Advertisment

ରାହୁଲଙ୍କ ପୂର୍ବରୁ ଇନ୍ଦିରା ଓ ସୋନିଆ ଏମପି ପଦ ହରାଇଥିଲେ

ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି।

Sonia Gandhi

Sonia Gandhi

Advertisment

ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ରାହୁଲ ୨୦୧୯ ମସିହାର ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇବାର ଦିନକ ପରେ ତାଙ୍କ ଲୋଭସଭା ସଦସ୍ୟତା ରଦ୍ଦ ହୋଇଛି। ଲୋକସଭା‌ ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ରାହୁଲଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ ତାରିଖରେ ରାହୁଲ ଦୋଷୀସାବ୍ୟସ୍ତ ହୋଇଥିବାରୁ ଏହି ଦିନଠାରୁ ହିଁ ନିଷ୍ପତ୍ତି କାର୍ଯ୍ୟକାରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ରାହୁଲଙ୍କ ପୂର୍ବରୁ ଅତୀତରେ ଇନ୍ଦିରା ଗାନ୍ଧୀ ଓ ସୋନିଆ ଗାନ୍ଧୀ ମଧ୍ୟ ଲୋକସଭା ସଦସ୍ୟପଦ ହରାଇଥିଲେ। ୧୯୭୮ ନଭେମ୍ବର ୧୫ରେ ଇନ୍ଦିରାଙ୍କ ବିରୋଧରେ ଲୋକସଭାରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ।

Advertisment

ଏହା ବହୁମତରେ ଗୃହୀତ ହୋଇଥିଲା। କର୍ଣ୍ଣାଟକର ଚିକମାଗୁଲୁର ଆସନରୁ ଉପନିର୍ବାଚନରେ ବିଜୟୀ ହୋଇଥିବା ଇନ୍ଦିରାଙ୍କ ବିରୋଧରେ ସରକାରୀ ଅଧିକାରୀଙ୍କୁ ଅପମାନ ଓ ପଦବୀର ଦୁରୁପଯୋଗ ଅଭିଯୋଗ ହୋଇଥିଲା। ଦୀର୍ଘ ୭ଦିନର ବିତର୍କ ପରେ ପ୍ରସ୍ତାବ ସ୍ବାଧୀକାର କମିଟିକୁ ଯାଇଥିଲା। ମା​ସେ ତଦନ୍ତ ପରେ କମିଟି ଇନ୍ଦିରାଙ୍କ ବିରୋଧରେ ଆଗତ ଅଭିଯୋଗ ସତ୍ୟ ବୋଲି ଦର୍ଶାଇଥିଲେ। ଫଳରେ ଇନ୍ଦିରାଙ୍କ ସଭ୍ୟପଦ ରଦ୍ଦ ହୋଇଥିଲା ଓ ତାଙ୍କୁ ଗିରଫ କରାଯାଇଥିଲା। ସେହିପରି ୨୦୦୬ରେ ଲାଭଜନକ ପଦବୀ ଅଭିଯୋଗରେ ସୋନିଆ ଗାନ୍ଧୀ ସାଂସଦ ପଦ ହରାଇଥିଲେ।

ସେ ସମୟରେ ସୋନିଆ ରାଏବରେଲି ସାଂସଦ ସହ ଶାସକ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଅଧ୍ୟକ୍ଷା ଓ କଂଗ୍ରେସ ଅଧ୍ୟକ୍ଷା ଏବଂ ଜାତୀୟ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷା ଥିଲେ। ଏକକାଳୀନ ଏତେଗୁଡ଼ିଏ ପଦ ରଖିବା ନେଇ ଅଭିଯୋଗ ଆସିବା ପରେ ସୋନିଆ ବାଧ୍ୟହୋଇ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ପରେ ଅବଶ୍ୟ ସେ ପୁନଃନିର୍ବାଚିତ ହୋଇଥିଲେ।

Advertisment
Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe