Advertisment

Murder Case: ଡାଏରୀରୁ ମିଳିଲା ମା’ ଓ ଦୁଇ ଛୁଆଙ୍କ ହତ୍ୟାର ସୁରାକ୍‌

ଘଟଣାର ତଦନ୍ତ ବେଳେ ପୁଲିସ୍‌ ଘର ଭିତରୁ ଗୋଟିଏ ଡାଏରୀ ଠାବ କରିଛି। ଏଥିରେ ପରିବାର ଲୋକଙ୍କ ଖର୍ଚ୍ଚ ତାଲିକା, ଭବିଷ୍ୟତ ଯୋଜନା, ଗ୍ରୋସରୀ ଇତ୍ୟାଦିର ତଥ୍ୟ ରହିଛି। ଗୋଟିଏ ପୃଷ୍ଠାରେ ଋଣ ସଂକ୍ରାନ୍ତ ତଥ୍ୟ ବି ଅଛି।

Murder

ପୁଲିସର ଯାଞ୍ଚ

Advertisment

ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନଗରରେ ଜଣେ ମହିଳା ଓ ତାଙ୍କର ଦୁଇ ଛୁଆଙ୍କୁ ହତ୍ୟା(Murder) ଘଟଣାରେ ପୁଲିସକୁ ମିଳିଛି ବଡ଼ ସୁରାକ। ପୁଲିସ୍‌ ଗୋଟିଏ ଡାଏରୀ ଠାବ କରିଛି। ଏହି ଡାଏରୀ ହିଁ ପୁଲିସ୍‌କୁ ହତ୍ୟାର ସୁରାକ ଦେଇଥିବା ଜଣାପଡ଼ିଛି। ଏହି ଡାଏରୀରେ ୧୧ ଜଣଙ୍କ ଠାରୁ ମହିଳା ଜଣଙ୍କ ଆଣିଥିବା ଲକ୍ଷାଧିକ ଋଣ ସମ୍ପର୍କିତ ତଥ୍ୟ ରହିଛି। ସୋମବାର ୨୫ ବର୍ଷୀୟ ଯଶବୀର ସିଂହ ନିଜର ମା’, ଉଭଣୀ ଓ ୧୪ ବର୍ଷୀୟ ଭାଇଙ୍କୁ ହତ୍ୟା କରିବା ପରେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

Advertisment

ଘଟଣାର ତଦନ୍ତ ବେଳେ ପୁଲିସ୍‌ ଘର ଭିତରୁ ଗୋଟିଏ ଡାଏରୀ ଠାବ କରିଛି। ଏଥିରେ ପରିବାର ଲୋକଙ୍କ ଖର୍ଚ୍ଚ ତାଲିକା, ଭବିଷ୍ୟତ ଯୋଜନା, ଗ୍ରୋସରୀ ଇତ୍ୟାଦିର ତଥ୍ୟ ରହିଛି। ଗୋଟିଏ ପୃଷ୍ଠାରେ ଋଣ ସଂକ୍ରାନ୍ତ ତଥ୍ୟ ବି ଅଛି। ଯଶବୀର ସିଂହ ୧୦ ଲକ୍ଷ ଟଙ୍କାର ଋଣ ଅନେକ ଲୋକଙ୍କ ଠାରୁ ନେଇଥିଲେ। ୧୧ ଜଣ ଋଣଦାତାଙ୍କ ତଥ୍ୟ ଡାଏରୀରେ ରହିଛି। 

ପୁଲିସ୍‌ ଆଶାଙ୍କା କରିଛି ଯେ ଋଣ ଭାର ଯୋଗୁ ଯଶବୀର ମାନସିକ ଚିନ୍ତାରେ ରହିଥିଲେ। ସେହିପରି ଅନ୍ୟ ଆର୍ଥିକ ସମସ୍ୟା ମଧ୍ୟ ତାଙ୍କୁ ଶାନ୍ତିରେ ଶୋଇବାକୁ ଦେଉ ନଥିଲା। ଖାସ ଏଥିପାଇଁ ସେ ନିଜ ପରିବାରର ୩ ଜଣ ସଦସ୍ୟଙ୍କୁ ହତ୍ୟା କରିଛନ୍ତି। 

Advertisment

ଡାଏରୀରେ ଜୀବନ ପରର ଚିନ୍ତାଧାରା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଅପରାଧ ସହ ଡାଏରୀରେ ଲେଖାଯାଇଥିବା ବିଷୟବସ୍ତୁର କୌଣସି ସିଧାସଳଖ ଲିଙ୍କ ରହିଛି କି ନାହିଁ, ତା’ର ତଦନ୍ତ ଗୁରୁତ୍ୱର ସହ କରାଯାଉଛି। ଯଦି ଏହା ସତ ପ୍ରମାଣିତ ହେବ, ତା’ହେଲେ ୨୦୧୮ରେ ଦିଲ୍ଲୀର ବୁରାରୀରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ସହ ମେଳ ଖାଇବ।”

ଘଟଣାରେ ପରିବାରର ଅନ୍ୟ ସଦସ୍ୟ, ପଡ଼ୋଶୀ, ଅଭିଯୁକ୍ତଙ୍କ ପତ୍ନୀଙ୍କୁ ଜେରା କରାଯାଉଛି। କେବଳ ଆର୍ଥିକ ଚିନ୍ତା ଯୋଗୁ ଏତେ ବଡ଼ ହତ୍ୟା କାଣ୍ଡ ଘଟିଛି ନା ଏହା ପଛରେ ଆଉ କିଛି କାରଣ ରହିଛି, ତା’ର ଯାଞ୍ଚ କରାଯାଉଛି। 

୨୦୧୯ରେ ଯଶବୀର ସିଂହ ଜଣେ ମହିଳାଙ୍କ ସହ ୫ରୁ ୬ ମାସ ଲିଭ ଇନରେ ରହିଥିଲେ। ଏହାପରେ ସେମାନେ ବିବାହ କରିଥିଲେ। ଉଭୟ ପରିବାରର ବିରୋଧ ସତ୍ତ୍ୱେ ସେମାନଙ୍କ ବାହାଘର ହୋଇଥିଲେ। ଉଭୟଙ୍କ ଜାତି ଅଲଗା ହୋଇ ଥିବାରୁ ଦୁଇ ପରିବାର ବାହାଘର ପାଇଁ ରାଜି ହୋଇ ନଥିଲେ। ଏହାକୁ ନେଇ ମଧ୍ୟ ବିବାଦ ଲାଗି ରହିଥିଲା। 

ପୁଲିସ କହିଛି ଯେ ମହିଳା ଜଣଙ୍କ ପାରିବାରିକ ବିବାଦ କାରଣରୁ ୨ ମାସ ହେଲା ଯଶବୀରଙ୍କ ଠାରୁ ଅଲଗା ହୋଇ ରହୁଇଲେ। ଫାରିଦାବାଦ ସ୍ଥିତ ନିଜ ବାପାଙ୍କ ଘରେ ମହିଳା ଜଣଙ୍କ ରହୁଥିବା ବେଳେ ଯଶବୀର ଏତେ ବଡ଼ କାଣ୍ତ ଘଟାଇଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe