଆହୁରି କହିଛନ୍ତି, "କେବେ ହେଲେ ଏପରି ହେବ ନାହିଁ। ଯଦି ଆପଣ ଜଣେ ଧ୍ରୁଭ ରାଠୀ ପାଟି ବନ୍ଦ କରିବାକୁ ଚେଷ୍ଟା କରନ୍ତି, ତେବେ ହଜାରେ ନୂଆ ସ୍ୱର ତିହାରି ହେବ।"

ପ୍ରକାଶ ଥାଉକି, କେଜ୍ରିୱାଲଙ୍କ ବ୍ୟକ୍ତିଗତ ଶଚିବ ବୈଭବ କୁମାର ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ବୈଭବ କୁମାର ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। ଏହି ମାମଲାକୁ ନେଇ ଧ୍ରୁବ ରାଠୀ ନିକଟରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ, ଯାହାକୁ ସ୍ୱାତୀ ମାଲିୱାଲ ଏକପାଖିଆ କହିବା ସହ ଏହି ଭିଡିଓ ପୋଷ୍ଟ ପରେ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗ କରିଥିଲେ। 

Swati Maliwal Bibhav Kumar Swati Maliwal Assault Case Dhruv Rathee