Advertisment

ଡିଏମ୍‌କେ ସାଂସଦଙ୍କ ବିବାଦୀୟ ବୟାନ; ବିଜେପିର ନିର୍ବାଚନ ଜିତିବାର ଶକ୍ତି କେବଳ ଗୋମୂତ୍ର ରାଜ୍ୟରେ ସୀମିତ

ଡିଏମ୍‌କେ ସାଂସଦ ଡିଏନ୍‌ଭି ସେନ୍ଥିକୁମାର ଏସ୍‌ଙ୍କ ସପକ୍ଷରେ ବାହାରିଛନ୍ତି ଏମ୍‌ଡିଏମ୍‌କେ ସାଂସଦ ଭାଇକୋ।

 DNV Senthilkumar S

DNV Senthilkumar S

Advertisment

ଲୋକସଭାରେ ଆଜି ଡିଏମ୍‌କେ ସାଂସଦ ଡିଏନ୍‌ଭି ସେନ୍ଥିକୁମାର ଏସ୍‌ ଦେଇଥିବା ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ବିଜେପିକୁ ସମାଲୋଚନା କରି ସେ କହିଥିଲେ ଯେ ବିଜେପିର ନିର୍ବାଚନ ଜିତିବା ଶକ୍ତି କେବଳ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟଗୁଡ଼ିକରେ ଅବା ଆମେ ଯେଉଁଗୁଡ଼ିକୁ କହୁ ଗୋମୂତ୍ର ରାଜ୍ୟଗୁଡ଼ିକରେ ସୀମିତ।

Advertisment

ସେ କହିଥିଲେ, ତୁମେ (ବିଜେପି) ଦକ୍ଷିଣ ଭାରତରେ କ୍ଷମତାକୁ ଆସିପାରିବ ନାହିଁ। କେରଳ, ତାମିଲନାଡୁ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକାରେ ନିର୍ବାଚନ ଫଳାଫଳ କ’ଣ ହେଉଛି ତୁମେ ଦେଖୁଛ। ଆମେ ସେଠାରେ ବହୁତ ଶକ୍ତିଶାଳୀ।

ସେନ୍ଥିକୁମାର ଆହୁରି କହିଥିଲେ, ଆମେ ଆଶ୍ଚର୍ଯ୍ୟ ହେବୁନି, ଯଦି ତୁମେ (ବିଜେପି) କ୍ଷମତାକୁ ଆସିବାକୁ ଏହି ସବୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରି ଦେବ। କାରଣ ସେମିତି ହେଲେ ତୁମେ ପରୋକ୍ଷରେ ସେଠାରେ କ୍ଷମତାକୁ ଆସିବ।

Advertisment

ବିଜେପି ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଜିତିବାର ଦିନକ ପରେ ଡିଏମ୍‌କେ ସାଂସଦ ଡିଏନ୍‌ଭି ସେନ୍ଥିକୁମାର ଏସ୍‌ ଏହି ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛି ବିଜେପି।

ବିଜେପି ସାଂସଦ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ରାଜ୍ୟବାସୀ ବିଜେପିକୁ ଭୋଟ୍ ଦେଇଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ କରନ୍ତି। ଯେଉଁ ନେତାମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ ମନୋଭାବ ଭାରି ସଂକୀର୍ଣ୍ଣ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ସହି ପାରୁ ନାହାନ୍ତି।

ସେହିପରି ବିଜେପି ସାଂସଦ ଜଗନ୍ନାଥ ସରକାର କହିଛନ୍ତି ଯେ ବିଜେପିକୁ ଦେଶ ସାରା ଲୋକ ଗ୍ରହଣ କରିଛନ୍ତି। ଯିଏ ବି ଏଭଳି କଥା କହୁଛନ୍ତି, ତାଙ୍କର କିଛି ଜ୍ଞାନ ନାହିଁ। ସେ ଭାରତର ସଂସ୍କୃତି ବିଷୟରେ କିଛି ଜାଣି ନାହାନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କେବଳ ଭାରତର ନେତା ହୋଇ ରହି ନାହାନ୍ତି। ସେ ଏବେ ବିଶ୍ୱର ନେତା ବୋଲି କହିଛନ୍ତି ବିଜେପି ସାଂସଦ ଜଗନ୍ନାଥ ସରକାର।

କଂଗ୍ରେସ ସାଂସଦ କାର୍ତ୍ତି ପି ଚିଦାମ୍ବରମ ମଧ୍ୟ ଡିଏମ୍‌କେ ସାଂସଦ ଡିଏନ୍‌ଭି ସେନ୍ଥିକୁମାର ଏସ୍‌ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ। ଏଭଳି ଶବ୍ଦର ପ୍ରୟୋଗ କରିବା ଠିକ୍ ନୁହେଁ। ଏଗୁଡ଼ିକ ଅସାମ୍ବିଧାନିକ। ଏଥିପାଇଁ ଡିଏମ୍‌କେ ସାଂସଦ ଡିଏନ୍‌ଭି ସେନ୍ଥିକୁମାର ଏସ୍‌ କ୍ଷମା ମାଗିବା ଉଚିତ। ତା’ସହିତ ସେ ନିଜ ଶବ୍ଦ ପ୍ରତ୍ୟାହାର କରି ନେବା ଉଚିତ।

ଅନ୍ୟପକ୍ଷରେ ଡିଏମ୍‌କେ ସାଂସଦ ଡିଏନ୍‌ଭି ସେନ୍ଥିକୁମାର ଏସ୍‌ଙ୍କ ସପକ୍ଷରେ ବାହାରିଛନ୍ତି ଏମ୍‌ଡିଏମ୍‌କେ ସାଂସଦ ଭାଇକୋ। ସେ କହିଛନ୍ତି ଯେ ସେନ୍ଥିକୁମାର ଠିକ୍ କଥା କହିଛନ୍ତି।

Bjp DMK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe