Advertisment

କ’ଣ ପାଇଁ ହାଇକମାଣ୍ତଙ୍କ କଥାରେ ମୁଖ୍ୟମନ୍ତ୍ରୀ ହେବା ଜିଦରୁ ଓହରିଲେ ଶିବକୁମାର?

ସିଦ୍ଦରମୈୟା ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ଏହା ପଛର କାରଣ କ’ଣ? କାହିଁକି ୩ରୁ ୪ ଦିନ ହେଲା ବୁଝାସୁଝା ପରେ ମଧ୍ୟ ନିଜ ଜିଦରେ ଅଟଳ ଥିବା ଶିବକୁମାର କାହିଁକି ଏବେ ସିଦ୍ଦରମୈୟାଙ୍କ ଡେପୁଟି ଭାବେ କାମ କରିବାକୁ ରାଜି ହେଲେ?

author-image
Hemant Lenka
 DK Shivakumar

DK Shivakumar

କର୍ଣ୍ଣାଟକାରେ କଂଗ୍ରେସ ଶାସନ ଡୋରି ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡିକେ ଶିବକୁମାର ଶେଷରେ ନମ୍ବର ୨ ପଦ ଗ୍ରହଣ କରିବାକୁ ରାଜି ହୋଇଛନ୍ତି। ଏକଦା ମୁଖ୍ୟମନ୍ତ୍ରୀ ହେବାକୁ ଜିଦ ଧରି ବସିଥିବା ଶିବକୁମାର କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହୋଇଛନ୍ତି।

Advertisment

ସିଦ୍ଦରମୈୟା ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ଏହା ପଛର କାରଣ କ’ଣ? କାହିଁକି ୩ରୁ ୪ ଦିନ ହେଲା ବୁଝାସୁଝା ପରେ ମଧ୍ୟ ନିଜ ଜିଦରେ ଅଟଳ ଥିବା ଶିବକୁମାର କାହିଁକି ଏବେ ସିଦ୍ଦରମୈୟାଙ୍କ ଡେପୁଟି ଭାବେ କାମ କରିବାକୁ ରାଜି ହେଲେ? ଏହାର ଉତ୍ତର ଜାଣିବାକୁ ସମସ୍ତେ ଆଗ୍ରହୀ। ଏବେ ସେହି କାରଣ ଉପରୁ ନିଜେ ଶିବକୁମାର ପରଦା ହଟାଇଛନ୍ତି।

ସେ କହିଛନ୍ତି ଯେ “ଆମେ ଯେମିତି କୋର୍ଟରେ ବିଚାରପତିଙ୍କ ରାୟକୁ ଗ୍ରହଣ କରିଥାଉ, ଠିକ୍‌ ସେହିପରି ମୁଁ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛି। ଥରେ ଯେତେବେଳେ ଆମେ ହାଇକମାଣ୍ଡଙ୍କ ଉପରେ ସବୁ କିଛି ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଛୁ ସେତେବେଳେ ଆମକୁ ତାଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବାକୁ ପଡ଼ିବ।

Advertisment

କୋର୍ଟରେ ଆମମାନଙ୍କ ମଧ୍ୟରୁ ଅନେକ ନିଜର ଯୁକ୍ତି ଉପସ୍ଥାପନ କରନ୍ତି। କିନ୍ତୁ ବିଚାରପତି ଯାହା ବି କୁହନ୍ତି, ତା’କୁ ହିଁ ଆମେ ସମସ୍ତେ ମାନିଥାଉ। କର୍ଣ୍ଣାଟକାର ସମସ୍ତ ୧୩୫ ବିଧାୟକ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ହେବା ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ଛାଡ଼ିଥିଲୁ।

ଆମେ କର୍ଣ୍ଣାଟକାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛୁ। ଆମେ ଭଲ କାମ କରିବୁ। ବ୍ୟକ୍ତିଗତ ସ୍ୱାର୍ଥ ପରବର୍ତ୍ତୀ ସମୟରେ ଆସେ। ଦଳର ସ୍ୱାର୍ଥ ହେଉଛି ସବୁଠାରୁ ଆଗରେ। ଏହା ହିଁ ଥିଲା ମୋରି ପ୍ରତିବଦ୍ଧତା। ବିଭିନ୍ନ କାରଣ ପାଇଁ ମୁଁ ହାଇକମାଣ୍ଡଙ୍କ କଥାରେ ସହମତି ପ୍ରକାଶ କରିଛି।

ଯଦି ଆମେ ଜିତି ନ ଥାଆନ୍ତୁ,ତା’ହେଲେ ଏମିତି ସ୍ଥିତିରେ ରହିଥାଆନ୍ତୁ କି? ବର୍ତ୍ତମାନ ଆମେ ଜିତିଛୁ। ଆମେ ଫଳକୁ ଭିତରୁ ବାହାର କରିଛୁ। କେବଳ ମୁଁ ନୁହେଁ, ଲକ୍ଷଲକ୍ଷ କର୍ମୀ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ଆମକୁ ସେମାନଙ୍କ ଆଡ଼େ ମଧ୍ୟ ଚାହିଁବାକୁ ପଡ଼ିବ। ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ହେବ।”

ସୋନିଆ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ପୂରା ବିବାଦର ସମାଧାନ ହୋଇଛି ବୋଲି ପ୍ରଶ୍ନରେ ଶିବକୁମାର କହିଛନ୍ତି, “ମୁଁ ଏହି ପ୍ରସଙ୍ଗରେ ଶ୍ରୀମତୀ ଗାନ୍ଧି କିମ୍ବା ଗାନ୍ଧି ପରିବାରକୁ ଆଣିବାକୁ ଚାହୁଁନି। ମୁଁ ମଲ୍ଲିକାର୍ଜୁନ ଖଡେଗଙ୍କୁ ଭେଟିଛି। ମୁଁ ଏଆଇସିସିର ବିଭିନ୍ନ ପଦପଦବୀରେ ଥିବା ନେତାଙ୍କୁ ଭେଟିଛି।”

ନିର୍ବାଚନ ବେଳେ କଂଗ୍ରେସ ଦେଇଥିବା ୫ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ୫୧ ହଜାର କୋଟି ଟଙ୍କାର ଆବଶ୍ୟକ ପଡ଼ିବ। ଏ ସମ୍ପର୍କରେ ଶିବକୁମାର କହିଛନ୍ତି, “ଆପଣମାନେ ଏକଥା ଆମ ଉପରେ ଛାଡ଼ି ଦିଅନ୍ତୁ। ଆମ ପାଖରେ ଏହାକୁ କାର୍ଯ୍ୟକାରୀ କରିବାକୁ ଗୋଟିଏ ସ୍ୱତନ୍ତ୍ର ଟିମ ରହିଛି। ଆମେ ସବୁ ପ୍ରକାରର ଅର୍ଥନୀତିକ ବ୍ୟବସ୍ଥାର ବିଚାର କରିବୁ।”

୬୧ ବର୍ଷୀ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ଜିଦରେ ଅଟଳ ଥିଲେ। ହେଲେ ସୋନିଆ ଗାନ୍ଧିଙ୍କ ବୁଝାସୁଝା ପରେ ସେ ଦଳ ପାଇଁ ସବୁ କିଛିର ବଳିଦାନ ଦେବାକୁ ପ୍ରସ୍ତୁତ ହୋଇଥିଲେ।

Congress Karnataka Siddaramaiah DK Shivakumar