ନିଜକୁ ଗୁଳି କରି ଦେଲେ ଡିଆଇଜି ବିଜୟ କୁମାର

ତାମିଲନାଡୁର କୋଏମ୍ବାଟୁର ରେଞ୍ଜର ଡିଆଇଜି ବିଜୟ କୁମାର ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଛନ୍ତି।

DIG

ବିଜୟ କୁମାର (ଫାଇଲ ଫଟୋ)

Jitendra Garnayak
  • Published: Friday, 07 July 2023
  • Updated: 07 July 2023, 10:46 AM IST

Sports

Latest News

ତାମିଲନାଡୁର କୋଏମ୍ବାଟୁର ରେଞ୍ଜର ଡିଆଇଜି ବିଜୟ କୁମାର ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଛନ୍ତି। କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ଗୁଳି କରି ଦେଇଥିଲେ।

ଡିଆଇଜି ବିଜୟ କୁମାର ଅନେକ ଦିନ ହେବ ଅବସାଦରେ ରହୁଥିଲେ। ରାତିରେ ତାଙ୍କୁ ନିଦ ହେଉ ନଥିଲା। ସେଥିପାଇଁ ତାଙ୍କର କାଉନସେଲିଂ କରାଯାଇଥିଲା। କିଛି ଦିନ ହେବ ତାଙ୍କ ପରିବାର ଲୋକେ ଚେନ୍ନାଇରୁ ଆସି ତାଙ୍କ ସହିତ କୋଏମ୍ପାଟୁର ସ୍ଥିତ ସରକାରୀ ବାସଭବନରେ ରହୁଥିଲେ। କିନ୍ତୁ ଆଜି ସକାଳ ପ୍ରାୟ ୬ଟା ୧୫ ମିନିଟରେ ସେ ଏକ ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କରି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। 

ସୂଚନା ଅନୁଯାୟୀ, ଉକ୍ତ ସର୍ଭିସ ପିସ୍ତଲଟି ତାଙ୍କର ନଥିଲା। ସେ ଏହାକୁ ତାଙ୍କ ବାସଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ କର୍ମଚାରୀଙ୍କ ଠାରୁ ମାଗି ନେଇଥିଲେ।

ବିଜୟ କୁମାର ନିଜକୁ ଗୁଳି କରିବା ପରେ ତାଙ୍କ ସରକାରୀ ବାସଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଉପର ଅଧିକାରୀମାନଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ବିଜୟ କୁମାରଙ୍କ ମୃତଦେହକୁ ଜବତ କରି କୋଏମ୍ବାଟୁର ମେଡିକାଲ କଲେଜ ଓ ହସ୍‌ପିଟାଲକୁ ପଠାଇଛି। ‍ବିଜୟ କୁମାର କାହିଁକି ଅବସାଦରେ ରହୁଥିଲେ ଓ କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ, ତାହା ଜଣାପଡ଼ିନି। 

Also Read

ବିଜୟ କୁମାର ୨୦୦୯ ବ୍ୟାଚ୍‌ର ଆଇପିଏସ୍ ଅଫିସର ଥିଲେ। ସେ କାଞ୍ଚିପୁରମ, କୁଡ୍ଡାଲୋର, ନାଗପଟ୍ଟିନମ ଓ ତିରୁବରୁର ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ। ଆନ୍ନା ନଗରର ଡିସିପି ଭାବେ ସେ କାର୍ଯ୍ୟ କରିବା ପରେ ଚଳିତ ବର୍ଷ ଜାନୁଆରୀ ମାସରେ କୋଏମ୍ବାଟୁର ରେଞ୍ଜର ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ବିଜୟ କୁମାରଙ୍କ ମୃତ୍ୟୁରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର ମୃତ୍ୟୁ ତାମିଲନାଡୁ ପୁଲିସ ବିଭାଗ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ବିଜୟ କୁମାରଙ୍କ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story