ପ୍ରଧାନମନ୍ତ୍ରୀ ମୋଦି
କେରଳ ପରେ ନିର୍ବାଚନ ହେବାକୁ ଥିବା ତାମିଲନାଡୁରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେରଳରେ କ୍ଷମତାସୀନ ଏଲଡିଏଫ ସହ କଂଗ୍ରେସ ଉପରେ ବର୍ଷିଥିଲେ ମୋଦି। ତାମିଲନାଡୁରେ ମଧ୍ୟ ମୋଦି ସମାନ ଆଚରଣ ପ୍ରଦର୍ଶନ କରିଛନ୍ତି।
ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାରଙ୍କୁ ଦୁର୍ନୀତି ଗ୍ରସ୍ତ କହିଛନ୍ତି ମୋଦି। ଚେନ୍ନାଇ ନିକଟ ମଦୁରାଣ୍ଠକମରେ ଆୟୋଜିକ ବିଶାଳ ସମାବେଶରେ ସେ ଲୋକଙ୍କୁ ସମ୍ବୋଧନ କରି ଡିଏମକେ ଶାସନର ପତନ ପାଇଁ ଓଲଟା ଗଣତି ଆରମ୍ଭ ହୋଇଯାଇଥିବା କହିଛନ୍ତି।
ସେ ଡିଏମକେ ସରକାରକୁ ସିଏମସି ସରକାର କହି କଟାକ୍ଷ କରିଛନ୍ତି। ସିଏମସି ସରକାରର ଅର୍ଥ ଦୁର୍ନୀତି, ମାଫିଆ ଓ ଅପରାଧ ବୋଲି ମୋଦି କହିବା ସହ ଦଳକୁ ମୂଳରୁ ଉପାଡ଼ି ଫିଙ୍ଗି ଦେବାକୁ ତାମିଲନାଡୁବାସୀ ନିଷ୍ପତ୍ତି ନେଇଥିବା ଦାବି କରିଛନ୍ତି।
ସେ କହିଛନ୍ତି, “ ତାମିଲନାଡୁରେ ଏବେ ଏମିତି ଏକ ସରକାର ରହିଛି, ଯାହାର ଗଣତନ୍ତ୍ର ଓ ଉତ୍ତରଦାୟୀ ସହ କୌଣସି ନେଣଦେଣ ନାହିଁ। ଡିଏମକେ ସରକାର କେବଳ ଗୋଟିଏ ପରିବାରକୁ ସେବା ଯୋଗାଉଛି। ଯଦି କେହି ଦଳ ମଧ୍ୟରେ ଉଠିବାର ଅଛି, ତା’ହେଲେ ସେମାନଙ୍କ ପାଖରେ କେବଳ ୩ରୁ ୪ଟି ରାସ୍ତା ରହୁଛି। ସେହି ରାସ୍ତାଗୁଡ଼ିକ ହେଲା- ବଂଶବାଦ, ଦୁର୍ନୀତି, ମହିଳାଙ୍କୁ ଦୁର୍ବ୍ୟବହାର କିମ୍ବା ଆମ ସଂସ୍କୃତିର ଅପମାନ।”
ସମ୍ଭବତଃ ମୋଦି ଏପରି କହି ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଓ ସେ ଦେଇଥିବା ସନାତନ ସମ୍ପର୍କିତ ମତକୁ ଟାର୍ଗେଟ କରିଛନ୍ତି। ତାମିଲନାଡୁ ପାଇଁ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାର ଅଦ୍ଭୂତପୂର୍ବ କାମ କରିଛି। ୨୦୧୪ ପୂର୍ବରୁ କଂଗ୍ରେସ ଓ ଡିଏମକେ ମଧ୍ୟ କେନ୍ଦ୍ରରେ କ୍ଷମତାରେ ଥିଲେ। ସେମାନଙ୍କ ତୁଳନାରେ ଏନଡିଏ ସରକାର ତାମିଲନାଡୁକୁ ୩ ଗୁଣ ଅଧିକ ଟଙ୍କା ଦେଉଥିବା ମୋଦି କହିଛନ୍ତି।
ସେ କହିଛନ୍ତି, “ଏସ୍ସି/ଏସ୍ଟି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ କଲ୍ୟାଣ ନାଁରେ ସେମାନଙ୍କ(ଡିଏମକେ ଓ କଂଗ୍ରେସ) ସରକାର କେବଳ ଦୁର୍ନୀତିରେ ଲିପ୍ତ ରହିଛନ୍ତି।”
ମାଫି ଓ ଆଇନ ଶୃଙ୍ଖଳା
ଏନଡିଏ ସରକାର ଚାଷୀ ଓ ମତ୍ସ୍ୟଜୀବୀଙ୍କ ବିକାଶ କରିବ ବୋଲି ପ୍ରତିଶ୍ରୁତି ଦେଇ ମୋଦି କହିଛନ୍ତି ଯେ “ଡ୍ରଗ ଓ ମଦ ମାଫିଆମାନେ ଷ୍ଟାଲିନ ସରକାରରେ ସବୁ ପ୍ରକାରର ସୁବିଧା ପାଉଛନ୍ତି। ଏଠାରେ ଗୋଟିଏ ଅଭଯୋଗ ହେଉଛି ଯେ ଡିଏମକେ ଡ୍ରଗ ମାଫିଆଙ୍କ ସହ ହାତ ମିଳାଇଛି। ଏନଡିଏ ସପକ୍ଷରେ ଗୋଟିଏ ଭୋଟର ଅର୍ଥ ତାମିଲନାଡୁକୁ ଡ୍ରଗ ଜନିତ ସମସ୍ୟାରୁ ମୁକ୍ତ କରିବା ସହ ସମାନ।”
ତାମିଲନାଡୁରେ ଡବଲ ଇଞ୍ଜିନ ସରକାର ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହା ନିବେଶକୁ ଅଧିକ ଆକର୍ଷିତ କରିବ। ଦବଙ୍ଗତ ଜେ ଜୟଲଳିତାଙ୍କ ସମ୍ପର୍କରେ ମତ ରଖି ମୋଦି କହିଛନ୍ତି ଯେ ସେ ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷାକୁ ନିଶ୍ଚିତ କରିଥିଲେ। କିନ୍ତୁ ଡିଏମକେ ଏହି କ୍ଷେତ୍ରରେ ଫେଲ ମାରିଛି। ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏନଡିଏ ମହିଳାଙ୍କ ସୁରକ୍ଷାକୁ ନିଶ୍ଚିତ କରିବ ବୋଲି ମଧ୍ୟ ସେ(PM Modi) ପ୍ରତିଶ୍ରୁତି ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/23/pm-modi1-2026-01-23-17-39-10.jpg)