Advertisment

'ନ୍ୟାୟ ପତ୍ର'ରେ ଭାରତୀୟଙ୍କ ସଂପତ୍ତି ଜବତ କରିବାର ଘୋଷଣା କରିଛି କି କଂଗ୍ରେସ, କ’ଣ କହୁଛି ତଥ୍ୟ?

କଂଗ୍ରେସ ତା'ର ନ୍ୟାୟ ପତ୍ରରେ କୁଆଡେ ଭାରତୀୟଙ୍କ ସମ୍ପତ୍ତି ଜବତ କରିବା ସହ ଏହାକୁ ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଥିବା ନିକଟରେ ଏକ ରାଲିରେ କହିଥିଲେ ମୋଦି।

ଅଦ୍ୟତନ ହୋଇଛି
Congress Manifesto Fact Check

Congress Manifesto Fact Check

Advertisment

କଂଗ୍ରେସ ତା'ର ନିର୍ବାଚନୀ ଇସ୍ତାହାର ତଥା 'ନ୍ୟାୟ ପତ୍ର'ରେ ଭାରତୀୟଙ୍କ ସମ୍ପତ୍ତି ଜବତ କରିବା ଓ ଏହାକୁ ବିତରଣ କରିବା ପ୍ରତିଶ୍ରୁତି ଦେଇଛି। ନିକଟରେ ଏଭଳି କିଛି ଅଭିଯୋଗ ଆଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଫ୍ୟାକ୍ଟ ଚେକ୍‌ ବେଳେ ମୋଦିଙ୍କ ଏହି ଅଭିଯୋଗ ମିଛ ବୋଲି ପ୍ରମାଣ ହୋଇଛି।

Advertisment

ନିକଟରେ ବିଜେପି କଂଗ୍ରେସର ନ୍ୟାୟ ପତ୍ରକୁ ନେଇ ଟାର୍ଗେଟ କରିଥିଲା। ଦୁଇ ଦିନ ପୂର୍ବେ ଏକ ରାଲିରେ ଯୋଗ ଦେଇ କଂଗ୍ରେସ ନ୍ୟାୟ ପତ୍ରକୁ ନେଇ ବଡ ଅଭିଯୋଗ ଆଣିଥିଲେ ମୋଦି। କଂଗ୍ରେସ ତା'ର ନ୍ୟାୟ ପତ୍ରରେ କୁଆଡେ ଭାରତୀୟଙ୍କ ସମ୍ପତ୍ତି ଜବତ କରିବା ସହ ଏହାକୁ ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଥିବା କହିଥିଲେ। ସେମାନେ ଆମ ମା' ଉଭଣୀଙ୍କ ପାଖରେ ଥିବା ସୁନାକୁ ନେଇଯିବେ। ଏହାର ଗଣନା କରିବେ ଓ ମୂଲ୍ୟାଙ୍କନ କରିବେ। ପରେ ଏହାକୁ ବଣ୍ଟନ କରିଦେବେ। ସେମାନେ ଏହାକୁ ଡକ୍ଟର ମନମୋହନ ସିଂଙ୍କ ସରକାର ଯାହା କହିଥିଲେ - ଦେଶର ସମ୍ପତ୍ତି ଉପରେ ମୁସଲମାନମାନଙ୍କର ପ୍ରଥମ ଅଧିକାର ରହିଛି ସେହିମାନଙ୍କୁ ଦେବେ।

ତେବେ କଂଗ୍ରେସ ବିଜେପିର ଏହି ଅଭିଯୋଗକୁ ଅସ୍ୱୀକାର କରିଆସୁଛି। ଏବେ ଏହି ଅଭିଯୋଗ ମିଛ ବୋଲି ମଧ୍ୟ ପ୍ରମାଣିତ ହୋଇଛି। ଫ୍ୟାକ୍ଟ ଚେକ୍‌ ବେଳେ ସତ ସାମ୍ନାକୁ ଆସିଛି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ତା'ର ଘୋଷଣା ପତ୍ରରେ ଅସମାନତା, ଭାରତର ଧନ, ଆର୍ଥିକ ଦୃର୍ବଳ ବର୍ଗର ଲୋକ ଓ ସରକାରୀ ଜମି ଏବଂ ସମ୍ବଳ ଆବଣ୍ଟନ ସମ୍ପର୍କରେ କୁହାଯାଇଛି। ଜାତିସଂଘ ଏବଂ ଉପ-ଜାତି ଏବଂ ସେମାନଙ୍କର ସାମାଜିକ-ଆର୍ଥିକ ସ୍ଥିତିକୁ ଗଣନା କରିବା ପାଇଁ କଂଗ୍ରେସ ଦେଶବ୍ୟାପୀ ସାମାଜିକ-ଆର୍ଥିକ ଏବଂ ଜାତିସଂଘ ଜନଗଣନା କରିବ ବୋଲି କହିଛି।

Advertisment

କିନ୍ତୁ କଂଗ୍ରେସର ଏହି ଘୋଷଣା ପତ୍ରରେ କେଉଁଠି ମଧ୍ୟ ଧନୀମାନଙ୍କ ସମ୍ପତ୍ତିକୁ ଜବତ କରି ଏହାକୁ ଗରିବମାନଙ୍କ ମଧ୍ୟରେ ବାଣ୍ଟିବା କଥା ଦାବି କରାଯାଇ ନାହିଁ। ତଥ୍ୟ ସଂଗ୍ରହ କରିବା ଏବଂ ସେହି ଅନୁଯାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନୀତି କାର୍ଯ୍ୟକାରୀ କରିବାକୁ ଦଳ ଏକ ଜାତି ଜନଗଣନାକୁ ପ୍ରତିଶୃତି ଦେଇଛି। ରାହୁଲ ଗାନ୍ଧି ଏହି ଜନଗଣନାକୁ ଭାରତର ଏକ ଏକ୍ସ-ରେ ବୋଲି କହିଛନ୍ତି।

ନୀତି ନିୟମରେ ଉପଯୁକ୍ତ ପରିବର୍ତ୍ତନ ମାଧ୍ୟମରେ ଧନ ଏବଂ ଆୟର ବୃଦ୍ଧି ହେଉଥିବା ଅସମାନତାକୁ ସମାଧାନ କରିବା କଥା କଂଗ୍ରେସ ନ୍ୟାୟ ପତ୍ରରେ କୁହାଯାଇଛି। ହେଲେ କେଉଁଠି ମଧ୍ୟ ସମ୍ପତ୍ତି ବଣ୍ଟନ କଥା ଉଲ୍ଲେଖ କରାଯାଇ ନାହିଁ। ସେହିପରି ଏଥିରେ ଭାରତୀୟ ମହିଳାଙ୍କ ମାଲିକାନାରେ ଥିବା ସୁନାର ମୂଲ୍ୟ 'ସର୍ବେକ୍ଷଣ' କରିବା ଓ ଏହାକୁ ପୁନଃ ବଣ୍ଟନ ବିଷୟରେ କୁହାଯାଇ ନାହିଁ।

ବଜେପିର ଏଭଳି ମିଛ ଅଭିଯୋଗକୁ ନେଇ ଏବେ କଂଗ୍ରେସ ନେତା ସାମ୍ନାକୁ ଆସିଛନ୍ତି। କଂଗ୍ରେସ ଯଦି କ୍ଷମତାକୁ ଆସେ ତେବେ ଲୋକଙ୍କ ସମ୍ପତ୍ତି ଜବତ ଓ ପୁନଃବଣ୍ଟନ କରିବାର କୌଣସି ଯୋଜନା ନାହିଁ ବୋଲି ସେମାନ ସ୍ପଷ୍ଟ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ବିରୋଧ କରି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛି।

Bjp PM Modi Congress Manifesto 2024 Fact Check
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe