Advertisment

ସୀମାରୁ ସେନା ପ୍ରତ୍ୟାହାର ଶେଷ କଲେ ଭାରତ-ଚାଇନା, କାଲି ପରସ୍ପରକୁ ମିଠା ଦେବେ

ଦୀର୍ଘ ୪ ବର୍ଷ ପରେ ଏଠାରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତାକାଲି ଦୁଇ ଦେଶର ସେନା ପରସ୍ପରକୁ ମିଠା ଦେବେ।

ଅଦ୍ୟତନ ହୋଇଛି
China

China

Advertisment

ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ସଂପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିଛନ୍ତି ଭାରତ-ଚାଇନା। ସୀମାରୁ ସେନା ପ୍ରତ୍ୟାହାର ସହ ଉଭୟ ଦେଶ ନିର୍ମାଣ କରିଥିବା ଭିତ୍ତିଭୂମିକୁ ମଧ୍ୟ ହଟାଇ ଦେଇଛନ୍ତି। ୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ଏହି ଦୁଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ଦୀର୍ଘ ୪ ବର୍ଷ ପରେ ଏଠାରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତାକାଲି ଦୁଇ ଦେଶର ସେନା ପରସ୍ପରକୁ ମିଠା ଦେବେ। ଆସନ୍ତାକାଲି ଦୀପାବଳି ଥିବାରୁ ଗୋଟିଏ ସକାରାତ୍ମକ ସମ୍ପର୍କ ଆରମ୍ଭ ପାଇଁ ମିଠାର ଆଦାନ ପ୍ରଦାନ ହେବ ବୋଲି ଜଣାପଡ଼ିଛି।

ପ୍ରତିରକ୍ଷା ବିଭାଗର ସୂତ୍ର ଅନୁସାରେ, ଦୁଇ ଅଞ୍ଚଳରୁ ଭାରତ ଓ ଚାଇନା ସେନା ପ୍ରତ୍ୟାହାର କରିବା ସହ ଟେଣ୍ଟ ଗୁଡ଼ିକ ହଟାଇ ଦେଇଛନ୍ତି। ଏଥିସହ ଅସ୍ଥାୟୀ ଭିତ୍ତିଭୂମିକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଏବେ ସମ୍ଭାବ୍ୟ ରୁଟିନ ପାଟ୍ରୋଲିଂ ଆରମ୍ଭ ହେବ। ଏଥିପାଇଁ ଦୁଇ ଦେଶ ରାଜି ମଧ୍ୟ ରହିଛନ୍ତି।

Advertisment

ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଥିବାରୁ ସ୍ଥାନୀୟ କମାଣ୍ଡର୍ସ, ବ୍ରିଗେଡିୟର୍ସ ଓ ଅନ୍ୟ ପାହ୍ୟାର ଅଧିକାରୀମାନେ ପରସ୍ପର ସହ ଆଲୋଚନା କରିବେ। ସୀମାନ୍ତର ଏହି ସମ୍ବେଦନଶୀଳ ଅଞ୍ଚଳରେ ସ୍ଥିରତା ବଜାୟୀ ରଖିବାକୁ ଦୁଇ ଦେଶ କାର୍ଯ୍ୟ କରିବେ ବୋଲି ଏହି ସୂତ୍ରରେ କୁହାଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ ଭାରତ ଓ ଚାଇନାର ସ୍ଥାନୀୟ ସାମରିକ କମାଣ୍ଡର୍ସ ଆଜି ଦେପସାଙ୍ଗ ଓ ଡେମଚୋକ ନିକଟସ୍ଥ ଏଲଏସିରେ ପରସ୍ପରକୁ ଭେଟିଥିଲେ। ସେମାନେ ପରସ୍ପର ସହ କଥା ହୋଇ ଡିସଏନଗେଜମେଣ୍ଟ ପ୍ରକ୍ରିୟାକୁ ଶେଷ କରିଛନ୍ତି। ଏରିଆଲ ଯାଞ୍ଚ ଦ୍ୱାରା ବିବାଦୀୟ ଅଞ୍ଚଳରୁ ଡିସଏନଗେଜମେଣ୍ଟ ଶେଷ ହୋଇଛି କି ନାହିଁ, ତା’କୁ ମଧ୍ୟ ନିଶ୍ଚିତ କରାଯାଇଛି।

ଏବେ ଡିସଏନଗେଜମେଣ୍ଟ ହୋଇଥିବା ଦେପାଙ୍ଗ ଓ ଡେମଚୋକ ଅଞ୍ଚଳରେ ଦୁଇ ଦେଶ ସଫଳତାର ସହ ପାଟ୍ରୋଲିଂ କରିବେ। ଏହାପରେ ବାକି ବଫର ଜୋନରେ ହେବାକୁ ଥିବା ପାଟ୍ରୋଲିଂ ଉପରେ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି।

ଉଭୟ ଦେଶର ସ୍ଥାନୀୟ ମିଲିଟାରୀ କମାଣ୍ଡର୍ସ ପ୍ରତିଦିନ ସକାଳେ ହଟଲାଇନ ଦ୍ୱାରା ଦୈନିକ ଯୋଜନା ସମ୍ପର୍କରେ କଥା ହେବେ। ସେହିପରି ଧାର୍ଯ୍ୟ ସ୍ଥାନରେ ଦୈନିକ ଥରେ କିମ୍ବା ଦୁଇ ଥର ଇନ ପର୍ସନ ମିଟିଂ କରି ସ୍ଥିତିର ସମୀକ୍ଷା କରିବେ। ସବୁ କିଛି ପ୍ରୋଟକଲ ଅନୁସାରେ ହେବ ବୋଲି ଦୁଇ ଦେଶ ରାଜି ହୋଇଛନ୍ତି।

India China Meeting India China Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe