Advertisment

ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆତଙ୍କୀ ହମଲାକୁ ନେଇ ଦିଗବିଜୟଙ୍କ ପ୍ରଶ୍ନ, ବର୍ଷିଲା ବିଜେପି

ଭାରତ ଯୋଡ଼ୋ ଯାତ୍ରା ବେଳେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ପୁଲୱାମା ଆତଙ୍କୀ ହମଲାକୁ ନେଇ ପ୍ରଶ୍ନ କରିଛନ୍ତି।

Congress

Congress

Advertisment

ଭାରତ ଯୋଡ଼ୋ ଯାତ୍ରା ବେଳେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ପୁଲୱାମା ଆତଙ୍କୀ ହମଲାକୁ ନେଇ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏଯାଏ କୌଣସି ପ୍ରମାଣ ଦେଇ ନଥିବା ସେ କହିବା ପରେ ବିବାଦ ସୃଷ୍ଟି ହୋଇଛି। ଏଥିସହ କେନ୍ଦ୍ର ସରକାର ଏହାକୁ ନେଇ ମିଥ୍ୟାର ପ୍ରଚାର କରୁଥିବା ସେ କହିଛନ୍ତି।

Advertisment

ତାଙ୍କର ଏପରି ବୟାନ ପରେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ବିଜେପି ଟାର୍ଗେଟ କରିବା ସହ ତୀବ୍ର ସମାଲୋଚନା କରିଛି। ଦଳ ଦିଗବିଜୟ ସିଂହଙ୍କ ବୟାନକୁ ଦାୟିତ୍ୱହୀନ ମନ୍ତବ୍ୟ କହିଛି।

ବଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, “ଦାୟିତ୍ୱହୀନ ମନ୍ତବ୍ୟ ଦେବା କଂଗ୍ରେସର ଚରିତ୍ର। ଆମ ସୁରକ୍ଷାକର୍ମୀଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ଲୋକଙ୍କୁ କେବେ ହେଲେ ଦେଶବାସୀ ସହ୍ୟ କରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଥିବା ଘୃଣା ଭାବ ଯୋଗୁ ସେମାନେ ଏମିତି କଥା କହୁଛନ୍ତି। ରାହୁଲ ଗାନ୍ଧି ଓ ଦିଗବିଜୟ ସିଂହଙ୍କ ମଧ୍ୟରେ ଆଉ କୌଣସି ପ୍ରକାରର ଦେଶଭକ୍ତି ନାହିଁ।”

Advertisment

ସୂଚନାଯୋଗ୍ୟ, ଆଜି ଜମ୍ମୁରେ ଭାରତ ଯୋଡ଼ୋ ଯାତ୍ରା ବେଳେ ଦିଗବିଜୟ ସିଂହ କହିଥିଲେ ଯେ ପୁଲୱାମାରେ ଆମର ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ସିଆରପିଏଫ ଅଧିକାରୀମାନେ ଯବାନମାନଙ୍କୁ ଏୟାରଲିଫ୍ଟ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ରାଜି ହୋଇ ନଥିଲେ।

କେମିତି ଏତେ ବଡ଼ ତ୍ରୁଟି ହୋଇପାରିବ? ଆଜି ଯାଏ ପୁଲୱାମା ସମ୍ପର୍କରେ କୌଣସି ରିପୋର୍ଟ ସଂସଦରେ ଉପସ୍ଥାପନ କରାଯାଇନି। ସେମାନେ କହୁଛନ୍ତି ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା। କିନ୍ତୁ ଏହାର ପ୍ରମାଣ ଦେଉ ନାହାନ୍ତି। ସେମାନେ କେବଳ ମିଥ୍ୟାର ପ୍ରଚାର କରୁଥିବା ଦିଗବିଜୟ ସିଂହ କହିଥିଲେ।

Bjp Congress Rahul Gandhi Bharat Jodo Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe