Advertisment

କ୍ଷମତା ଭାଗବଣ୍ଟା ଫର୍ମୁଲାରେ ଶିବକୁମାର ରାଜି, କିନ୍ତୁ ପ୍ରଥମେ ମୁଖ୍ୟମନ୍ତ୍ରୀ ହେବା ଜିଦରେ ଅଟଳ!

ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ଯାଏ ସିଦ୍ଦରୈମେୟା ଓ ଶିବକୁମାରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଯାଏ ୧୦୦% ସଫଳତା ମିଳିନାହିଁ।

Rahul Gandhi

Rahul Gandhi

Advertisment

କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଦୁଇ ବରିଷ୍ଠ ନେତା ସିଦ୍ଦରମୈୟା ଓ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଜିଦ ଧରି ବସିବାରୁ ହାଇକମାଣ୍ଡଙ୍କ ଚିନ୍ତା ବଢ଼ିଛି। ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ଯାଏ ସିଦ୍ଦରୈମେୟା ଓ ଶିବକୁମାରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଯାଏ ୧୦୦% ସଫଳତା ମିଳିନାହିଁ। ତେଣୁ କର୍ଣ୍ଣାଟକାରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେକଥା ଘୋଷଣା ହୋଇପାରୁନି।

Advertisment

ଆଜି ଶିବକୁମାର ଓ ସିଦ୍ଦରମୈୟା ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ରାହୁଲଙ୍କୁ ଜଣାଇଥିଲେ। ଏହି ବୈଠକ ପରେ ଶିବକୁମାର ପୁଣିଥରେ ଖଡଗେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପୂର୍ବରୁ କ୍ଷମତା ଭାଗବଣ୍ଟା ଫର୍ମୁଲାକୁ ଗ୍ରହଣ କରୁ ନଥିବା ଶିବକୁମାର ଏବେ ଏଥିରେ ରାଜି ହୋଇଛନ୍ତି।

ସେ ସିଦ୍ଦରମୈୟାଙ୍କ ସହ ମୁଖ୍ୟମନ୍ତ୍ରୀ ଆସନ ବାଣ୍ଟିବାକୁ ସହମତି ପ୍ରକାଶ କରିଛନ୍ତି। ହେଲେ ପ୍ରଥମାର୍ଦ୍ଧ ଅର୍ଥାତ ପ୍ରଥମ ଅଢ଼େଇ ବର୍ଷ ସେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ଜିଦରେ ଅଟଳ ରହିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି।

Advertisment

ଖଡଗେ ତାଙ୍କୁ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି। ତେଣୁ ତାଙ୍କୁ ୨.୫ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ ଫର୍ମୁଲା ଦିଆଯାଇଥିଲା। ଏଥିରେ ସେ କିଛି ପରିମାଣର ରାଜି ହୋଇଛନ୍ତି। ହେଲେ ପ୍ରଥମ ଅଢ଼େଇ ବର୍ଷର ରାଜ୍ୟର କମାଣ ସମ୍ଭାଳିବାକୁ ଚାହୁଁଥିବା ଖଡଗେଙ୍କୁ ଜଣାଇ ଦେଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଏହି ସୂତ୍ରରେ କୁହାଯାଇଛି ଯେ ଶିବକୁମାର କିମ୍ବା ସିଦ୍ଦରମୈୟା ଏକାକୀ ଶପଥ ନେଇ ପାରିବେ ନାହିଁ। କାରଣ ବିଜୟ ପଛରେ ସାମୁହିକ ନେତୃତ୍ୱର ଭୂମିକା ରହିଛି। ଏଥିପାଇଁ ପୂରା ଶପଥପାଠ ଉତ୍ସବ ୱାନ ମ୍ୟାନ ଶୋ’ ହୋଇପାରିବ ନାହିଁ। ତେଣୁ ବୁଝାସୁଝା ଜାରି ରହିଛି। ତଥାପି ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ନ ଛାଡ଼ିବା ଜିଦରେ ଅଟଳ ରହିଛନ୍ତି। ଏହାକୁ ନେଇ ବିବାଦ ଘନଉଥିବାରୁ ଆସନ୍ତା ୪୮ ଘଣ୍ଟା ଯାଏ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବନି ବୋଲି ଦଳ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ NDTVର ରିପୋର୍ଟ ମୁତାବକ ଶିବକୁମାରଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଥିଲା। ରାହୁଲ ଗାନ୍ଧି ଓ ଖଡଗେ ତାଙ୍କୁ ବୁଝାସୁଝା କରି ୨ଟି ପ୍ରସ୍ତାବ ଦେଇଥିଲେ।

ପ୍ରଥମ ପ୍ରସ୍ତାବରେ ତାଙ୍କୁ କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ପଦ ସହ ତାଙ୍କ ପସନ୍ଦ ଅନୁସାରେ ୬ଟି ବିଭାଗ ଓ କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ପଦରେ ରହିବାକୁ କୁହାଯାଇଥିଲା। ଦ୍ୱିତୀୟ ପ୍ରସ୍ତାବରେ ସେ ସିଦ୍ଦରମୈୟାଙ୍କ ସହ ମୁଖ୍ୟମନ୍ତ୍ରୀ ପଦ ଶେୟାର କରିବେ। ହେଲେ ପ୍ରଥମ ଅଢ଼େଇ ବର୍ଷ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ରହିବେ। କିନ୍ତୁ ଦୁଇଟି ଯାକ ପ୍ରସ୍ତାବକୁ ଶିବକୁମାର ଅଗ୍ରାହ୍ୟ କରି ଦେଇଥିବା ଜଣାପଡ଼ିଛି।

Rahul Gandhi DK Shivakumar Karnataka Assembly Election Congress Karnataka Polls 2023 Karnataka Siddaramaiah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe