Advertisment

ହିଜାବର ବିକଳ୍ପ ଖୋଜିଲେ ମୁସଲିମ୍‌ ମେଡିକାଲ ଛାତ୍ରୀ, କହିଲେ...

ଅଜବ ଯୁକ୍ତି ବାଢ଼ିଲେ ସାତ ଜଣ ମୁସଲିମ୍‌ ମେଡିକାଲ ଛାତ୍ରୀ। କହିଲେ ଓଟି ଭିତରେ ଆମକୁ ହିଜାବର ବିକଳ୍ପ ଆବଶ୍ୟକ । ଏହାକୁ ନେଇ କଲେଜ ପ୍ରିନ୍ସିପାଲ କୌଣସି ନିଷ୍ପତ୍ତି ଶୁଣାଇ ନ ଥିବା ବେଳେ ସର୍ଜନମାନଙ୍କର ଏକ ବୈଠକ ଡାକିଛନ୍ତି।

ଅଦ୍ୟତନ ହୋଇଛି
Medical Student

Medical Student

Advertisment

ଅଜବ ଯୁକ୍ତି ବାଢ଼ିଲେ ସାତ ଜଣ ମୁସଲିମ୍‌ ମେଡିକାଲ ଛାତ୍ରୀ। କହିଲେ ଓଟି ଭିତରେ ଆମକୁ ହିଜାବର ବିକଳ୍ପ ଆବଶ୍ୟକ । ଏହାକୁ ନେଇ କଲେଜ ପ୍ରିନ୍ସିପାଲ କୌଣସି ନିଷ୍ପତ୍ତି ଶୁଣାଇ ନ ଥିବା ବେଳେ ସର୍ଜନମାନଙ୍କର ଏକ ବୈଠକ ଡାକିଛନ୍ତି। ଏପରି ଏକ ଅଜବ ପରିସ୍ଥିତି କେରଳର ଥିରୁଅନନ୍ତପୁରମ ମେଡିକାଲ କଲେଜ କ୍ୟାମ୍ପସ୍‌ରେ ଦେଖିବାକୁ ମିଳିଛି।

Advertisment

କଲେଜର ୭ ଜଣ ମୁସଲିମ୍‌ ଛାତ୍ରୀଙ୍କ କହିବାନୁଯାୟୀ, ନିଜ ଧାର୍ମିକ ବିଶ୍ୱାସ ଅନୁଯାୟୀ ସେମାନେ ସବୁବେଳେ ନିଜ ମୁଣ୍ଡ ଘୋଡ଼ାଇ ରଖିଥାନ୍ତି। ତେଣୁ ସେମାନେ ସବୁବେଳେ ହିଜାବ ପରିଧାନ କରନ୍ତି। ମାତ୍ର ଅପରେସନ ଥିଏଟରରେ ହିଜାବ ପିନ୍ଧିବା ସମ୍ଭବପର ହେଉ ନାହିଁ। ତେଣୁ ତାହା ବଦଳରେ ସେମାନେ ଲମ୍ବା ଜ୍ୟାକେଟ ସହ ସର୍ଜିକାଲ ମାସ୍କ ଓ ଗ୍ଲୋବ୍ସ ପରିଧାନ କରିବାକୁ ଅନୁମତି ମାଗିଛନ୍ତି।

ଗତ ୨୬ ତାରିଖରେ ଛାତ୍ରୀମାନେ ଏ ନେଇ ଆବେଦନ କରିଥିବା ବେଳେ କଲେଜ ପ୍ରିନ୍ସିପାଲ କୌଣସି ନିଷ୍ପତ୍ତି ନାଇ ପାରି ନାହାନ୍ତି। ଏନେଇ ସେ ଛାତ୍ରୀମାନଙ୍କୁ କହିଛନ୍ତି, ଓଟିକୁ ଯିବା ପୂର୍ବରୁ ସବୁବେଳେ ନିଜ ହାତକୁ କହୁଣୀ ପର୍ଯ୍ୟନ୍ତ ସାନିଟାଇଜ କରିବାକୁ ପଡ଼ିଥାଏ। ତେଣୁ ଲମ୍ବା ଜ୍ୟାକେଟ ପିନ୍ଧିଲେ ଏଥିରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

Advertisment

ଏଥିନିମନ୍ତେ ସେ ସର୍ଜନଙ୍କ ସମେତ ଇନଫେକ୍ସନ କଣ୍ଟ୍ରୋଲ ଟିମ୍‌ର ଏକ ମିଟିଂ ଡାକିଛନ୍ତି। ଉକ୍ତ ବୈଠକରେ ଖୁବ୍‌ ଶୀଘ୍ର ଏହା ଉପରେ ବିସ୍ତାର ଭାବେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ୨ ଦିନ ପରେ ବି ଏନେଇ କଲେଜ କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେଇ ପାରି ନାହାନ୍ତି।

Students Medical College; Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe