Advertisment

ମୋତେ ଅଯୋଗ୍ୟ ଘୋଷଣା କର, ଜେଲ ପଠାଅ, ତଥାପି ମୁଁ କହିବି: ରାହୁଲ ଗାନ୍ଧି

କେରଳର ୱାୟାନାଡରୁ ଲୋକସଭା ସାଂସଦ ଭାବେ ଅଯୋଗ୍ୟ ହେବାର ଗୋଟିଏ ଦିନ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

କେରଳର ୱାୟାନାଡରୁ ଲୋକସଭା ସାଂସଦ ଭାବେ ଅଯୋଗ୍ୟ ହେବାର ଗୋଟିଏ ଦିନ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଗଣମାଧ୍ୟମକୁ ସମ୍ବୋଧିତ କରି କଂଗ୍ରେସର ରାହୁଲ ଗାନ୍ଧି କହିଛନ୍ତି ଯେ, ସେ ଭୟଭୀତ ନୁହଁନ୍ତି । ନିଜ ପଦର ରଦ୍ଦ ଏବଂ ଜେଲଦଣ୍ଡାଦେଶକୁ ନେଇ ସେ ମଧ୍ୟ ବିଚଳିତ ନୁହନ୍ତି।

Advertisment

ସେ କହିଛନ୍ତି ଯେ, “ମୁଁ ଭୟଭୀତ ନୁହେଁ ବା ଆଜୀବନ ଅଯୋଗ୍ୟ ହେବା କିମ୍ବା ଜେଲରେ ରହିବାକୁ ନେଇ ସେ ଖାତିର କରନ୍ତି ନାହିଁ। ମୁଁ ମୋର କାର୍ଯ୍ୟ ଜାରି ରଖିବି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଆଦାନୀଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଜାରି ରଖିବି। ମୁଁ ସତ୍ୟ ପାଇଁ ଲଢ଼େଇ ଜାରି ରଖିବି। ଯାହା ବର୍ତ୍ତମାନ ମୋର ମୁଖ୍ୟ ଲକ୍ଷ ପାଲଟିଥିବା ରାହୁଲ କହିଛନ୍ତି।

ମୋର ପରବର୍ତ୍ତୀ ଭାଷଣକୁ ନେଇ ପ୍ରଧାନମନ୍ତ୍ରୀ ଭୟଭୀତ ଥିବାରୁ ମୁଁ ଅଯୋଗ୍ୟ ହୋଇଛି । ମୁଁ ତାଙ୍କ ଆଖିରେ ଏହା ଦେଖିଛି। ସେଥିପାଇଁ ଏକ ଡ୍ରାମାର ରୂପ ଦେଇ ମୋତେ ଅଯୋଗ୍ୟ ଘୋଷଣା କରାଯାଇଛି। ଆଦାନୀ ପ୍ରସଙ୍ଗରେ ନିଜକୁ ଲୁଚାଇବା ପାଇଁ ପାଇଁ ଏହା ଏକ ସମ୍ପୂର୍ଣ୍ଣ ନାଟକ ରଚନା କରାଯାଇଛି। ୨୦,୦୦୦ କୋଟି ଟଙ୍କା ଆଦାନି ସେଲ୍ କମ୍ପାନୀକୁ ଯାଇଛି। ଆଦାନି ମାମମଲାରେ ମିଳିତ ମିଳିତ ସଂସଦୀୟ କମିଟି ଅନୁସନ୍ଧାନ ପାଇଁ ବିରୋଧୀଙ୍କ ଦାବିକୁ ନେଇ ସେ କହିଛନ୍ତି ଯେ, ମୋର କାର୍ଯ୍ୟ ହେଉଛି ଦେଶର ଗଣତନ୍ତ୍ରକୁ ରକ୍ଷା କରିବା। ଅର୍ଥାତ୍ ଦେଶର ଅନୁଷ୍ଠାନକୁ ରକ୍ଷା କରିବା। ଗରିବଙ୍କ ସ୍ୱରକୁ ରକ୍ଷା କରିବା। ରାହୁଲ କହିଛନ୍ତି ଯେ, ସେ ସବରକର ନୁହଁନ୍ତି। କ୍ଷମା ମାଗିବାର ପ୍ରଶ୍ନ ଉଠୁନି। ଗାନ୍ଧି କାହାକୁ କ୍ଷମା ମାଗନ୍ତି ନାହିଁ।

Advertisment

ମୁଁ ୱାୟନାଡର ଲୋକଙ୍କ ସହ ପରିବାର ଭଳି ସମ୍ପର୍କ ଗଢ଼ିଛି। ମୁଁ ୱାୟନାଡର ଲୋକଙ୍କୁ ଏକ ଚିଠି ଲେଖିବି ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବାର ଗୋଟିଏ ଦିନ ପରେ ଶୁକ୍ରବାର ତାଙ୍କର ସଦସ୍ୟତା ପଦ ରଦ୍ଦ କରାଯାଇଛି। ଏହାକୁ ନେଇ ବିରୋଧୀ ବିରୋଧ କରୁଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ଶୁକ୍ରବାର ଏକ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି, ମୁଁ ଭାରତର ସ୍ବର ପାଇଁ ଲଢେଇ କରୁଛି। ଏଥିପାଇଁ ସବୁ ପ୍ରକାରର ମୂଲ୍ୟ ଦେବାକୁ ମୁଁ ପ୍ରସ୍ତୁତ। ତେବେ ରାହୁଲଙ୍କ ଏମ୍‌ପି ପଦ ରଦ୍ଦ ହୋଇଥିଲେ ମଧ୍ୟ ଏଯାଏ ସେ ତାଙ୍କ ଟୁଇଟର ବାୟୋ ବଦଳାଇ ନାହାନ୍ତି।

Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe