Advertisment

ବିମାନ ବନ୍ଦରରେ ଯାଞ୍ଚ ବେଳେ ଧରାପଡ଼ିଲା ଚୋରାଚାଲାଣ ହେଉଥିବା ୪୮ କେଜିର ସୁନା ମୁଣ୍ଡା

ଏହି ସୁନାକୁ ଜବତ କରିଛି ଡିଆରଆଇ (ଡାଇରେକ୍ଟର ଅଫ୍ ରେଭନ୍ୟୁ ଇଣ୍ଟିଲିଜେନ୍ସ।

ଅଦ୍ୟତନ ହୋଇଛି
seized 48 kgs of gold paste

seized 48 kgs of gold paste

Advertisment

ବିମାନ ବନ୍ଦରରେ ଯାଞ୍ଚ ବେଳେ ଯାତ୍ରୀଙ୍କ ପାଖରୁ ବାହାରିଲା ୪୮ କେଜି। ଚୋରା ଚାଲାଣ ହେଉଥିବା ଏହି ସୁନାକୁ ଜବତ କରିଛି ଡିଆରଆଇ (ଡାଇରେକ୍ଟର ଅଫ୍ ରେଭନ୍ୟୁ ଇଣ୍ଟିଲିଜେନ୍ସ। ଆଜି ଗୁଜୁରାଟର ସୁରତ ବିମାନବନ୍ଦରରୁ ଏହି ସୁନାକୁ ଜବତ କରାଯାଇଛି।

Advertisment

ସୁନା ଖଣି ଉପରେ ନଜର ରଖୁଥିବା ଡିଆରଆଇ ସୁନା ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂଚନା ପାଇ ସୁରତ ବିମାନ ବନ୍ଦରରେ ଚଢ଼ାଉ କରିଥିଲା। ସୂଚନା ଆଧାରରେ କିଛି ଯାତ୍ରୀଙ୍କ ବ୍ୟାଗ୍ ଚେକ୍ କରିଥିଲା। ଏହି ସମୟରେ ୪୮ କେଜି ଓଜନର ୧୧ଟି ସୁନା ମୁଣ୍ଡା ଧରିଥିଲା।

ଏହାକୁ ଜବତ କରାଯିବା ପରେ ଡିଆରଆଇ ଅଧିକ ତଦନ୍ତ ଆରମ୍ଭ କରିଛି। ଏହା କେଉଁଠୁ ଆସିଲା ଓ କେଉଁଠାକୁ ଚାଲାଣ ହେଉଥିଲା, ତାହା ତଦନ୍ତ ମୁଖ୍ୟ ପ୍ରସଙ୍ଗ ହୋଇଛି।

Advertisment

Crime Gujarat Gold Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe