/odisha-reporter/media/post_attachments/uploadimage/library/16_9/16_9_0/MP_1682681035.jpg)
MP
ବିଜେପି ଓ ଆରଏସ୍ଏସ୍ ପାଇଁ କଂଗ୍ରେସ ନେତା ଦିବିଜୟ ସିଂହ ନିଜକୁ କରୋନା ଭାଇରସ ବୋଲି କହିବାରୁ ଏହାର ଜବାବ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସେ ଦିଗବିଜୟ ସିଂହ ଓ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ କରୋନା ଠାରୁ ମଧ୍ୟ ମାରାତ୍ମକ ବୋଲି କହିଛନ୍ତି। ଏହି ଦୁଇ କଂଗ୍ରେସ ନେତା କରୋନା ଠାରୁ ରାଜ୍ୟକୁ ଅଧିକ କ୍ଷତି ପହଞ୍ଚାଇଥିବା ସେ ଅଭିଯୋଗ କରିଛନ୍ତି।
ନିକଟରେ ରାଜ୍ୟର ଜଳ ସମ୍ପଦ ମନ୍ତ୍ରୀ ତୁଲସୀରାମ ସିଆଲୱାଟ କହିଥିଲେ ଯେ “ଦିଗବିଜୟ ହେଉଛନ୍ତି କଂଗ୍ରେସର କରୋନା ଓ ତାଙ୍କୁ ଚାଇନାରେ ଜନ୍ମ ହେବାର ଥିଲା।” ତୁଲସୀରାମ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅତ୍ୟନ୍ତ ଘନିଷ୍ଠ। ସିନ୍ଧିଆ ଓ ଦିଗବିଜୟଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ସମ୍ପର୍କରେ ସମସ୍ତେ ଜାଣିଛନ୍ତି।
ତୁଲସୀରାମଙ୍କ କରୋନା ବୟାନର ଜବାବ ଦେଇ ବୁଧବାର ଦିଗବିଜୟ କହିଥିଲେ ଯେ “ଇନ୍ଦୋରର ଲୋକମାନେ ତୁଲସୀରାମ କ’ଣ କରୁଥିଲେ ଓ ଆଜି କ’ଣ ହୋଇଛନ୍ତି, ସେକଥା ଜାଣନ୍ତି। ସେ କେଉଁ ବ୍ୟବସାୟ କରୁଛନ୍ତି? ସେ ଏତେ ଟଙ୍କା କେଉଁଠୁ ଆଣିଲେ? ତାଙ୍କୁ ସେ ବିଷୟରେ ପଚାରିବା ଉଚିତ। ହଁ, ମୁଁ ବିଜେପି ଓ ଆରଏସ୍ଏସ୍ ପାଇଁ କରୋନା ଭାଇରସ।”
ଏପରି ବୟାନ ଉପରେ ମୁଖ୍ୟମନ୍ତ୍ରୀ ଚୌହାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଗବିଜୟଙ୍କ ସହ ସେ କମଲନାଥଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “କୋଭିଡ୍ ସମୟରେ କମଲନାଥ ଲୋକଙ୍କୁ ଛାଡ଼ି ପଳାଇଲେ। ସେ କ’ଣ କରିବେ? ଆଜି କୋଭିଡ ନିୟନ୍ତ୍ରଣ ମଧ୍ୟରେ ରହିଛି। କିନ୍ତୁ ଯଦି କେହି କରୋନା ଠାରୁ ମଧ୍ୟପ୍ରଦେଶ ଅଧିକ କ୍ଷତି କେହି ପହଞ୍ଚାଇଛନ୍ତି, ତା’ହେଲେ ସେମାନେ ହେଲେ ଦିଗବିଜୟ ସିଂହ ଓ କମଲନାଥ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
