Advertisment

ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି: ସାଧାରଣ ବିଧାୟକ ଭାବେ କାମ କରିବାକୁ ଶିବକୁମାର ରାଜି!

ଖଡଗେଙ୍କ ସହ ଆଲୋଚନା କରିବା ବେଳେ ଶିବକୁମାର ଜଣେ ସାଧାରଣ ବିଧାୟକ ଭାବେ କାମ କରିବାକୁ ରାଜି ଥିବା କଥା କହିଛନ୍ତି। ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ନ ମିଳିବ, ତା’ହେଲେ କିଛି ବି ଅସୁବିଧା ନାହିଁ ବୋଲି ଶିବକୁମାର ବୈଠକରେ ବେଳେ ଖଡଗେଙ୍କୁ କହିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

Congress

Congress

Advertisment

ଏଯାଏ ମୁଖ୍ୟମନ୍ତ୍ରୀ ହେବାକୁ ଜିଦ ଧରି ବସିଥିବା କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଆଜି ସନ୍ଧ୍ୟାରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି। ଉଭୟ ୱାନ ଟୁ ୱାନ ଆଲୋଚନା କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ ଉପରୁ ପରାଦା ହଟିନି।

Advertisment

ଖଡଗେଙ୍କ ସହ ଆଲୋଚନା କରିବା ବେଳେ ଶିବକୁମାର ଜଣେ ସାଧାରଣ ବିଧାୟକ ଭାବେ କାମ କରିବାକୁ ରାଜି ଥିବା କଥା କହିଛନ୍ତି। ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ନ ମିଳିବ, ତା’ହେଲେ କିଛି ବି ଅସୁବିଧା ନାହିଁ ବୋଲି ଶିବକୁମାର ବୈଠକରେ ବେଳେ ଖଡଗେଙ୍କୁ କହିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଏଥିସହ ଦଳରେ ଖଡଗେ ଦବଦବା ଓ ଲୋକପ୍ରିୟତା ଥିବା ସତ୍ତ୍ୱେ ସେ କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇ ନଥିବା କଥା ମଧ୍ୟ ଶିବକୁମାର ତାଙ୍କୁ ଜଣାଇଛନ୍ତି। ଶିବକୁମାରଙ୍କ ପରେ ଖଡଗେ ଅନ୍ୟତମ ବରିଷ୍ଠ ନେତା ସିଦ୍ଦରମୈୟାଙ୍କୁ ମଧ୍ୟ ଭେଟିଛନ୍ତି।

Advertisment

ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ନିଷ୍ପତ୍ତି ହୋଇପାରିନି। ଖୁବଶୀଘ୍ର ଖଡଗେ କର୍ଣ୍ଣାଟକା ଯିବେ। ଏଥିସହ ବିଧାୟକ ଓ ବରିଷ୍ଠ ନେତାମାନଙ୍କ ମତାମତ ଆଣିବେ। ଏହାପରେ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ସମ୍ପର୍କରେ ଘୋଷଣା କରାଯିବ।

ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆଜିର ବୈଠକ ବେଳେ ଶିବକୁମାର ସିଧାସଳଖ ଖଡଗେଙ୍କୁ କହିଛନ୍ତି ଯେ “ଆପଣ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି, ତା’ହେଲେ ମୋର କୌଣସି ଅସୁବିଧା ନାହିଁ।” ବୈଠକରେ ବେଳେ ଶିବକୁମାରଙ୍କୁ କୌଣସି ପ୍ରକାରରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବେ ବୋଲି ଖଡଗେ କହିନାହାନ୍ତି। କେବଳ ପୂରା ପ୍ରସଙ୍ଗରେ ତାଙ୍କ ମତାମତ ଲୋଡ଼ିଛନ୍ତି।

ଏହାର ଜବାବରେ ଶିବକୁମାର କହିଛନ୍ତି, “ଯଦି ମୋତେ ମୁଖ୍ୟମନ୍ତ୍ରୀ ପଦ ନ ମିଳିବ, ତା’ହେଲେ ମୁଁ ଜଣେ ସାଧାରଣ ବିଧାୟକ ଭାବେ କାମ କରିବି। ସିଦ୍ଦରମୈୟା କଂଗ୍ରେସରେ ଯୋଗଦେବା ପରଠାରୁ ସବୁବେଳେ କ୍ଷମତାରେ ରହି ଆସିଛି।

ସେ କେତେବେଳେ ବିରୋଧୀ ଦଳ ନେତା ହୋଇଛନ୍ତି ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେଣୁ ଏବେ ହାଇକମାଣ୍ଡ ସବୁ ପ୍ରକାରରର ନିଷ୍ପତ୍ତି ନେବେ। ଏଥିରେ ମୋର କିଛି କହିବାର ନାହିଁ।” ଏଥିସହ ଶିବକୁମାର କ୍ଷମତା ଭାଗବଣ୍ଟା ଫର୍ମୁଲାକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି।

ଶିବକୁମାର ବାହାରକୁ ଆସିବା ପରେ ସିଦ୍ଦରମୈୟା ମଧ୍ୟ ଖଡଗେଙ୍କୁ ଭେଟିଛନ୍ତି। ସେ ମଧ୍ୟ କ୍ଷମତା ବାଗବଣ୍ଟା ଓ ଅର୍ଥ ବିଭାଗ ଛାଡ଼ିବା ମୁଡରେ ନାହାନ୍ତି। ତେଣୁ ଖଡଗେ ମୁଖ୍ୟମନ୍ତ୍ରୀ ସସପେନ୍ସ ଉପରକୁ ପରାଦା ହଟାଇବାକୁ ସକ୍ଷମ ହୋଇନାହାନ୍ତ। ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe