Advertisment

ଡିଏମକେ ମୁଖପତ୍ରର ପୂର୍ବତନ ସମ୍ପାଦକ ଆଉ ନାହାନ୍ତି

ଦେହାନ୍ତର ଦିନକ ପୂର୍ବରୁ ସେ ଖବରକାଗଜରେ ଗୋଟିଏ ସ୍ତମ୍ଭ ମଧ୍ୟ ଲେଖିଥିଲେ।

selvam

selvam

Advertisment

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଭିଣୋଇ ତଥା ଡିଏମକର ମୁଖପତ୍ର ମୁରାସୋଲିର ପୂର୍ବତନ ସମ୍ପାଦକ ମୁରାସୋଲି ସେଲଭମ ଆଉ ନାହାନ୍ତି। ଆଜି ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

Advertisment

ସେଲଭମ ଡିଏମକେର ପ୍ରତିଷ୍ଠାତା ଏମ କରୁଣାନିଧିଙ୍କ ଝିଅ ସେଲଭିଙ୍କୁ ବିବାହ କରିଥିଲେ। ସେହିପରି ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରାସୋଲି ମାରନଙ୍କ ଭାଇ। ଡିଏମକେର ଜଣେ ପ୍ରମୁଖ ସଦସ୍ୟ ଭାବେ ସେ ଦଳକୁ ମୁରାସୋଲିର ସମ୍ପାଦକୀୟ ଜରିଆରେ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ତାମିଲନାଡୁର ଦୈନିକ ଖବରକାଗଜ ମୁରାସୋଲିର ପୂର୍ବତନ ସମ୍ପାଦକ ସେଲଭମ ଆଜି ହୃଦଘାତରେ ପ୍ରାଣ ହରାଇଛନ୍ତି। ବେଙ୍ଗାଲୁରୁ ଠାରେ ତାଙ୍କର ଦେହାନ୍ତ ହୋଇଛି।

Advertisment

ସିଲାନ୍ଧି ନାଁରେ ପରିଚିତ ସେଲଭମ ଏବେ ବି ମୁରାସୋଲି ସହ ଯୋଡ଼ି ହୋଇ ରହିଥିଲେ। ଦେହାନ୍ତର ଦିନକ ପୂର୍ବରୁ ସେ ଖବରକାଗଜରେ ଗୋଟିଏ ସ୍ତମ୍ଭ ମଧ୍ୟ ଲେଖିଥିଲେ। ସେହିପରି ଜଣେ ସହକର୍ମୀଙ୍କୁ ସେ ନିଜ ପାଖକୁ ଡାକିବା ସହ କାର୍ଟୁନ ପବ୍ଲିକେସନ ବିଷୟରେ ମଧ୍ୟ କଥା ହୋଇଥିଲେ।

ଆଜି ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଶୋକ ପ୍ରକାଶ କରିଛନ୍ତି। ନୀତି ନିୟମର ସ୍ତମ୍ଭ ଥିବା ଶେଷ କାନ୍ଧକୁ ଆଜି ମୁଁ ହରାଇଛି। ଏହି କାନ୍ଧ ଉପରେ ମୁଁ ଅନେକ ଥର ମୁଣ୍ଡ ରଖିଥିଲି ବୋଲି ଷ୍ଟାଲିନ କହିଛନ୍ତି।

ସେଲଭମଙ୍କ ଅନ୍ତିମ ସଂସ୍କାର ପାଇଁ ତାମିଲନାଡୁର ଉପ ମୁଖ୍ୟମନ୍ତ୍ରୀ ତଥା ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଓ ଡିଏମକେର ଅନ୍ୟ ବରିଷ୍ଠ ନେତାମାନେ ଲାଗି ପଡ଼ିଛନ୍ତି।

Tamilnadu DMK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe