Advertisment

ଠକଙ୍କ ହାବୁଡ଼ରେ ପଡ଼ିଗଲେ ଅଭିନେତ୍ରୀ ଦିଶା ପଟାନୀଙ୍କ ବାପା, ବଡ଼ ସରକାରୀ ପଦପଦବୀର ଆଶା ଦେଖାଇ ନେଇଗଲେ ୨୫ ଲକ୍ଷ

ଅଭିଯୁକ୍ତମାନେ ଜଗଦୀଶ ସିଂହ ପଟାନୀଙ୍କ ବିଶ୍ୱାସ ଜିତିବା ପରେ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

Disha and her Parenta

Disha and her Parenta

Advertisment

ଠକେଇର ଶିକାର ହୋଇଛନ୍ତି ଅଭିନେତ୍ରୀ ଦିଶା ପଟାନୀଙ୍କ ବାପା ତଥା ଅବସରପ୍ରାପ୍ତ ଡିଏସ୍‌ପି ଜଗଦୀଶ ସିଂହ ପଟାନୀ। ସରକାରଙ୍କ କୌଣସି କମିଶନରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା ସେହିଭଳି କୌଣସି ବଡ଼ ପଦବୀରେ ନିଯୁକ୍ତି କରାଇ ଦେବାର ପ୍ରତିଶ୍ରୁତି ଦେଇ ୫ ଜଣ ବ୍ୟକ୍ତି ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଏନେଇ ଉତ୍ତର ପ୍ରଦେଶର ବରେଲୀର କୋତୱାଲୀ ଥାନାରେ ମାମଲା ରୁଜୁ ହୋଇଛି।

Advertisment

ବରେଲୀର ସିଭିଲ ଲାଇନ୍‌ସ ଅଞ୍ଚଳରେ ରହୁଥିବା ଦିଶା ପଟାନୀଙ୍କ ବାପା ଜଗଦୀଶ ସିଂହ ପଟାନୀ କହିଛନ୍ତି ଯେ ଅଭିଯୁକ୍ତ ଶିବେନ୍ଦ୍ର ପ୍ରତାପ ସିଂହଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣିଛନ୍ତି। ଶିବେନ୍ଦ୍ର ତାଙ୍କୁ ଅନ୍ୟ ଅଭିଯୁକ୍ତ ଦିବାକର ଗର୍ଗ ଓ ଆଚାର୍ଯ୍ୟ ଜୟପ୍ରକାଶଙ୍କ ସହିତ ପରିଚିତ କରାଇଥିଲେ। ଅଭିଯୁକ୍ତମାନେ କହିଥିଲେ ଯେ ସେମାନଙ୍କ ରାଜନୀତିକ ସଂପର୍କ ଖୁବ୍ ବଢ଼ିଆ। ସେମାନେ ତାଙ୍କୁ (ଜଗଦୀଶ ସିଂହ ପଟାନୀଙ୍କୁ) ସରକାରଙ୍କ କୌଣସି କମିଶନର ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା ସେମିତି କିଛି ବଡ଼ ପଦବୀରେ ନିଯୁକ୍ତ କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅଭିଯୁକ୍ତମାନେ ଜଗଦୀଶ ସିଂହ ପଟାନୀଙ୍କ ବିଶ୍ୱାସ ଜିତିବା ପରେ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ୫ ଲକ୍ଷ ଟଙ୍କା ସେମାନେ ନଗଦ ନେଇଥିଲେ। ବାକି ୨୦ ଲକ୍ଷ ଟଙ୍କା ସେ ତିନିଟି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। କିନ୍ତୁ ଟଙ୍କା ନେବାର ୩ ମାସ ବିତିଯିବା ସତ୍ତ୍ୱେ ଅଭିଯୁକ୍ତମାନେ ଜଗଦୀଶ ସିଂହ ପଟାନୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ ହୋଇ ନଥିଲା। ଏହାପରେ ଅଭିଯୁକ୍ତମାନେ ତାଙ୍କୁ କହିଥିଲେ ଯେ ସେମାନେ ତାଙ୍କ ଟଙ୍କା ସୁଧ ସହିତ ଫେରାଇ ଦେବେ। କିନ୍ତୁ ଜଗଦୀଶ ସିଂହ ପଟାନୀ ତାଙ୍କ ଟଙ୍କା ଫେରାଇ ଦେବା ପାଇଁ କହିଥିଲେ। ଏହା ପରେ ଅଭିଯୁକ୍ତମାନେ ତାଙ୍କୁ ଧମକଚମକ ଦେବା ସହିତ ଖରାପ ବ୍ୟବହାର କରିଥିଲେ। ଆଉ ଏକ ବଡ଼ ଠକେଇର ଶିକାର ହୋଇଥିବା ସନ୍ଦେହରେ ସେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତମାନେ ତାଙ୍କ ବିଶ୍ୱାସ ଜିତି ତାଙ୍କୁ ଦିଗହରା କରିଥିଲେ ବୋଲି ଦିଶା ପଟାନୀଙ୍କ ବାପା ଜଗଦୀଶ ସିଂହ ପଟାନୀ କହିଛନ୍ତି।

Advertisment

କୋତୱାଲୀ ଥାନାଧିକାରୀ କହିଛନ୍ତି, ଶିବେନ୍ଦ୍ର ପ୍ରତାପ ସିଂହ, ଦିବାକର ଗର୍ଗ, ଆଚାର୍ଯ୍ୟ ଜୟପ୍ରକାଶ, ପ୍ରୀତି ଗର୍ଗ ଓ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ଠକେଇ କରିବା ଓ ଧମକଚମକ ଦେବା ଆଦି ନେଇ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି।

Disha Patani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe