Advertisment

ଚାପରେ ପଡ଼ି ବିଜେପିରେ ମିଶିଛନ୍ତି କି କୈଳାସ ଗେହଲଟ? ତାଙ୍କ ଉତ୍ତର, ନା

ଫେବୃଆରୀ ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଗେହଲଟ ବିଜେପିରେ ସାମିଲ ହେବା ଗୋଟିଏ ଟର୍ଣ୍ଣିଂ ପଏଣ୍ଟ ଭାବେ ଉଭା ହେବ ବୋଲି ଖଟ୍ଟର ଆଶା ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
AAP

AAP

Advertisment

ରବିବାର ଆପ୍‌ ଛାଡ଼ିଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କୈଳାସ ଗେହଲଟ ୨୪ ଘଣ୍ଟା ମଧ୍ୟରେ ଦଳ ବଦଳ କରିଛନ୍ତି। ସେ ଆପ୍‌ ଛାଡ଼ି ଆଜି ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟ୍ଟର, ହର୍ଷ ମାଲହୋତ୍ରା ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।

Advertisment

ଫେବୃଆରୀ ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଗେହଲଟ ବିଜେପିରେ ସାମିଲ ହେବା ଗୋଟିଏ ଟର୍ଣ୍ଣିଂ ପଏଣ୍ଟ ଭାବେ ଉଭା ହେବ ବୋଲି ଖଟ୍ଟର ଆଶା ପ୍ରକାଶ କରିଛନ୍ତି।

ତେବେ ଆପ୍‌ର କହିବା କଥା ଯେ କୈଳାସ ଚାପର ବଶବର୍ତ୍ତୀ ହୋଇ ବିଜେପିରେ ମିଶିଛନ୍ତି। ବିଜେପି ପକ୍ଷରୁ ତାଙ୍କୁ ଇଡି ଓ ସିବିଆଇର ଧମକ ଦିଆଯାଇଥିଲା। ଏହି କାରଣରୁ ସେ ବାଧ୍ୟ ହୋଇ ବିଜେପିରେ ମିଶିଥିବା ଆପ୍‌ ଅଭିଯୋଗ କରିଛି। ତେବେ କୈଳାସ ଗେହଲଟ ବିଜେପିରେ ମିଶିବା ପଛରେ କୌଣସି ଅଦୃଶ୍ୟ ଚାପ ତାଙ୍କ ଉପରେ ନଥିଲା ବୋଲି କହିଛନ୍ତି।

Advertisment

୨୦୧୮ରେ ଗେହଲଟ ଆୟକର ବିଭାଗ ସ୍କାନରକୁ ଆସିଥିଲେ। ଏହି ସମୟରେ ବିଭାଗ ପକ୍ଷରୁ ତାଙ୍କ ଲିଙ୍କରେ ଥିବା ଏକାଧିକ ଠିକଣାରେ ରେଡ କରାଯାଇଥିଲା। ଟିକସ ଫାଙ୍କିବା ଅଭିଯୋଗ ତାଙ୍କ ନାଁରେ ରହିଛି। ଆଗକୁ ନିର୍ବାଚନ ଥିବାରୁ ସମ୍ଭବତଃ ପୁରୁଣା ଫାଇଲ ଖୋଲିବାର ଆଶଙ୍କା ରହିଛି। ଏହି କାରଣ ପାଇଁ ସେ ବିଜେପିରେ ମିଶିଥିବା ମଧ୍ୟ କୁହାଯାଉଛି। ୨୦୧୮ ରେଡ୍‌ ପରେ ଏହାକୁ ନେଇ ବେଶ ରାଜନୀତିକ ହଟଚମଟ ଦେଖିବାକୁ ମିଳିଥିଲା। 

ବିଜେପିରେ ମିଶିବା ପରେ କୈଳାସ ଗେହଲଟ କହିଛନ୍ତି, “ଏହା ମୋ ପାଇଁ ଆଦୌ ସହଜ ପଦକ୍ଷେପ ନଥିଲା। ଆନ୍ନା ହଜାରେଙ୍କ ସମୟରୁ ମୁଁ ଆପ୍‌ର ଅଂଶବିଶେଷ ହୋଇ ରହିଥିଲି। ମୁଁ ଦିଲ୍ଲୀ ପାଇଁ ବିଧାୟକ ଓ ମନ୍ତ୍ରୀ ଭାବେ ପୂରା ସମୟ କାମ କରିଛି। କିଛି ଲୋକ ଭାବି ପାରନ୍ତି, ଏହା ଗୋଟିଏ ରାତି ଅଧିଆ ନିଷ୍ପତ୍ତି କିମ୍ବା କିଛି ଚାପର ବଶବର୍ତ୍ତୀ ହୋଇ ମୁଁ ଏପରି ପଦକ୍ଷେପ ନେଇଛି। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଚାପର ବଶବର୍ତ୍ତୀ ହୋଇ ମୁଁ କୌଣସି ପ୍ରକାରର ନିଷ୍ପତ୍ତି ନେଇନାହିଁ।

କୁହାଯାଉଛି ଯେ ସିବିଆଇ ଓ ଇଡିର ଚାପରେ ପଡ଼ି ମୁଁ ଏପରି ପଦକ୍ଷେପ ନେଇଛି। କିଛି ଲୋକ ଏହାର ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି। ହେଲେ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ୨୦୧୫ରୁ ଜଣେ ଆପ ସଦସ୍ୟ, ଜଣେ ବିଧାୟକ ଓ ଜଣେ ମନ୍ତ୍ରୀ ଭାବେ କେବେ ବି ଚାପରେ କୌଣସି କାମ କରି ନାହିଁ। ପ୍ରକୃତ କଥା ହେଉଛି ଯେ ଆପ ତା’ର ବିଚାରଧାରାରେ ବୁଝାମଣା କରିଛି। ରାଜନୀତି ଆକାଂକ୍ଷା ଯୋଗୁ ସେମାନେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଛନ୍ତି।”

ଗେହଲଟଙ୍କୁ ସବୁବେଳେ ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ୟତମ ଘନିଷ୍ଠ କୁହାଯାଏ। ବିଶେଷ କରି କେଜ୍ରିୱାଲ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା ବେଳେ ଗେହଲଟ ତାଙ୍କ ପାଇଁ ସବୁବେଳେ ମତ ରଖୁଥିଲେ। କେଜ୍ରିୱାଲ ଜେଲରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏହି ସମୟରେ ଗେହଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ କେଜ୍ରିୱାଲ ତାଙ୍କ ଉତ୍ତରାଧିକାରୀ ଭାବେ ଆତିଶୀଙ୍କୁ ବାଛିଥିଲେ। କୁହାଯାଉଛି, ସେବେଠାରୁ ଗେହଲଟ ଦଳ ଉପରେ ଖପ୍ପା ହୋଇ ରହିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେଜ୍ରିୱାଲ ତିହାର ଜେଲରେ ଥିବା ବେଳେ ସ୍ୱାଧୀନତା ଦିବସ ପଡ଼ିଥିଲା। ଏହି ସମୟରେ ସେ ତାଙ୍କ ତରଫରୁ ଆତିଶୀଙ୍କୁ ପତାକା ଉତ୍ତୋଳନ କରିବାକୁ କହିଥିଲେ।

ହେଲେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ଏଥିରେ ହସ୍ତକ୍ଷେପ କରି ଗେହଲଟଙ୍କୁ ପତାକା ଉତ୍ତୋଳନ କରିବାକୁ କହିଥିଲେ। ଏହାକୁ ମଧ୍ୟ କେଜ୍ରିୱାଲ କିମ୍ବା ଆତିଶୀ ବିରୋଧ କରି ନଥିଲେ। ଗେହଲଟ ୨୦୧୫ରୁ ନଜଫଗଡ଼ ବିଧାନସଭା ଆସନରୁ ବିଧାୟକ ରହିଛନ୍ତି।

Bjp AAP Kailash Gahlot Resign Kailash Gahlot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe