Advertisment

ନିଜର ପାକ ବନ୍ଧୁମାନେ ଆଇଏସଆଇ ଏଜେଣ୍ଟ ବୋଲି ଜାଣିଥିଲେ କି ଜ୍ୟୋତି?

କ’ଣ ଜ୍ୟୋତି ଅଜାଣତରେ ପାକିସ୍ତାନର ଅଧିକାରୀଙ୍କ ସହ ନିଜର ୟୁଟ୍ୟୁବ ଚ୍ୟାନେଲର ଭ୍ୟୁ ବଢ଼ାଇବା ପାଇଁ ଯୋଗାଯୋଗରେ ରହିଥିଲେ?

Jyoti

Jyoti

Advertisment

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ୟ୍ୟୁଟବର ଜ୍ୟୋତି ମାଲହୋତ୍ରାଙ୍କ ସମ୍ପର୍କରେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନର ଅନେକ ଲୋକଙ୍କ ସହ ତାଙ୍କର ବନ୍ଧୁତା ଥିଲା। ତେବେ ତାଙ୍କର ବନ୍ଧୁମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଏଜେଣ୍ଟ ଭାବେ କାମ କରୁଥିଲେ ବୋଲି ଜ୍ୟୋତି ଜାଣିଥିଲେ କି ନାହିଁ? କ’ଣ ଜ୍ୟୋତି ଅଜାଣତରେ ପାକିସ୍ତାନର ଅଧିକାରୀଙ୍କ ସହ ନିଜର ୟୁଟ୍ୟୁବ ଚ୍ୟାନେଲର ଭ୍ୟୁ ବଢ଼ାଇବା ପାଇଁ ଯୋଗାଯୋଗରେ ରହିଥିଲେ?

Advertisment

ଏ ପ୍ରଶ୍ନର ଉତ୍ତର ମିଳି ଯାଇଛି। ବାସ୍ତବରେ ଜ୍ୟୋତି ଯେଉଁ ସବୁ ପାକିସ୍ତାନୀ ଅଧିକାରୀଙ୍କ ଯୋଗାଯୋଗରେ ଥିଲେ ସେମାନେ ଆଇଏସଆଇ ପାଇଁ କାମ କରୁଥିଲେ। ଏକଥା ଜ୍ୟୋତି ଭଲ ଭାବେ ଜାଣିଥିଲେ। ତଥାପି ବିନା କୌଣସି ସଙ୍କୋଚରେ ସେ ସେମାନଙ୍କ ସହ ଯୋଗାଯୋଗ କରୁଥିଲେ। ୩୩ ବର୍ଷୀୟ ଜ୍ୟୋତିଙ୍କ ପାଖରୁ ଜବତ ହୋଇଥିବା ଲ୍ୟାପଟପ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀର ଯାଞ୍ଚ ପରେ ହରିୟାଣା ପୁଲିସ୍‌ ଏକଥା ଜାଣିବାକୁ ପାଇଛି।

ସୂତ୍ର ଅନୁସାରେ, ଜ୍ୟୋତି ମାଲହୋତ୍ରା ୪ ଜଣ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ଯୋଗାଯୋଗରେ ରହିଥିଲେ ଓ ସେମାନଙ୍କ ସହ କଥା ହେଉଥିଲେ। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଡାନିଶ। ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନରେ ଡାନିଶ କାମ କରନ୍ତି। ଜ୍ୟୋତି ସେଠାକୁ ଯିବା ବେଳେ ତାଙ୍କର ଦେଖା ଡାନିଶଙ୍କ ସହ ହୋଇଥିଲା। ସେହିପରି ଏହଶାନ ଓ ଶାହିଦ ନାମକ ଦୁଇ ଜଣଙ୍କ ସହ ମଧ୍ୟ ଜ୍ୟୋତି ଯୋଗାଯୋଗରେ ଥିଲେ। ୪ର୍ଥ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ତଦନ୍ତକାରୀ ଅଧିକାରୀମାନେ ଏବେ ଏହି ସବୁ ଏଜେଣ୍ଟଙ୍କ ପାହ୍ୟା ଓ ପାକିସ୍ତାନରେ ଏମାନେ କେଉଁ ପ୍ରକାରର କାମ କରୁଥିଲେ, ତା’ର ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛନ୍ତି।

Advertisment

ପୁଲିସ୍‌ ପୂର୍ବରୁ ହିଁ ଜ୍ୟୋତିଙ୍କ ଲ୍ୟାପଟପ ଓ ମୋବାଇଲ ସମେତ ଅନ୍ୟାନ୍ୟ ଡିଜିଟାଲ ଡିଭାଇସକୁ ଜବତ କରି ସାରିଛି। ଅନେକ ମେସେଜ ଓ ତଥ୍ୟକୁ ଯଦିଓ ଡିଲେଟ କରି ଦିଆଯାଇଥିଲା ପୁଲିସ୍‌ ବିଭିନ୍ନ ଉପାୟରେ ୧୨ ଟିଭିର ଡାଟାକୁ ରିକଭର କରିପାରିଛି। ଏବେ ଉକ୍ତ ତଥ୍ୟକୁ ଆଧାର କରି ପୁଲିସ୍‌ ମାମଲାର ଖିଅକୁ ଯୋଡ଼ିବାକୁ ଚେଷ୍ଟା କରୁଛି।

ରିକଭର ହୋଇଥିବା ଡାଟାକୁ ଯାଞ୍ଚ କରିବା ପରେ ପୁଲିସ୍‌ ଜାଣିବାକୁ ପାଇଛି ଯେ ଜ୍ୟୋତି ମାଲହୋତ୍ରା ବେଶ ଭଲ ଭାବେ ଜାଣିଥିଲେ ଯେ ସେ ଆଇଏସଆଇ ଅଧିକାରୀଙ୍କ ସହ କଥା ହେଉଛନ୍ତି। କିନ୍ତୁ ଏହା ଜାଣି ମଧ୍ୟ ସେ ଡରି ନଥିଲେ ବରଂ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ।

ହିସାର ପୁଲିସ୍ ଜ୍ୟୋତିଙ୍କୁ ମେ’ ୧୫ରେ ଗିରଫ କରିବା ପରେ ପଚରାଉଚରା ପାଇଁ ପ୍ରଥମେ ୭ ଦିନିଆ ରିମାଣ୍ଡରେ ନେଇଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ମେ’ ୨୨ରେ ତାଙ୍କୁ କୋର୍ଟରେ ହାଜର କରିଥିଲା ପୁଲିସ୍। ଏହା ସହିତ ପୁଣି ଥରେ ଜ୍ୟୋତିଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଜ୍ୟୋତିଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଥିଲେ। ସେହି ଅବଧି ସୋମବାର ଶେଷ ହେବା ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ହିସାର ପୁଲିସ କହିବା ମୁତାବକ ଜ୍ୟୋତି ଭାରତୀୟ ସେନା ବା ପ୍ରତିରକ୍ଷା ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଦେଇଥିବା ନେଇ କିଛି ପ୍ରମାଣ ମିଳିନାହିଁ। ତେବେ ପାକିସ୍ତାନୀ ଗୁଇନ୍ଦା ପାଇଁ କାମ କରୁଥିବା କିଛି ବ୍ୟକ୍ତିଙ୍କ ସହିତ ସେ ଯୋଗାଯୋଗରେ ରହିଥିଲେ।

ଡାନିଶଙ୍କ ସହିତ ଜ୍ୟୋତି ସଂପର୍କରେ ଥିଲେ ବୋଲି ଅଭିଯୋଗ ରହିଛି। ଡାନିଶ ୨୦୨୩ ନଭେମ୍ବରରୁ ଭାରତରେ ଥିବା ପାକିସ୍ତାନୀ ହାଇକମିଶନର କର୍ମଚାରୀ ଥିଲା। ମେ’ ୧୩ ତାରିଖରେ ଭାରତ ସରକାର ତାଙ୍କୁ ଦେଶରୁ ବାହାର କରି ଦେଇଥିଲେ। ଗୁଇନ୍ଦାଗିରି କାର୍ଯ୍ୟକଳାପରେ ଜଡ଼ିତ ଥିବାରୁ ଭାରତର ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ଗୁଜରାଟ ଆଦି ରାଜ୍ୟରୁ ଏଯାବତ ଜ୍ୟୋତିଙ୍କ ସମେତ ୧୨ ଜଣ ଗିରଫ ହୋଇସାରିଲେଣି।

Pakistan Spying Jyoti Malhotra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe