Advertisment

ଡିଜିଟାଲ ଷ୍ଟ୍ରାଇକ୍‌:୧୮ଟି OTT ଆପ୍ସ ସମେତ ୧୯ ଓ୍ୱେବସାଇଟ୍‌ ବ୍ୟାନ୍

କେବଳ ସେତିକି ନୁହେଁ ୧୦ଟି ଆପ୍ସ ସମେତ ୫୭ଟି ସୋଶାଲ ମିଡିଆ ହ୍ୟାଣ୍ଡେଲ ମଧ୍ୟ ବ୍ୟାନ୍‌ କରାଯାଇଛି।

Digital Strike

Digital Strike

Advertisment

ପୁଣି ହେଲା ଡିଜିଟାଲ ଷ୍ଟ୍ରାଇକ୍‌। ୧୮ଟି ଓଟିଟି ଆପ୍ସ ସମେତ ୧୯ଟି ଓ୍ୱେବସାଇଟ୍‌ ବ୍ୟାନ୍‌ କଲେ କେନ୍ଦ୍ର ସରକାର। କେବଳ ସେତିକି ନୁହେଁ ୧୦ଟି ଆପ୍ସ ସମେତ ୫୭ଟି ସୋଶାଲ ମିଡିଆ ହ୍ୟାଣ୍ଡେଲ ମଧ୍ୟ ବ୍ୟାନ୍‌ କରାଯାଇଛି। ଆଇଟି ଆକ୍ଟର ନିୟମକୁ ବାରମ୍ବାର ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଏସବୁ ସୋଶାଲ ମିଡିଆ ପ୍ଲାଟଫର୍ମଗୁଡିକୁ ଅନେକ ଥର ଚେତାବନୀ ଜାରି କରାଯାଇଥିଲା। ଏହି OTT ପ୍ଲାଟଫର୍ମରେ ଅଶ୍ଳୀଳ କଣ୍ଟେଣ୍ଟ ପ୍ରଦର୍ଶିତ କରାଯାଉଥିଲେ। ସେଗୁଡିକୁ ହଟାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବାରମ୍ବାର ଚେତାବନୀ ଦେଇଥିଲେ। କିନ୍ତୁ ଏହା ପରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଏମାନେ ଅମାନ୍ୟ କରିଥିଲେ।

ବ୍ୟାନ୍‌ ହୋଇଥିବା ଆପ୍‌ଗୁଡିକ ହେଲା Dreams Films, Voovi, Yessma, Uncut Adda, TriFlicks, X Prime, Neon X VIP, Besharams, Hunters, Rabbit, Xtramood, Nuefliks, MoodX, Mojflix, Hot Shots VIP, Fugi, Chikooflix ଏବଂ PrimePlay ମଧ୍ୟ ସାମିଲ ଅଛି। ଗୁଗୁଲ୍ ପ୍ଲେ-ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ଏହି ଆପ୍ସଗୁଡିକୁ ହଟାଇ ଦିଆଯାଇଛି।

Advertisment

କେନ୍ଦ୍ର ସରକାର ଏହି ୧୮ଟି ଓଟିଟି ଆପ୍ସ ବ୍ୟତୀତ ୧୯ ଓ୍ୱେବ୍‌ସାଇଟ୍‌ ଓ ୧୦ଟି ଆପ୍ସକୁ ମଧ୍ୟ ବ୍ୟାନ୍‌ କରାଯାଇଛି। ଏଥିସହ ୫୭ଟି ସୋଶାଲ ମିଡିଆ ଆପ୍‌କୁ ମଧ୍ୟ ବ୍ୟାନ୍‌ କରାଯାଇଥିବା ସୂଚନା ମିଳିଛି।  ଏସବୁ ଆପ୍ ଓ ଫ୍ଲାଟଫର୍ମଗଡିକ ଉପରେ ପ୍ରତିବନ୍ଧିତ ଆଇଟି ଆକ୍ସ ୨୦୦୦ର ଧାରା ୬୭ ଏବଂ ୬୭ଏ, ଆଇପିସିର ଧାରା ୨୯୨ ଏବଂ ଆଇଆରଡବ୍ଲୁଏ ୧୯୮୬ର ଧାରା ୪ ଅନୁଯାୟୀ ଲାଗୁ କରାଯାଇଛି।

Digital Strike OTT Platform Ban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe