Advertisment

‘ରାଇଜିଂ ସନ୍‌’ ଅପରେସନ; ୬୧ କେଜି ସୁନା ସହ ୧୩ ଲକ୍ଷ କ୍ୟାସ୍‌ ଜବତ

ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ଚଢ଼ାଉ ସମୟରେ ୬୧ କେଜି ସୁନା, ୧୩ ଲକ୍ଷ କ୍ୟାଶ୍‌ ସହ ଜବତ ହୋଇଛି ୧୦ଟି ଦାମୀ କାର୍‌। ଜବତ ସୁନାର ଆନୁମାନିକ ମୂଲ୍ୟ ୪୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି।

author-image
Niharika Rout
Gold Seized

Gold Seized

ସୁନା ସ୍ମଗଲିଂର ଏକ ବଡ଼ ରାକେଟର ପର୍ଦ୍ଦାଫାଶ ହୋଇଛି। ‘ରାଇଜିଂ ସନ୍‌’ ଅପରେସନ ଦ୍ୱାରା ରାଜସ୍ୱ ଖୁଫିଆ ନିର୍ଦ୍ଦେଶାଳୟକୁ ମିଳିଛି ବଡ଼ ସଫଳତା।

Advertisment

ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ଚଢ଼ାଉ ସମୟରେ ୬୧ କେଜି ସୁନା, ୧୩ ଲକ୍ଷ କ୍ୟାଶ୍‌ ସହ ଜବତ ହୋଇଛି ୧୦ଟି ଦାମୀ କାର୍‌। ଜବତ ସୁନାର ଆନୁମାନିକ ମୂଲ୍ୟ ୪୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଏହି ଘଟଣାରେ ସମୁଦାୟ ୧୨ ଜଣଙ୍କୁ ଗିରଫ କରାଯାଇଛି।

ଏହି ଅପରେସନ ସମୟରେ ରାଜସ୍ୱ ଖୁଫିଆ ନିର୍ଦ୍ଦେଶାଳୟ ଟିମ୍‌ ଗୌହାଟୀ, ବାରପେଟା, ମୁଜାଫରପୁର, ଆରାରିଆ ଏବଂ ଗୋରଖପୁର ଆଦି ଅଞ୍ଚଳରେ ଚଢ଼ାଉ କରିଥିଲେ।

Advertisment

ପଚରାଉଚରାରୁ ଜଣାପଡ଼ିଛି, ଅଭିଯୁକ୍ତମାନେ ଭାରତ- ମିଆଁମାର ବର୍ଡର ଦେଇ ସୁନା ସ୍ମଗଲିଂ କରୁଥିଲେ। ଏହାପରେ ସେମାନେ ତାହାକୁ ଆସାମର ଗୌହାଟିକୁ ନେଉଥିଲେ। ସେଠାରୁ ସେମାନେ ଉକ୍ତ ସୁନାକୁ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନକୁ ପଠାଉଥିଲେ।

‘ରାଇଜିଂ ସନ୍‌’ ଅପରେସନ ସମୟରେ DRI ଟିମ୍‌ ଗୌହାଟିର ଏକ ଘରୁ ୨୨.୭୪ କେଜି ସୁନା ଓ ୧୩ ଲକ୍ଷ ଟଙ୍କାର କ୍ୟାସ୍‌ ସମେତ ବହୁ ଇଲେକଟ୍ରୋନିକ୍ସ ଗାଡ଼ି ଜବତ କରିଛି। ଏହାବାଦ ଗୌହାଟିର ବାରପେଟା ଅଭିମୁଖେ ବାହାରିଥିବା ଏକ ଗାଡ଼ିରୁ ୧୩.୨୮ କେଜି ସୁନା ଜବତ ହୋଇଛି। DRI ଟିମ୍‌ ବିହାରର ଦରଭଙ୍ଗାରୁ ଏକ ଗାଡ଼ିରୁ ୧୩.୭ କେଜି ସୁନା, ଗୋରଖପୁରରୁ ଏକ ଗାଡ଼ିରୁ ୧୧.୭୯ ସୁନା ଜବତ କରିଛି।

ଏହାବାଦ ୯ ଏପରି ଗାଡ଼ି ଜବତ ହୋଇଛି ଯେଉଁଥିରେ ସୁନା ଚାଲାଣ ପାଇଁ ଗୁପ୍ତ ଜାଗା ପ୍ରସ୍ତୁତ ହୋଇଥିଲା। ‘ରାଇଜିଂ ସନ୍‌’ ଅପରେସନ ପ୍ରକ୍ରିୟା ସମୟରେ ଗୌହାଟିରୁ ୮ ଜଣ, ମୁଜଫରପୁରରୁ ୨ ଜଣ ଓ ଗୋରଖପୁରରୁ ୨ ଜଣଙ୍କୁ ଗିରଫ କରାଯାଇଛି।

Delhi Raid Gold Smuggling