Advertisment

ନୁଡୁଲ୍ସ ପ୍ୟାକେଟ୍‌ରେ ନେଉଥିଲେ ହୀରା, ମାଡ଼ି ବସିଲେ ସୁରକ୍ଷା ଅଧିକାରୀ

ମୋଟ ୬ କୋଟି ୪୬ ଲକ୍ଷ କୋଟି ଟଙ୍କାର ହୀରା ଓ ସୁନା ଜବତ କରିଛି କଷ୍ଟମ୍ ବିଭାଗ। ଏହି ମାମଲାରେ କଷ୍ଟମ୍ ବିଭାଗ ଉକ୍ତ ଯାତ୍ରୀଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Diamonds hidden in noodle

Diamonds hidden in noodle

Advertisment

ହୀରା ଚୋରା ଚାଲାଣର ନୂଆ ଫଣ୍ଡା। ନୁଡୁଲ୍ସ ପ୍ୟାକେଟ ଭିତରେ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା। ମୁମ୍ବାଇ ବିମାନ ବନ୍ଦରରେ ନୁଡୁଲ୍ସ ପ୍ୟାକେଟ ଭିତରେ ହୀରା ଚାଲାଣ କରୁଥିବା ଏକ ଗ୍ୟାଙ୍ଗକୁ ମୁମ୍ବାଇ କଷ୍ଟମ ବିଭାଗର ଟିମ୍‌ ଗିରଫ କରିଛି। କେବଳ ସେତିକି ନୁହେଁ ଯାତ୍ରୀଙ୍କ ଦେହ ଓ ତାଙ୍କ ବ୍ୟାଗ୍ ଭିତରୁ ବିପୁଳ ସୁନା ମଧ୍ୟ ମିଳିଛି।

Advertisment

ଛତ୍ରପତି ଶିବାଜୀ ଟର୍ମିନାଲରେ ମୁମ୍ବାଇରୁ ବ୍ୟାଙ୍କକ୍‌ ଯାଉଥିବା ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ ସୁକ୍ୟୁରିଟି ଚେକ୍‌ ବେଳେ ତାଙ୍କ ନୁଡୁଲ୍ସ ପ୍ୟାକେଟ ଭିତରୁ ପାଖାପାଖି ୨ କୋଟି ଟଙ୍କାର ହୀରା ମିଳିଛି। କେବଳ ସେତିକି ନୁହେଁ ଯାତ୍ରୀଙ୍କ ଦେହ ଓ ବ୍ୟାଗରୁ ୪.୪୪ କୋଟି ଟଙ୍କା ମୂଲ୍ୟର ୬.୮୧୫ କିଲୋଗ୍ରାମ ସୁନା ମଧ୍ୟ ଜବତ ହୋଇଛି। ମୋଟ ୬ କୋଟି ୪୬ ଲକ୍ଷ କୋଟି ଟଙ୍କାର ହୀରା ଓ ସୁନା ଜବତ କରିଛି କଷ୍ଟମ୍ ବିଭାଗ। ଏହି ମାମଲାରେ କଷ୍ଟମ୍ ବିଭାଗ ଉକ୍ତ ଯାତ୍ରୀଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମୁମ୍ବାଇ କଷ୍ଟମ ବିଭାଗର ସୁଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରୁ ବ୍ୟାଙ୍କକ ଯାତ୍ରା କରୁଥିବା ଜଣେ ଭାରତୀୟ ନାଗରିକଙ୍କ ଉପରେ ସନ୍ଦେହ ହେବାରକୁ ତାଙ୍କ ଅଟକାଇ ତାଙ୍କ ଟ୍ରଲି ବ୍ୟାଗକୁ ସର୍ଚ୍ଚ କରାଯାଇଥିଲା। ଏହି ସମୟରେ ତାଙ୍କ ବ୍ୟାଗ୍‌ ଭିତରେ ଥିବା ନୁଡୁଲ୍ସ ପ୍ୟାକେଟରେ ହୀରା ମିଳଥିଲା। ପରେ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି।

Advertisment

ସେହିପରି କଲମ୍ବୋରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଜଣେ ବିଦେଶୀ ନାଗରିକଙ୍କ ଠାରୁ ମଧ୍ୟ ସୁନା ଖଣ୍ଡ ଜବତ ହୋଇଛି। ଉକ୍ତ ଯାତ୍ରୀ ନିଜ ଅନ୍ତବସ୍ତ୍ର ଭିତରେ ୩୨୧ ଗ୍ରାମର ସୁନା ବାର୍‌ ଲୁଚାଇ ରଖିଥିଲେ ବୋଲି ଅଧିକାରୀମାନେ କହିଛନ୍ତି। 

Mumbai Airport Diamonds In Noodles Packet Customs Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe