DMK-minister-tm-anbarasan-threaten
ତାମିଲନାଡ଼ୁର ଡିଏମକେ ସରକାରର ମନ୍ତ୍ରୀ ତଥା ନେତାଙ୍କ ବିବାଦୀୟ ବୟାନ ଥମିବା ନାଁ ଧରୁନି। ଡିଏମକେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ପରେ ଏବେ ଆଉ ଜଣେ ମନ୍ତ୍ରୀ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଚାଲି ଆସିଛନ୍ତି। ଡିଏମ୍କେ ମନ୍ତ୍ରୀ ଟିଏମ୍ ଅନବରସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏକ ଜନସଭାକୁ ସମ୍ବୋଧନ କରି ମନ୍ତ୍ରୀ ଟିଏମ୍ ଅନବରସନ କହିଛନ୍ତି, ମୁଁ ମନ୍ତ୍ରୀ ହୋଇ ନ ଥିଲେ ପ୍ରଧାମନ୍ତ୍ରୀ ମୋଦିଙ୍କୁ ଛୋଟ ଛୋଟ ଖଣ୍ଡ କରି ଦେଇଥାନ୍ତି। ଏଥିସହ ସେ କହିଛନ୍ତି, ଆମର ବହୁ ପ୍ରଧାନମନ୍ତ୍ରୀ ଗାଦିରେ ବସିଛନ୍ତି, ମାତ୍ର ଏପରି କେହି କହି ନାହାନ୍ତି। ମୋଦି ଆମକୁ ବିଲୀନ କରିଦେବା କଥା କହୁଛନ୍ତି, କିନ୍ତୁ ଏହା ଭୁଲିବା ଉଚିତ ନୁହେଁ ଯେ ଡିଏମକେ ଏକ ସାମାନ୍ୟ ସଙ୍ଗଠନ ନୁହେଁ। ବହୁ କର୍ମୀଙ୍କ ବଳିଦାନ ଯୋଗୁ ଏହି ଦଳ ଛିଡ଼ା ହୋଇଛି। ତେଣୁ ଯେଉଁମାନେ ଡିଏମକେକୁ ନିଶ୍ଚିହ୍ନ କରିବା କଥା କହୁଛନ୍ତି ସେମାନଙ୍କ ବିନାଶ ସୁନିଶ୍ଚିତ । ଏହି ସଙ୍ଗଠନ ସବୁଦିନ ଛିଡ଼ା ହୋଇଥିବ । ମୁଁ ଜଣେ ମନ୍ତ୍ରୀ ଥିବାରୁ ଏବେ ଚୁପ୍ ରହିଛି, ନଚେତ ତାଙ୍କର ଛୋଟ ଛୋଟ ଖଣ୍ଡ କରି ସାରିଥାନ୍ତି ।
ଏହି ଭିଡିଓକୁ ବିଜେପି ଆଇଟି ସେଲ୍ ଚିଫ ଅମିତ ମାଲବୀୟ ନିଜ ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଶେଆର କରିଛନ୍ତି । ଭିଡିଓ ଶେଆର କରି ସେ ଲେଖିଛନ୍ତି, ଉଦୟନିଧୀ ଷ୍ଟାଲିନଙ୍କ ଦ୍ୱାରା ସନାତନ ଧର୍ମ ନଷ୍ଟ କରିବାକୁ ଆହ୍ୱାନ ଦିଆଯିବା ପରେ ଆଉ ଜଣେ ଡିଏମକେ ନେତାଙ୍କ ଏପରି ଭାଷଣ ସାମନାକୁ ଆସିଛି। I.N.D.I ମେଣ୍ଟର ଏଜେଣ୍ଡା ୟାଠୁ ଅଧିକ ସ୍ପଷ୍ଟ ହୋଇ ପାରିବନି । ସେମାନେ ସନାତନ ଧର୍ମ ଓ ତାହାର ରକ୍ଷା କରୁଥିବା ଲୋକ ଯେକୌଣସି ଲୋକଙ୍କ ଜୀବନ ନେଇ ପାରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us