Advertisment

କ’ଣ ଆଉ ଥରେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଛି ଭାରତ? ଜବାବ ରଖିଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ସେନା ପକ୍ଷରୁ କୌଣସି ପ୍ରକାରର ସର୍ଜିକାଲ ଷ୍ଟ୍ରାଇକ କରାଯାଇ ନାହିଁ। ଅବଶ୍ୟ ପାକିସ୍ତାନ ସୀମା ପଟୁ ହୋଇଥିବା ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନମାନେ ପଣ୍ଡ କରି ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Strike

Strike

Advertisment

ଦୈନିକ ଖବର କାଗଜ ଦୈନିକ ଜାଗରଣର ପ୍ରଥମ ପୃଷ୍ଠାରେ ଆଜି ଭାରତ ପୁଣିଥରେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଥିବା ଖବର ପ୍ରକାଶ ପାଇଛି। ଭାରତୀୟ ସେନାର ୧୨ରୁ ୧୫ ଜଣ କମାଣ୍ଡ ପିଓକେରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିବା ସହ ୮ ଜଣ ଆତଙ୍କବାଦୀଙ୍କୁ ଖତମ କରିଛନ୍ତି ଓ ସେମାନଙ୍କର ୪ରୁ ଅଧିକ ଲଞ୍ଚ ପ୍ୟାଡ୍‌ ମଧ୍ୟ ସେମାନେ ଧ୍ୱଂସ କରି ଦେଇଥିବା ଏହି ଖବରକାଗଜ ରିପୋର୍ଟ ପ୍ରକାଶ କରିଛି। 

Advertisment

ଶନିବାର ବିଳମ୍ବିତ ରାତିରେ ଭାରତୀୟ ଯବାନମାନେ ସର୍ଜିକାଲ ଷ୍ଟ୍ରାଇକ କରିଥିବା ଉକ୍ତ ଗଣମାଧ୍ୟମ ଦାବି କରିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ବଡ଼ବଡ଼ ଅକ୍ଷରରେ ଗଣମାଧ୍ୟରେ ପ୍ରକାଶ ପାଇଥିବା ଖବରକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଖଣ୍ଡନ କରିଛି।

ଭାରତୀୟ ସେନା ପକ୍ଷରୁ କୌଣସି ପ୍ରକାରର ସର୍ଜିକାଲ ଷ୍ଟ୍ରାଇକ କରାଯାଇ ନାହିଁ। ଅବଶ୍ୟ ପାକିସ୍ତାନ ସୀମା ପଟୁ ହୋଇଥିବା ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନମାନେ ପଣ୍ଡ କରି ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Advertisment

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କିଛି ଆତଙ୍କବାଦୀ ଜମ୍ମୁ-କଶ୍ମୀରର ବାଲାକୋଟ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ସୋମବାର ସକାଳେ ୨ ଜଣ ଆତଙ୍କୀ ଏପରି ଉଦ୍ୟମ କରିଥିଲେ। କିନ୍ତୁ ଭାରତୀୟ ସେନା ସେମାନଙ୍କୁ ସଫଳ ହେବାକୁ ଦେଇନି। ଦୁଇ ଜଣ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହାପରେ ଯବାନମାନେ ଯୋଜନାବଦ୍ଧ ଭାବେ ଉକ୍ତ ସ୍ଥାନରେ ନଜର ରଖିଥିଲେ। ଅନୁପ୍ରବେଶ ଉଦ୍ୟମ ହେବା ମାତ୍ର ଯବାଦନମାନେ ଗୁଳିମାଡ଼ କରିଥିଲେ। କିଛି ସମୟ ପରେ ଆତଙ୍କବାଦୀମାନେ ସେଠାରୁ ଚାଲି ଯାଇଥିଲେ।

ଏହାପରେ ଏଲଏସି ନିକଟରେ ସର୍ଚ୍ଚ ଅପରେସନ କରାଯାଇଥିଲା। ସେଠାରୁ ଗୋଟିଏ ଏକେ ୪୭, ୨ଟି ମ୍ୟାଗାଜିନ, ୩୦ ରାଉଣ୍ଡ ଗୁଳି ଓ ପାକିସ୍ତାନ ଷ୍ଟିକର ଥିବା କିଛି ମେଡିସିନ ମିଳିଛି। ଘଟଣାସ୍ଥଳରୁ ରକ୍ତର ଛିଟା ମଧ୍ୟ ଦେଖିବାକୁ ମିଳିଛି। ଏହାର ଅର୍ଥ ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କୀମାନଙ୍କ ଦେହରେ ଗୁଳି ବାଜିଛି। ତେବେ ସେମାନଙ୍କ ମୃତଦେହ ମିଳିନି।

Jammu Kashmir Indian Army Surgical Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe