୪ଥର UPSC ପାସ୍‌ କରିଥିଲେ ବି ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ମିଳିନି ଚାକିରି

ବାଛବିଚାର ନୀତିର ଶିକାର ହୋଇଥିବା ଦିବ୍ୟାଙ୍ଗ ଜଣଙ୍କ ହେଲେ କାର୍ତ୍ତିକ କଂସଲ। ସେ ଆଇଆଇଟି ଋରକୀରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି।

Kartik Kansal

କାର୍ତ୍ତିକ ବଂସଲ

Hemant Lenka
  • Published: Sunday, 21 July 2024
  • Updated: 21 July 2024, 04:46 PM IST

Sports

Latest News

ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କୁ ନେଇ ବିବାଦ ଚାଲିଥିବା ବେଳେ ଏବେ ୟୁପିଏସ୍‌ସି ସହ ଜଡ଼ିତ ଆଉ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ୪ଥର ୟୁପିଏସ୍‌ସି ପରୀକ୍ଷାରେ ପାସ୍‌ କରିଥିଲେ ହେଁ ଜଣେ ଦିବ୍ୟାଙ୍ଗକୁ ମିଳିନି ଚାକିରି। ପୂଜା ଖେଡକର ଦିବ୍ୟାଙ୍ଗ ସଂରକ୍ଷଣ ବ୍ୟବସ୍ଥାର ଫାଇଦା ଉଠାଇଥିବା ବେଳେ ପ୍ରକୃତ ଯୋଗ୍ୟ ପ୍ରାର୍ଥୀ ଚାକିରିରୁ ବଞ୍ଚିତ ହୋଇଛନ୍ତି।

ଏପରି ବାଛବିଚାର ନୀତିର ଶିକାର ହୋଇଥିବା ଦିବ୍ୟାଙ୍ଗ ଜଣଙ୍କ ହେଲେ କାର୍ତ୍ତିକ କଂସଲ। ସେ ଆଇଆଇଟି ଋରକୀରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି।

ବର୍ତ୍ତମାନ ସେ ଇସ୍ରୋରେ ସେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। ସର୍ବଭାରତୀୟ କେନ୍ଦ୍ରୀୟ ନିଯୁକ୍ତି ପ୍ରକ୍ରିୟାରେ ତାଙ୍କୁ ଇସ୍ରୋରେ ଚାକିରି ମିଳିଛି। କିନ୍ତୁ ୟୁପିଏସ୍‌ସି କ୍ଲିୟର କରିଥିଲେ ହେଁ ଏହାର ଫାଇଦା ତାଙ୍କୁ ମିଳିନି।

Also Read

ମାଂସପେଶୀରେ ସମସ୍ୟା ଯୋଗୁ ୧୪ ବର୍ଷ ବୟସରୁ କାର୍ତ୍ତିକ ହ୍ୱିଲଚେୟାରର ବ୍ୟବହାର କରୁଛନ୍ତି। ସେ ୨୦୧୯(ରାଙ୍କ ୮୧୩), ୨୦୨୧(ରାଙ୍କ ୨୭୧), ୨୦୨୨(ରାଙ୍କ ୭୮୪) ଓ ୨୦୨୩(ରାଙ୍କ ୮୨୩)ରେ ୟୁପିଏସ୍‌ସି ପରୀକ୍ଷାରେ ପାସ୍‌ କରିଥିଲେ।

୨୦୨୧ରେ ସେ ଯେତେବେଳେ ୨୭୧ ରାଙ୍କରେ ରହିଥିଲେ(ଦିବ୍ୟାଙ୍ଗ ସଂରକ୍ଷଣ ବ୍ୟବସ୍ଥା ବ୍ୟତୀତ) ସେତେବେଳେ ସେ ଆଇଏଏସ୍‌ ହେବା କଥା। କାରଣ ସେହି ବର୍ଷ ୨୭୨ ଓ ୨୭୩ ରାଙ୍କରେ ଥିବା ପିଲା ଆଇଏଏସ ହୋଇଥିଲେ। କିନ୍ତୁ ୨୦୨୧ରେ ମାଂସପେଶୀ ଜନିତ ଦିବ୍ୟାଙ୍ଗଙ୍କୁ ଆଇଏଏସ୍‌ ବର୍ଗରେ ସାମିଲ କରାଯାଇ ନଥିଲା। ଏହି ବର୍ଗର ପିଲାଙ୍କୁ ଭାରତୀୟ ରାଜସ୍ୱ ସେବା(ଆୟର ବିଭାଗ)ର ଗ୍ରୁପ ଏ ଓ କଷ୍ଟମ ଓ ଅବକାରୀ ସେବାରେ ସାମିଲ କରାଯାଇଥିଲା। କଷ୍ଟମ ଓ ଅବକାରୀ ଦ୍ୱିତୀୟ ଏବଂ ତୃତୀୟ ପସନ୍ଦର ଚାକିରି ରହିଥିଲା।

୨୦୧୯ରେ କାର୍ତ୍ତିକ ଯେତେବେଳେ ୮୧୩ ରାଙ୍କରେ ରହିଥିଲେ ସେତେବେଳେ ସେ ଅତି ସହଜରରେ ଗୋଟିଏ ଚାକିରି ପାଇ ପାରି ଥାଆନ୍ତେ। କାରଣ ଲୋକୋମୋଟର ଡିସାବିଲିଟୀର ୧୫ଟି ପଦବୀ ଖାଲି ରହିଥିଲା। ଏହା ମଧ୍ୟରୁ କେବଳ ୧୪ଟି ପୂରଣ ହୋଇଥିଲା।

୨୦୨୧ରେ ଲୋକୋମୋଟର ଡିସାବିଲିଟୀରେ ୭ଟି ପଦବୀ ଖାଲି ଥିବା ବେଳେ ୪ଟି ପୂରଣ ହୋଇଥିଲା। ଏହି ବର୍ଗରେ କାର୍ତ୍ତିକ ୧ନଂ ରାଙ୍କରେ ଥିଲେ ମଧ୍ୟ ତାଙ୍କୁ ଚାକିରି ମିଳି ନଥିଲା।

ଏମ୍ସ ମେଡିକାଲ ବୋର୍ଡ ପରୀକ୍ଷା କରି ଜାଣିବାକୁ ପାଇଥିଲା ଯେ କାର୍ତ୍ତିକଙ୍କ ମାଂସପେଶୀ ଦୁର୍ବଳ ରହିଛି। ଉଭୟ ଗୋଡ଼ ଓ ହାତ ମସ୍ୟୁଲାର dystrophy ଦ୍ୱାରା ପ୍ରଭାବିତ। ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଉଭୟ ହାତ ଓ ଗୋଡ଼ ପ୍ରଭାବିତ ହୋଇଥିବା ଲୋକ ଆଇଏଏସ୍‌ ହେବାକୁ ଯୋଗ୍ୟ। କିନ୍ତୁ ମସ୍ୟୁଲାର dystrophy ଆଇଏଏସ୍‌ ହେବାକୁ ଯୋଗ୍ୟ ନୁହନ୍ତି।

ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସଞ୍ଜୀବ ଗୁପ୍ତା ଏକ୍ସ ଯୋଗେ କାର୍ତ୍ତିକଙ୍କ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଏକ୍ସରେ ଦର୍ଶାଇଛନ୍ତି ଯେ କାର୍ତ୍ତିକ ସ୍କ୍ରାଇବର ବ୍ୟବହାର ନ କରି ସିଭିଲ ସର୍ଭିସ ପରୀକ୍ଷାରେ ଲେଖିଥିଲେ। ସେ IAS ଓ IRs ଚାକିରି ପାଇଁ ସବୁ ପ୍ରକାରର ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ତାଙ୍କୁ କୌଣସି ଚାକିରି ମିଳି ନଥିଲା।

ସେ ଯେତେବେଳେ ଏହାର କାରଣ ଜାଣିବାକୁ କେନ୍ଦ୍ରୀୟ ପୋର୍ଟାଲ ମାଧ୍ୟମରେ ଜାଣିବାକୁ ଚାହିଁଲେ ସେତେବେଳେ ସେ ଉତ୍ତର ପାଇଲେ: "PWBD ପ୍ରାର୍ଥୀଙ୍କୁ ବିଭିନ୍ନ କ୍ୟାଡର ନିୟନ୍ତ୍ରଣ କର୍ତ୍ତୃପକ୍ଷ ଦ୍ୱାରା ନିର୍ଦ୍ଦିଷ୍ଟ କାର୍ଯ୍ୟକାରିତା ବର୍ଗୀକରଣ ଓ ଶାରୀରିକ ଆବଶ୍ୟକତା ଅନୁଯାୟୀ ସେବା ବଣ୍ଟନ କରାଯାଏ। ଆପଣଙ୍କ ରାଙ୍କ ଅନୁସାରେ କୌଣସି ମେଳ ଖାଉଥିବା ସେବା ନଥିଲା।”

କିନ୍ତୁ ସମାନ ପ୍ରକୃତିର କାର୍ଯ୍ୟ ପାଇଁ କାର୍ଯ୍ୟକ୍ଷମ ବର୍ଗୀକରଣ ଓ ଶାରୀରିକ ଆବଶ୍ୟକତା କାହିଁକି ବିଭିନ୍ନ ସେବାରେ ଭିନ୍ନ ହେଉଛି? ଯଦି IAS ପାଇଁ cerebral palsyକୁ ଯୋଗ୍ୟ ବିବେଚନା କରାଯାଉଛି, କିନ୍ତୁ ମାଂସପେଶୀ ଡିଷ୍ଟ୍ରୋଫିକୁ କାହିଁକି ନୁହେଁ?

ଖୁସିର କଥା, 2024 ପରଠାରୁ ସବୁକିଛି ଗୋଟିଏ ଦିବ୍ୟାଙ୍ଗ ବର୍ଗରେ ରଖାଯାଇଛି। ବର୍ତ୍ତମାନ ସେପରି ତ୍ରୁଟି ରହିବ ନାହିଁ। ନୂତନ ମିଶ୍ରଣ ମାନଦଣ୍ଡ ଅନୁଯାୟୀ, କାର୍ତ୍ତିକ IAS ପାଇବାକୁ ଯୋଗ୍ୟ ଅଟନ୍ତି। ଯଦି ପୂର୍ବ ବର୍ଷଗୁଡିକରେ କୌଣସି ପଦବୀ ଖାଲି ପଡିଥାଏ, ତେବେ ତାଙ୍କୁ IAS ଚାକିରି ମିଳିଲେ ପ୍ରକୃତ ନ୍ୟାୟ ମିଳିବ ବୋଲି ଗୁପ୍ତା କହିଛନ୍ତି ।

କାର୍ତ୍ତିକ କହିଛନ୍ତି ଯେ "ସିଭିଲ ସର୍ଭିସରେ ଯୋଗ ଦେଇ ମୁଁ ପ୍ରମାଣ କରିବାକୁ ଚାହୁଁଥିଲି ଯେ ମୋ ଭଳି ଲୋକମାନେ ମଧ୍ୟ ଏହା କରିପାରିବେ। ଏହି ପ୍ରସଙ୍ଗ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story