Advertisment

ହେଲିକପ୍ଟରରେ ଯାଉଥିଲେ କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ, ପିଟି ହୋଇଗଲା ଚିଲ

ଦିନ ୧୨ଟା ବେଳେ ହେଲିକପ୍ଟରଟି ଉଡ଼ାଣ ଆରମ୍ଭ କରିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
SHIVAKUMAR

SHIVAKUMAR

ଅଳ୍ପକେ ବର୍ତ୍ତିଗଲେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡିକେ ଶିବକୁମାର। ମଙ୍ଗଳବାର ସେ ହେଲିକପ୍ଟରରେ ଯାଉଥିବା ବେଳେ ସେଥିରେ ଏକ ବଡ଼ ଚିଲ ଆସି ପିଟି ହୋଇଥିଲା। ଫଳରେ ହେଲିକପ୍ଟରର ଆଗ କାଚର ଏକ ବଡ଼ ଅଂଶ ଭାଙ୍ଗି ଯାଇଥିଲା। ପାଇଲଟ ବେଙ୍ଗେଲୁରୁର ହାଲ୍ ଏୟାରପୋର୍ଟରେ ହେଲିକପ୍ଟରକୁ ଜରୁରୀ ଅବତରଣ କରିଥିଲେ। ଡିକେ ଶିବକୁମାର ଓ ପାଇଲଟ ସୁରକ୍ଷିତ ଅଛନ୍ତି। 

Advertisment

ଡିକେ ଶିବକୁମାରଙ୍କୁ ନେଇ ହେଲିକପ୍ଟରଟି ଦିନ ୧୨ଟା ବେଳେ ଜାକ୍କୁରରୁ ଯାତ୍ରା ଆରମ୍ଭ କରିଥିଲା। ହେଲିକପ୍ଟରଟି କୋଲାର ନିକଟସ୍ଥ ମୂଲବାଗିଲୁ ଅଭିମୁଖେ ଯାଉଥିବା ବେଳେ ହୋସକୋଟେ ନିକଟରେ ଏକ ଚିଲ ସେଥିରେ ପିଟି ହୋଇଥିଲା। ହାଲ୍ ବିମାନବନ୍ଦରରୁ ପ୍ରାୟ ୪୦ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା।

ଡିକେ ଶିବକୁମାର ଆଜି ସକାଳେ ବେଙ୍ଗାଲୁରୁର ଏକ ହୋଟେଲରେ ଦଳର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତା’ପରେ ନିର୍ବାଚନ ପ୍ରଚାରରେ ବାହାରିଯାଇଥିଲେ। 

Advertisment

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକାରେ ଏବେ ଜୋରଦାର ପ୍ରଚାର ଚାଲିଛି। ଡିକେ ଶିବକୁମାର ଏଥର ବି କାନପୁରା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ମେ’ ୧୦ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୩ରେ ଗଣତି ହେବ।  

Congress