Congress
ପ୍ରଚାର ରାଲିରେ ନୋଟ ଉଡ଼ାଇଛନ୍ତି କଂଗ୍ରେସର କର୍ଣ୍ଣାଟକା ମୁଖ୍ୟ ଡିକେ ଶିବକୁମାର। ସେ ଲୋକଙ୍କୁ କିଛି କହିବା ସହ ସେମାନଙ୍କ ଉପରକୁ ନୋଟ ପିଙ୍ଗିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଆଉ କିଛି ମାସ ପରେ କର୍ଣ୍ଣାଟକାରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସବୁ ଦଳ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏହିକ୍ରମରେ ଆଜି ଶିବକୁମାର ଓ ଅନ୍ୟ କଂଗ୍ରେସ ନେତାମାନଙ୍କ ସହ ମିଶି ମାଣ୍ଡ୍ୟାରେ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ବେଭିନାହାଲ୍ଲିରେ ଚାଲିଥିବା ବେଳେ ଶିବକୁମାର ନୋଟ ଉଡ଼ାଇଛନ୍ତି।
କର୍ଣ୍ଣାଟକା କଂଗ୍ରେସର ମୁଖ୍ୟ ଚେହେରା ହେଉଛନ୍ତି ଶିବକୁମାର। ଯଦି କଂଗ୍ରେସ କ୍ଷମତାକୁ ଆସିବ, ତା’ହେଲେ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ଏଥିପାଇଁ ପୂରା ପ୍ରଚାର ଦାୟିତ୍ୱ ଶିବକୁମାର ନିଜେ ବୁଝୁଛନ୍ତି।
ଆଜି ସେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ଶୋଭଯାତ୍ରାରେ ସାମିଲ ହୋଇଥିଲେ। ଏହି ସମୟରେ ସେ ଗୋଟିଏ ବସ୍ ଉପରେ ଛିଡ଼ା ହୋଇ ଲୋକଙ୍କୁ ଅଭିବାଦନ ଜଣାଉଥିଲେ। ତେବେ ଶୋଭାଯାତ୍ରାରେ ଯାଉଥିବା ବେଳେ ଗୋଟିଏ ରଥ ପ୍ରୋସେସନ ସହ ତାଙ୍କର ଦେଖା ହୋଇଥିଲା। ଏହାପରେ ଶିବକୁମାର କିଛି ଟଙ୍କା ଆଣି ପ୍ରୋସେସନରେ ସାମିଲ ଥିବା ଲୋକଙ୍କୁ ଦେଖାଇଥିଲେ। ଏହାପରେ ସେମାନଙ୍କୁ କିଛି କହିବା ସହ ନୋଟ ଫିଙ୍ଗିଥିଲେ। ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Congress_1680014922.jpg)